ନୂଆଦିଲ୍ଲୀ: ଆତଙ୍କବାଦୀଙ୍କ ଗୁଳିର ଶିକାର ହୋଇଥିବା କଶ୍ମୀର ପଣ୍ଡିତ ବାଲ କୃଷ୍ଣ ଭଟ୍ଟ ଓରଫ ସୋନୁ ଭାଇ ନିଜର ଦୁଃଖ ବଖାଣିଛନ୍ତି। ସୋନୁଙ୍କ ଭାଇ ଅନିଲ କୁମାର ଭଟ୍ଟ ବୁଧବାର କହିଛନ୍ତି, ‘ କି ଦୋକାନରେ ପଶି ମୋ ଭାଇ ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି। ଏବେ ଭାବୁଛୁ କି କଶ୍ମୀରରେ ଅଟକି ନିଜର ଜୀବନ ନଷ୍ଟ କରି ଦେଇଛୁ।’
ଅନିଲ କୁମାର ଭଟ୍ଟ କହିଛନ୍ତି, ‘ଆମକୁ ୧୯୯୦ରେ କଶ୍ମୀରରୁ ଚାଲିଯିବାର ଥିଲା। କଶ୍ମୀରରେ ଅଟକି ଆମେ ବହୁତ ବଡ଼ ଭୁଲ କରି ଦେଇଛୁ। କଶ୍ମୀରରେ ହିନ୍ଦୁ ରୁହନ୍ତି ଏହା କେହି ଚାହାନ୍ତି ନାହିଁ। ଲୋକମାନେ କେବଳ ଆମ ସମ୍ପତ୍ତି ହାତେଇବାକୁ ଚାହାନ୍ତି। ଲୋକମାନେ ଆମ ଶ୍ମଶାନ ଘାଟକୁ ବି ଛାଡ଼ି ନଥିଲେ। ସେହି ସ୍ଥାନରେ ବି ଘର ତିଆରି କରି ଦେଇଥିଲେ।’
ସୂଚନାଯୋଗ୍ୟ, ଜମ୍ମୁ କଶ୍ମୀରର ସୋପିଆ ଜିଲ୍ଲାରେ ଆତଙ୍କବାଦୀ ଗତ ସେମାବାର କଶ୍ମୀର ପଣ୍ଡିତ ବାଲ କୃଷ୍ଣ ଭଟ୍ଟ ଓରଫ ସୋନୁଙ୍କ ଉପରେ ଗୁଳି ଚାଳନା କରିଥିଲେ। ତାଙ୍କ ଶରୀରରେ ତିନିଟି ଗୁଳି ବାଜିଥିଲା। ଗୁରୁତର ଅବସ୍ଥାରେ ସୋନୁଙ୍କୁ ଶ୍ରୀନଗରର ସେନା ହସ୍ପିଟାଲରେ ଭର୍ତ୍ତି କରଯାଇଥିଲା।
ପେସାରେ ମେଡିକାଲ ଷ୍ଟୋର ପରିଚାଳକ ଥିବା ବାଲ କୃଷ୍ଣ ଭଟ୍ଟ କଶ୍ମୀରରୁ ପଣ୍ଡିତ ବିସ୍ଥାପନ ସମୟରେ ଘାଟି ଛାଡ଼ି ନଥିଲେ। ସେ ଗତ ୩୦ବର୍ଷ ହେବ କଶ୍ମୀରରେ ରହି ଆସୁଛନ୍ତି। କିଛିଦିନ ତଳେ ଆତଙ୍କବାଦୀ ୭ଜଣଙ୍କୁ ଗୁଳି କରିଥିଲେ। ଏହି ଗୁଳିର ଶିକାର ପୁଲୱମାର ୪ଜଣ ଶ୍ରମିକ, ଶ୍ରୀନଗରରେ ୨ଜଣ ସିଆରପିଏଫ ଯବାନ ଓ ସୋପିଆରେ କଶ୍ମୀର ପଣ୍ଡିତ ବାଲ କୃଷ୍ଣ ଭଟ୍ଟ ହୋଇଛନ୍ତି।
Follow Us