ସାଇବର୍‌ ଟ୍ରକ୍‌ ଉପରେ ଆକ୍ରଣମ ଘଟଣାରେ ମୁହଁ ଖୋଲିଲେ ଏଲନ ମସ୍କ

ଲସ୍‌ ବେଗାସ୍‌ର ଟ୍ରମ୍ପ୍‌ ଇଣ୍ଟର୍‌ନେସ୍‌ନାଲ୍‌ ହୋଟେଲ୍‌ର ଠିକ୍‌ ବାହାରେ ଟେସ୍‌ଲାର ସାଇବର୍‌ ଟ୍ରକ୍‌ ଉପରେ ଆକ୍ରଣମ ଘଟଣାରେ ଏବେ ମୁହଁ ଖୋଲିଛନ୍ତି ଏଲନ ମସ୍କ। ସୋସିଆଲ୍‌ ମିଡିଆରେ ଗାଡ଼ି କେତେ ସୁରକ୍ଷିତ ତାହାକୁ ନେଇ ସମାଲୋଚନା ହେବା ପରେ ସଫେଇ ଦେଇଛନ୍ତି ମସ୍କ।

 Times of India

ୱାଶିଂଟନ:  ଲସ୍‌ ବେଗାସ୍‌ର ଟ୍ରମ୍ପ୍‌ ଇଣ୍ଟର୍‌ନେସ୍‌ନାଲ୍‌ ହୋଟେଲ୍‌ର ଠିକ୍‌ ବାହାରେ ଟେସ୍‌ଲାର ସାଇବର୍‌ ଟ୍ରକ୍‌ ଉପରେ ଆକ୍ରଣମ ଘଟଣାରେ ଏବେ ମୁହଁ ଖୋଲିଛନ୍ତି ଏଲନ ମସ୍କ। ଟେସ୍‌ଲାର ସାଇବର୍‌ ଟ୍ରକ୍‌ ଜଳିଯିବା ପରେ ସୋସିଆଲ୍‌ ମିଡିଆରେ ଗାଡ଼ି କେତେ ସୁରକ୍ଷିତ ତାହାକୁ ନେଇ ସମାଲୋଚନା ହେବା ପରେ ସଫେଇ ଦେଇଛନ୍ତି ମସ୍କ। ସେ କହିଛନ୍ତି ଆତଙ୍କବାଦୀଙ୍କ ବୋମା ରଖିବା କାରଣରୁ ଗାଡ଼ି ବିସ୍ଫାରଣ ହୋଇଛି। ଗାଡ଼ିର ନିର୍ମାଣରେ କିଛି ବି ତ୍ରୁଟି ନାହିଁ। 

ସେ ଆହୁରି ବି କହିଛନ୍ତି ଯେ ବ୍ୟାଟେରି ପ୍ୟାକ୍‌ରେ ନିଆଁ ଲାଗିନାହିଁ। ଟାୟାର୍‌ ଏବେ ବି ଭଲ ଅଛି। ଆତଙ୍କୀମାନେ ପ୍ରତିଶୋଧ ନେବାକୁ ଭୁଲ୍‌ କାର୍‌କୁ ବାଛିଛନ୍ତି।

ଉଲ୍ଲେଖ‌ଯୋଗ୍ୟ, ଟ୍ରମ୍ପଙ୍କ ହୋଟେଲ ଆଗରେ ଜଳିଗଲା ମସ୍କଙ୍କ ସାଇବର ଟ୍ରକ । ବିସ୍ଫୋରଣରେ ଜଣଙ୍କ ମୃତ୍ୟ ହୋଇଥିବା ବେଳେ ୭ ଜଣ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଗତକାଲି ସକାଳୁ ସକାଳୁ ଆମେରିକାର ଲସ୍ ଭେଗାସରେ ଥିବା ଟ୍ରମ୍ପ ଇଣ୍ଟରନ୍ୟାସନାଲ ହୋଟେଲ ଆଗରେ ଏହି ବିସ୍ଫୋରଣ ଘଟିଛି । ହୋଟେଲର ମୁଖ୍ୟ ପ୍ରବେଶ ପଥରେ ଟେସଲାର ସାଇବର୍‌ ଟ୍ରକ୍‌ ଟି ଠିଆ ହୋଇଥିବା ବେଳେ ଏହି ବିସ୍ଫୋରଣ ଘଟିଥିବା ଜଣାପଡ଼ିଛି । ଟ୍ରକ ଭିତରୁ ଅନେକ ବିସ୍ଫୋରକ ସାମଗ୍ରୀ ମଧ୍ୟ ମିଳିଛି। ଏହା ପଛରେ ଆତଙ୍କବାଦୀଙ୍କ ସମ୍ପୃକ୍ତି ଥିବା କହିଛନ୍ତି ଟେସଲା କମ୍ପାନି ମାଲିକ ଏଲନ ମସ୍କ । ବୋମା ଲଗାଇ ଟ୍ରକ୍ ବିସ୍ଫୋରଣ କରାଯାଇଥିବା ସେ କହିଛନ୍ତି। ଏଫବିଆଇ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe