କର୍ମଚାରୀଙ୍କ ସଂଖ୍ୟା ୧୦% ହ୍ରାସ କରିବା ସହ ନିଯୁକ୍ତି ବନ୍ଦ କରିବେ ମସ୍କ, ଅର୍ଥନୀତିକୁ ନେଇ କରୁଛନ୍ତି ଚିନ୍ତା

Advertisment
କର୍ମଚାରୀଙ୍କ ସଂଖ୍ୟା ୧୦% ହ୍ରାସ କରିବା ସହ ନିଯୁକ୍ତି ବନ୍ଦ କରିବେ ମସ୍କ, ଅର୍ଥନୀତିକୁ ନେଇ କରୁଛନ୍ତି ଚିନ୍ତା

ନୂଆଦିଲ୍ଲୀ:  ଅଫିସ ଆସ, ନହେଲେ ଚାକିରରି ଛାଡ଼ ବୋଲି କହିବା ପରେ ଏବେ ଏକ ବଡ଼ ଘୋଷଣା କରିଛନ୍ତି ଟେସଲାର ସିଇଓ ଏଲନ୍ ମସ୍କ। କର୍ମଚାରୀଙ୍କ ଛଟେଇ ସମ୍ପର୍କରେ ସେ ଏକ ବଡ ବିବୃତି ଦେଇଛନ୍ତି। ଏଲନ୍ ମସ୍କ କହିଛନ୍ତି ଯେ ସେ ନିଜ କମ୍ପାନିର କର୍ମଚାରୀଙ୍କ ସଂଖ୍ୟା ୧୦% ହ୍ରାସ କରିବ। ଏହା ସହିତ ବିଶ୍ବବ୍ୟାପୀ ସମସ୍ତ ନୂତନ ନିଯୁକ୍ତି ଉପରେ ମଧ୍ୟ ନିଷେଧାଦେଶ ଲଗାଇବ। ବିଶ୍ୱ ଅର୍ଥବ୍ୟବସ୍ଥାକୁ ନେଇ ସେ ଚିନ୍ତା ପ୍ରକଟ କରିବା ସହ ଏଭଳି ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ସମଗ୍ର ବିଶ୍ୱରେ ଅର୍ଥନୀତିର ଅବସ୍ଥା ଦେଖି ବହୁତ ଖରାପ ଅନୁଭବ ହେଉଛି।

ଏହା ପୂର୍ବରୁ କମ୍ପାନିର ଷ୍ଟାଫ୍‌ମାନଙ୍କୁ ସେ ପଠାଇଥିବା ଏକ ଇ-ମେଲ୍‌ରେ ଲେଖିଥିଲେ ଯେ ବାହାରେ ରହି କାମ କରିବା ଗ୍ରହଣୀୟ ନୁହେଁ। ଯେଉଁମାନେ ବାହାରେ ରହି କାମ କରିବାକୁ ଚାହୁଛନ୍ତି ସେମାନଙ୍କୁ ଅତିକମ୍‌ରେ ସପ୍ତାହକୁ ୪୦ ଘଣ୍ଟା ଅଫିସରେ ବିତାଇବାକୁ ପଡ଼ିବ, ଅନ୍ୟଥା ସେମାନେ ଟେସ୍‌ଲା ଛାଡ଼ିପାରନ୍ତି। ଅଫିସ ଅର୍ଥ କୌଣସି ଶାଖା କାର୍ଯ୍ୟାଳୟ ନୁହେଁ, ବରଂ ମୁଖ୍ୟ କାର୍ଯ୍ୟାଳୟ ବୋଲି ସେ କହିଛନ୍ତି।

publive-image livehindustan

କର୍ମଚାରୀଙ୍କ ପ୍ରତି କଠୋର ଆଭିମୁଖ୍ୟ ଗ୍ରହଣ କରିବା ମସ୍କଙ୍କ ପାଇଁ କିଛି ନୂଆ କଥା ନୁହେଁ। ସ୍ପେସ୍ ଏକ୍ସପ୍ଲୋରେସନ୍ ଟେକ୍ନୋଲୋଜି କର୍ପୋରେସନରେ କାମ କରୁଥିବା କିଛି ଶିକ୍ଷାନବିଶଙ୍କୁ କଫି ପାଇଁ ଅପେକ୍ଷା କରିଥିବା ଦେଖି ସେ ଉତ୍‌କ୍ଷୀପ୍ତ ହୋଇପଡ଼ିଥିଲେ। ତାହା ଉତ୍ପାଦକତା ଉପରେ ପ୍ରଭାବ ପକାଇବ ବୋଲି କହି ଯଦି ଆଉଥରେ ସେଭଳି ଘଟଣା ଘଟିବ ସମସ୍ତଙ୍କୁ ବିଦା କରାଯିବ ବୋଲି ସେ ଧମକ ଦେଇଥିଲେ ଓ କର୍ମଚାରୀଙ୍କ ଉପରେ ନଜର ରଖିବା ଲାଗି ସିସିଟିଭି ଲଗାଇଥିଲେ। ଚୀନ୍‌ର ସାଂଘାଇରେ ଥିବା କାରଖାନାରେ ସେ କର୍ମଚାରୀମାନଙ୍କୁ କାରଖାନା ଭିତରେ ବନ୍ଦ କରିଦେଇଥିଲେ ଓ ସପ୍ତାହକୁ ୬ ଦିନ ଓ ଦିନକୁ ୧୨ ଘଣ୍ଟା କାମ କରାଉଥିଲେ। କିଛି କର୍ମଚାରୀ କାରଖାନା ଚଟାଣରେ ଶୋଇପଡ଼ୁଥିଲେ। କୋଭିଡ୍‌କୁ ଦୂରେଇ ରଖିବା ଓ କାର୍ ଉତ୍ପାଦନ ଜାରି ରଖିବା ଲାଗି ସେ ଏଭଳି କଠୋର ପଦକ୍ଷେପ ନେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe