ମୁମ୍ବାଇ ଓ ଦିଲ୍ଲୀରେ ସୋରୁମ୍ ଖୋଲିବ ଟେସଲା

Advertisment

ଏଲନ ମସ୍କଙ୍କ କମ୍ପାନି ଟେସଲା ଏବେ ଭାରତରେ ଏହାର ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିଛି ଏବଂ ଏହାର ସୋ'ରୁମ୍ ପାଇଁ ସ୍ଥାନ ମଧ୍ୟ ଚୂଡ଼ାନ୍ତ କରିଛି। ଟେସଲା ମୁମ୍ବାଇ ଏବଂ ଦିଲ୍ଲୀରେ ଏହାର ସୋ'ରୁମ୍ ଖୋଲିପାରେ।

ଏଲନ ମସ୍କଙ୍କ କମ୍ପାନି ଟେସଲା ଏବେ ଭାରତରେ ଏହାର ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିଛି ଏବଂ ଏହାର ସୋ'ରୁମ୍ ପାଇଁ ସ୍ଥାନ ମଧ୍ୟ ଚୂଡ଼ାନ୍ତ କରିଛି। ଟେସଲା ମୁମ୍ବାଇ ଏବଂ ଦିଲ୍ଲୀରେ ଏହାର ସୋ'ରୁମ୍ ଖୋଲିପାରେ।

ଭାରତରେ ଟେସ୍‌ଲାର ୩୦ ବିଲିଅନ ଡଲାର ନିବେଶ ଯୋଜନା

ନୂଆଦିଲ୍ଲୀ : ଗତ ସପ୍ତାହରେ ଯେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମେରିକା ଗସ୍ତରେ ଯାଇଥିଲେ ସେତେବେଳେ ଆଶା କରାଯାଉଥିଲା ଯେ ଟେସଲାର ଭାରତୀୟ ବଜାୟ ପ୍ରବେଶର ରାସ୍ତା ସଫା ହୋଇଯିବ । ମୋଦୀ ଓ ମସ୍କଙ୍କ ମଧ୍ୟରେ ହୋଇଥିବା ବୈଠକ ପରେ ଟେସଲା ଭାରତ ଆସୁଥିବା ନିଶ୍ଚିତ ହୋଇଯାଇଛି। ଟେସଲା ଏବେ ଭାରତରେ ଏହାର ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିଛି ଏବଂ ଏହାର ସୋ'ରୁମ୍ ପାଇଁ ସ୍ଥାନ ମଧ୍ୟ ଚୂଡ଼ାନ୍ତ କରିଛି।

ଭାରତରେ ସୋ'ରୁମ୍ ଖୋଲିବା କ୍ଷେତ୍ରରେ ଟେସଲା ଆମେରିକୀୟ ସ୍ମାର୍ଟଫୋନ୍ କମ୍ପାନି ଆପଲର ମାର୍ଗ ଅନୁସରଣ କରିପାରେ। ଏକ ରିପୋର୍ଟ ଅନୁଯାୟୀ, ଟେସଲା ମୁମ୍ବାଇ ଏବଂ ଦିଲ୍ଲୀରେ ଏହାର ସୋ'ରୁମ୍ ଖୋଲିପାରେ। ଏହା ଦ୍ୱାରା ଭାରତର ଲୋକମାନେ ଦେଶର ରାସ୍ତାରେ ଟେସଲା କାର ଚାଲୁଥିବା ଦେଖିପାରିବେ ।

ଟେସଲା ସୋ'ରୁମ୍ ଖୋଲିବା ଖବର ପୂର୍ବରୁ ଲିଙ୍କଡଇନରେ ଏକ ପୋଷ୍ଟ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ଟେସଲା ଭାରତରେ ୧୩ଟି ପଦବୀ ପାଇଁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିଛି। ଏଥିରେ ବ୍ୟାକ୍-ଏଣ୍ଡ ସପୋର୍ଟଠାରୁ ଆରମ୍ଭ କରି ଷ୍ଟୋର୍ ମ୍ୟାନେଜର ଏବଂ ଫ୍ରଣ୍ଟ ଅଫିସ୍ ପର୍ଯ୍ୟନ୍ତ ପଦବୀ ଅନ୍ତର୍ଭୁକ୍ତ। ଟେସଲା ହେଉଛି ବିଶ୍ୱର ଶ୍ରେଷ୍ଠ ଇଲେକ୍ଟ୍ରିକ୍ କାର୍ କମ୍ପାନୀ ମଧ୍ୟରୁ ଅନ୍ୟତମ । ଏହା ୨୦୨୨ ରୁ ଭାରତୀୟ କାର୍ ବଜାରରେ ପ୍ରବେଶ କରିବାକୁ ଯୋଜନା କରୁଛି। ଭାରତ ହେଉଛି ବିଶ୍ୱର ତୃତୀୟ ବୃହତ୍ତମ କାର୍ ବଜାର।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe