ଆମର ସାହସିକତା ପରୀକ୍ଷା କର: ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଖାଓ୍ଵାଜା ଅସିଫ୍‌

ଆମର ସାହସିକତା ପରୀକ୍ଷା କର: ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଖାଓ୍ଵାଜା ଅସିଫ୍‌

Image Courtesy of TOI

ନୂଆଦିଲ୍ଲୀ: ଆଣବିକ ଯୁଦ୍ଧରେ ଆମର ସାହସିକତା ପରୀକ୍ଷା କର ବୋଲି ଶନିବାର ଦିନ ପାକିସ୍ତାନ ଭାରତକୁ ଆହ୍ଵାନ ଦେଇଛି। ଶୁକ୍ରବାର ଦିନ ଭାରତୀୟ ସେନା ମୁଖ୍ୟ ଜେନେରାଲ୍‌ ବିପିନ ରାଓ୍ଵାତଙ୍କ ମନ୍ତବ୍ୟର ଜବାବ ଦେବାକୁ ଯାଇ ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଖାଓ୍ଵାଜା ଅସିଫ୍‌ ଏମିତି କହିଛନ୍ତି।

ଟୁଇଟ୍‌ ଜରିଆରେ ସେ କହିଛନ୍ତି: ଭାରତୀୟ ସେନା ମୁଖ୍ୟଙ୍କ ଅତି ଦାୟିତ୍ୱହୀନ ମନ୍ତବ୍ୟ ତାଙ୍କ କାର୍ଯ୍ୟାଳୟ ପ୍ରତି ପ୍ରଜୁଯ୍ୟ ହେଉନାହିଁ। ଏ ମନ୍ତବ୍ୟ ଆଣବିକ ଅସ୍ତ୍ର ବିନିମୟ ପାଇଁ ଆମନ୍ତ୍ରଣ କରୁଛି। ଯଦି ସେମାନଙ୍କର ତାହା ହିଁ ଇଚ୍ଛା, ସେମାନଙ୍କୁ ଆମର ସାହସିକତା ପରୀକ୍ଷା କରିବାକୁ ସ୍ୱାଗତ କରୁଛୁ। ଜେନେରାଲ୍‌ଙ୍କ ସନ୍ଦେହ, କ୍ଷଣକେ ଦୂର ହୋଇଯିବ, ଇନ୍‌ସାଲ୍ଲାହ୍‌।
ନିଜକୁ ରକ୍ଷା କରିବାକୁ ପାକିସ୍ତାନ ସମ୍ପୂର୍ଣ୍ଣ ସମର୍ଥ ଏ କଥା ସ୍ପଷ୍ଟ କରିବାକୁ ପଡ଼ୋଶୀ ଦେଶର ବୈଦେଶିକ କାର୍ଯ୍ୟାଳୟକୁ ମଧ୍ୟ କଷ୍ଟ ହେଉଛି ବୋଲି ଟୁଇଟ୍‌ ସିରିଜ୍‌ରେ କହିଛନ୍ତି ପାକିସ୍ତାନର ମୁଖପାତ୍ର।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe