ରାଜ୍ୟମାନଙ୍କୁ କେନ୍ଦ୍ରର ନିର୍ଦ୍ଦେଶ, ଲୋକଙ୍କ ଦାବି ମୁତାବକ ଟେଷ୍ଟିଂ ହେଉ

୪୫୦ ଟଙ୍କାରେ ଆଣ୍ଟିଜେନ ପରୀକ୍ଷା ବିବାଦ : କଟକରେ ଘରୋଇ କୋଭିଡ୍‌ ପରୀକ୍ଷା ବନ୍ଦ

Personnel Today

ନୂଆଦିଲ୍ଲୀ : ଦେଶରେ କୋଭିଡ୍‌ ସଂକ୍ରମିତଙ୍କ ସଂଖ୍ୟା ବଢ଼ି ଚାଲିଥିବାବେଳେ ରାଜ୍ୟ ସରକାରମାନେ ଲୋକଙ୍କ ଦାବି ମୁତାବକ ଟେଷ୍ଟିଂ କରିବାପାଇଁ ପଦକ୍ଷେପ ନେବାକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏହାଦ୍ବାରା ଲୋକମାନେ ଟେଷ୍ଟିଂ ପାଇଁ ଆଗଭର ହେବେ ଏବଂ ସଂକ୍ରମଣ ମାମଲା ଆଗୁଆ ଚିହ୍ନଟ କରାଯାଇପାରିବ। ଏଭଳି ହେଲେ ଚିକିତ୍ସା ତ୍ବରାନ୍ବିତ ହୋଇପ‌ାରିବ। କୋଭିଡ୍‌ ମୃତ୍ୟୁକୁ ମଧ୍ୟ ଅନେକ କ୍ଷେତ୍ରରେ ରୋକାଯାଇପାରିବ। ତେଣୁ ରାଜ୍ୟ ସରକାରମାନେ ଟେଷ୍ଟିଂ ପାଇଁ ପୂର୍ବରୁ ରହିଥିବା ପ୍ରକ୍ରିୟାକୁ ଅତି ସରଳ କରି ଯଥାସମ୍ଭବ ଲୋକଙ୍କ ଚାହିଦା ମୁତାବକ ଟେଷ୍ଟିଂ କରିବାପାଇଁ କେନ୍ଦ୍ର ସରକାର କହିଛନ୍ତି।

ଗତକାଲି ଆଇସିଏମ୍‌ଆର ଏକ ନିର୍ଦ୍ଦେଶାବଳୀ ଜାରି କରି କହିଛନ୍ତି ଯେ, ଯେଉଁ ରାଜ୍ୟଗୁଡ଼ିକ କୋଭିଡ୍‌ ଟେଷ୍ଟ୍‌ କରିବା ପାଇଁ ଚାହୁଛନ୍ତି ‌ସେମାନଙ୍କୁ ଏବାବଦରେ ତତ୍କାଳ ସୁବିଧା ମିଳିବା ଆବଶ୍ୟକ। ଏହା ସହିତ ଯେଉଁମ‌ାନେ ଘରୋଇ ଏବଂ ଅନ୍ତର୍ଜାତୀୟ ଯାତ୍ରା କରିଥିବେ ସେମାନଙ୍କ ପାଇଁ ମଧ୍ୟ ଏହା ଯଥାରୀତି ଉପଲବ୍ଧ ହେବ। କେନ୍ଦ୍ର ସରକାର ଏବେ କୋଭିଡ୍‌ -୧୯ ଟେଷ୍ଟିଂ ରଣନୀତିରେ ବଡ଼ ପରିବର୍ତ୍ତନ ଆଣିବାକୁ ଚାହୁଛନ୍ତି ଏବଂ ଏହି ପ୍ରକ୍ରିୟାକୁ ଅଧିକ ବ୍ୟାପକ କରିବାକୁ ଲକ୍ଷ୍ୟ ରଖିଛନ୍ତି। ବୁଧବାର ଏବଂ ଗୁରୁବାର ଦିନ ଦେଶରେ ୧୧ ଲକ୍ଷ ୭୦ ହଜାରରୁ ଅଧିକ ଟେଷ୍ଟିଂ ହୋଇଥିଲା। ଏବେ ଦେଶରେ ୧୦୨୫ଟି ସରକାରୀ ଲ୍ୟାବ୍‌ରେ ଓ ୬୬୬ଟି ଘରୋଇ ଲ୍ୟାବ୍‌ରେ ଟେଷ୍ଟିଂ ହେଉଛି। ଅବରୋଧ ଅଞ୍ଚଳରେ ସ୍ବାସ୍ଥ୍ୟସେବା ବ୍ୟବସ୍ଥାକୁ ସୁଦୃଢ଼ କରାଯାଉଛି ଏବଂ ଆଣ୍ଟିଜେନ୍‌ ଟେଷ୍ଟ ମଧ୍ୟ ପର୍ଯ୍ୟାୟ କ୍ରମେ ‌ହେଉଛି। ଏହାଦ୍ବାରା ଲକ୍ଷଣବିହୀନ ସୁପର୍‌ସ୍ପ୍ରେଡରଙ୍କୁ ଠାବ କରିବା ସହଜ ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe