ଟେକ୍ସାସ୍‌ ଚର୍ଚ୍ଚରେ ଗୁଳିକାଣ୍ଡ:୨୬ ମୃତ, ୨୦ ଆହତ

Advertisment
ଟେକ୍ସାସ୍‌ ଚର୍ଚ୍ଚରେ ଗୁଳିକାଣ୍ଡ:୨୬ ମୃତ, ୨୦ ଆହତ

ନୂଆଦିଲ୍ଲୀ : ଆମେରିକାର ଦକ୍ଷିଣ ଟେକ୍ସାସ୍‌ ସ୍ଥିତ ଏକ ଚର୍ଚ୍ଚରେ ଗତକାଲି ଭୟାବହ ଗୁଳିକାଣ୍ଡ ହୋଇଛି। ଜଣେ ଆତତାୟୀର ଆଖିବୁଜା ଗୁଳିରେ ୨୬ ଜଣଙ୍କ ପ୍ରାଣହାନି ଘଟିଥିବା ବେଳେ ୨୦ ଜଣ ଆହତ ହୋଇଛନ୍ତି। ଟେକ୍ସାସ ଇତିହାସରେ ଏହା ସବୁଠାରୁ ଭୟଙ୍କର ଗଣହତ୍ୟା ବୋଲି କୁହାଯାଉଛି। ରବିବାର ଚର୍ଚ୍ଚରେ ପ୍ରାର୍ଥନା ଚାଲିଥିବା ବେଳେ ବନ୍ଧୁକଧାରୀ ଜଣକ ଅତର୍କିତ ଗୁଳି ଚଳାଇଥିଲା। ଏଥିରେ ୨୩ ଜଣଙ୍କର ଚର୍ଚ୍ଚ ଭିତରେ ଏବଂ ୨ ଜଣଙ୍କର ଚର୍ଚ୍ଚ ବାହାରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ହସ୍ପିଟାଲରେ ଆଖି ବୁଜିଥିଲେ।

ଆତତାୟୀ ଜଣକ ସାନ୍‌ ଆଣ୍ଟୋନିଓର ବାସିନ୍ଦା ଡେଭିନ୍‌ କେଲି ବୋଲି ଚିହ୍ନଟ ହୋଇିଥିବା ବେଳେ ତା’ର ମଧ୍ୟ ମୃତ୍ୟୁ ହୋଇଯାଇଛି। ତେବେ ଆକ୍ରମଣର କାରଣ ଏଯାବତ୍‌ ସ୍ପଷ୍ଟ ହୋଇଥିବା ବେଳେ ପ୍ରାରମ୍ଭିକ ତଦନ୍ତରୁ କେଲି କୌଣସି ଆତଙ୍କବାଦୀ ଗୋଷ୍ଠୀ ସହ ଜଡ଼ିତ ନଥିବା ଜଣାପଡ଼ିଛି। ଏଣେ ଏସିଆ ଗସ୍ତରେ ଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିବା ସହ ଏହାକୁ ଏକ ମାନସିକ ରୋଗୀର ବର୍ବର କାର୍ଯ୍ୟ ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe