ପର୍ଯ୍ୟଟନ ସହିତ ବୟନ ଓ ହସ୍ତ ଶିଳ୍ପ ସଂଯୋଗୀକରଣ କାର୍ଯ୍ୟକ୍ରମ

ଓଡ଼ିଶାର ରଘୁରାଜପୁର ସମେତ ଦେଶର ଆଠଟି ଶିଳ୍ପ ଗ୍ରାମ ସାମିଲ

ପର୍ଯ୍ୟଟନ ସହିତ ବୟନ ଓ ହସ୍ତ ଶିଳ୍ପ ସଂଯୋଗୀକରଣ କାର୍ଯ୍ୟକ୍ରମ

ଭୁବନେଶ୍ବର : ଦେଶର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀଗୁଡିକୁ ହସ୍ତଶିଳ୍ପ କ୍ଲଷ୍ଟର ସହ ସଂଯୁକ୍ତ କରାଯାଇଛି। ଏହା ସହିତ ‘ପର୍ଯ୍ୟଟନ ସହିତ ବୟନ ଶିଳ୍ପ ସଂଯୋଗୀକରଣ’ କାର୍ଯ୍ୟକ୍ରମ ଅନ୍ତର୍ଗତ ଭିତ୍ତିଭୂମି ସହାୟତା ପ୍ରଦାନ କରାଯାଉଛି। ଏଥି ପାଇଁ ରଘୁରାଜପୁର (ଓଡ଼ିଶା), ତିରୁପତି (ଆନ୍ଧ୍ର ପ୍ରଦେଶ), ବଦାଜ୍ (ଗୁଜରାଟ), ନୈନୀ (ଉତ୍ତର ପ୍ରଦେଶ), ଆନେଗୁଣ୍ଡି (କର୍ଣ୍ଣାଟକ), ମହାବଳୀପୁରମ୍ (ତାମିଲନାଡ଼ୁ), ତାଜ୍ ଗଞ୍ଜ (ଉତ୍ତରପ୍ରଦେଶ), ଆମେର (ରାଜସ୍ଥାନ) ଗ୍ରାମଗୁଡ଼ିକର ସାମଗ୍ରିକ ବିକାଶ କାର୍ଯ୍ୟ ପୂର୍ବରୁ ହାତକୁ ନିଆ ଯାଇଛି। ଯେଉଁଥିରେ କି ଶିଳ୍ପର ପ୍ରଚାର ପ୍ରସାର ଏବଂ ପର୍ଯ୍ୟଟନ ଗୋଟିଏ ସ୍ଥାନରେ କରାଯାଉଛି।

ଓଡ଼ିଶାର ଶିଳ୍ପ ଗ୍ରାମ ଭାବେ ବେଶ୍ ଜଣାଶୁଣା ରଘୁରାଜପୁରରେ ଏବେ ପର୍ଯ୍ୟଟନ ସହିତ ବୟନର ସଂଯୋଗ କାର୍ଯ୍ୟକ୍ରମ ଅଧୀନରେ ଗୋଟିଏ ସ୍ଥାନରେ ଏକତ୍ର ପର୍ଯ୍ୟଟନ ଏବଂ ଶିଳ୍ପର ପ୍ରଚାର ପ୍ରସାର କରାଯିବ। ଶିଳ୍ପ ଗ୍ରାମ ହସ୍ତଶିଳ୍ପକୁ କାରିଗରମାନଙ୍କ ନିମନ୍ତେ ଏକ ସ୍ଥାୟୀ ଏବଂ ଲାଭଦାୟକ ଜୀବିକା ନିର୍ବାହର ବିକଳ୍ପ ରୂପରେ ବିକଶିତ କରିବ । ଏହି ଭଳି ଭାବେ ଦେଶର ସମୃଦ୍ଧ କାରିଗରୀ ଐତିହ୍ୟର ସୁରକ୍ଷା ହେବ । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସାରା ଦେଶରେ ପ୍ରାୟ ଏକ ହଜାର କାରିଗରଙ୍କୁ ପ୍ରତ୍ୟକ୍ଷ ଲାଭ ହେବ। କାର୍ଯ୍ୟକ୍ରମ ଦ୍ବାରା ଶିଳ୍ପ ଗ୍ରାମଗୁଡ଼ିକରେ ପର୍ଯ୍ୟଟକମାନଙ୍କ ଆଗମନ ସଂଖ୍ୟା ବୃଦ୍ଧିହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe