ଠାକ୍‌ରେଙ୍କୁ ପୁଣି ଏକ ଝଟ୍‌କା: ସିନ୍ଦେ ଗୋଷ୍ଠୀରେ ଯୋଗ ଦେଲେ ଆଉ ଜଣେ ବରିଷ୍ଠ ନେତା

Advertisment

ଇସି ବିଚାରଣ ଉପରେ ରୋକ୍‌ ଲଗାଇବା ପାଇଁ ସୁପ୍ରିମକୋର୍ଟ ଗଲେ ଠାକ୍‌ରେ ଗୋଷ୍ଠୀ

ଇସି ବିଚାରଣ ଉପରେ ରୋକ୍‌ ଲଗାଇବା ପାଇଁ ସୁପ୍ରିମକୋର୍ଟ ଗଲେ ଠାକ୍‌ରେ ଗୋଷ୍ଠୀ

ଠାକ୍‌ରେଙ୍କୁ ପୁଣି ଏକ ଝଟ୍‌କା: ସିନ୍ଦେ ଗୋଷ୍ଠୀରେ ଯୋଗ ଦେଲେ ଆଉ ଜଣେ ବରିଷ୍ଠ ନେତା

Image Courtesy: The Quint

ନୂଆଦିଲ୍ଲୀ: ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କୁ ପୁଣି ଏକ ଝଟ୍‌କା ଲାଗିଛି। ଠାକ୍‌ରେ ଗୋଷ୍ଠୀର ଜଣେ ନେତା ଅର୍ଜୁନ ଖୋଟକର ଆଜି ସିନ୍ଦେ ଗୋଷ୍ଠୀରେ ଯୋଗ ଦେଇଛନ୍ତି। ଅନ୍ୟପକ୍ଷେ ‘ବାସ୍ତବ ଶିବସେନା ’ ପ୍ରସଙ୍ଗରେ ନିର୍ବାଚନ କମିସନ ଆରମ୍ଭ କରିଥିବା ବିଚାରଣକୁ ଠାକ୍‌ରେ ଗୋଷ୍ଠୀ ସୁପ୍ରିମକୋର୍ଟରେ ଚ୍ୟାଲେଂଜ କରିଛନ୍ତି। ନିଜକୁ ‘ବାସ୍ତବ ଶିବସେନା’ ଦାବି କରି ନିର୍ବାଚନ କମିସନ୍‌ଙ୍କ ନିକଟରେ ସିନ୍ଦେ ଗୋଷ୍ଠୀ ଆବେଦନ କରିଥିବାବେଳେ କମିସନ ଏନେଇ ଉଭୟ ଠାକ୍‌ରେ ଏବଂ ସିନ୍ଦେ ଗୋଷ୍ଠୀକୁ ସଂଖ୍ୟା‌ ଗରିଷ୍ଠତାର ପ୍ରମାଣ ଦେବାକୁ କହିଥିଲେ। ଅଗଷ୍ଟ ୮ ସୁଦ୍ଧା ଉଭୟ ଗୋଷ୍ଠୀ ସଂଖ୍ୟାଗରିଷ୍ଠତାର ପ୍ରମାଣ ସ୍ବରୁପ କାଗଜପତ୍ର ଦାଖଲ କରିବାପାଇଁ କମିସନ୍‌ ନୋଟିସ୍‌ କରିଥିଲେ। କିନ୍ତୁ ଠାକ୍‌ରେ ଗୋଷ୍ଠୀ ଏହାକୁ ଚ୍ୟାଲେଂଜ କରି ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ଠାକ୍‌ରେ ଗୋଷ୍ଠୀ ଦାବି କରିଛନ୍ତି ଯେ, ବିଧାୟକଙ୍କ ଅଯୋଗ୍ୟ ଘୋଷଣା ପ୍ରସଙ୍ଗ‌ରେ କୌଣସି ନି‌ଷ୍ପତ୍ତି ନଆସିବା ପର୍ଯ୍ୟନ୍ତ ବାସ୍ତବ ଶିବସେନା କିଏ ସେନେଇ ଇସି କୌଣସି ନିଷ୍ପତ୍ତି ନେଇ ପାରିବେନି। ଠାକ୍‌ରେ ଗୋଷ୍ଠି ମଧ୍ୟ କମିସନ୍‌ଙ୍କୁ ଅନୁରୂପ ଅନୁରୋଧ କରିଥିବା କୋର୍ଟରେ ଅବଗତ କରିଛନ୍ତି। ଠାକ୍‌ରେ ଗୋଷ୍ଠୀ କହିଛନ୍ତି, ମାମଲା ସୁପ୍ରିମକୋର୍ଟରେ ବିଚାରାଧୀନ ଥିବା ସତ୍ତ୍ବେ ନିର୍ବାଚନ କମିସନ୍‌ ଉକ୍ତ ପ୍ରସଙ୍ଗରେ ହ‌ସ୍ତକ୍ଷେପ କରି ଅଦାଲତ ଅବମାନନା କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe