ମୁମ୍ବାଇ: ମହାରାଷ୍ଟ୍ର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିବ ବୋଲି ଆଶା କରାଯାଉଛି। ଏକ ପାରିବାରିକ ବିବାହ କାର୍ଯ୍ୟକ୍ରମରେ ମହାରାଷ୍ଟ୍ର ରାଜନୀତିର ଦୁଇଟି ଭିନ୍ନ ପାର୍ଶ୍ୱରେ ଠିଆ ହୋଇଥିବା ସଦସ୍ୟମାନେ ଏକାଠି ନଜର ଆସିଥିଲେ। ଏନେଇ ରାଜ୍ୟର ରାଜନୈତିକ ମହଲରେ ଏକ ନୂଆ ଆଲୋଚନା ଆରମ୍ଭ ହୋଇଛି।
ଏହା ମଧ୍ୟ କୁହାଯାଉଛି ଯେ, ଯଦି ଠାକରେ ପରିବାରର ଉଭୟ ନେତା ଏକାଠି ହୁଅନ୍ତି ତେବେ ମହାରାଷ୍ଟ୍ର ରାଜନୀତିର ଏକ ନୂଆ ରୂପ ଦେଖିବାକୁ ମିଳିବ।
ବାନ୍ଦ୍ରା ୱେଷ୍ଟର ତାଜ ଲ୍ୟାଣ୍ଡସ ଏଣ୍ଡରେ ଆୟୋଜିତ ବିବାହ ଉତ୍ସବରେ ରାଜ ଠାକରେଙ୍କ ଉପସ୍ଥିତି ଏବଂ ବହୁ ବଡ଼ ବ୍ୟକ୍ତିତ୍ୱଙ୍କ ଉପସ୍ଥିତିକୁ ଏଡ଼ାଇ ଦିଆଯାଇପାରିବ ନାହିଁ। ଏମଏନଏସ ମୁଖ୍ୟ ରାଜ ଠାକରେ ଉଦ୍ଧବ ଠାକରଙ୍କ ପତ୍ନୀ ରଶ୍ମୀ ଠାକରେଙ୍କ ଭଣଜା ଶୈନକ ପାଟାନକରଙ୍କ ବିବାହ ଭୋଜିରେ ପହଞ୍ଚିଥିଲେ।
ଏହି ସମୟରେ ଯେତେବେଳେ ରାଜ ଠାକରେ ରିସେପ୍ସନରେ ପହଞ୍ଚିଥିଲେ, ସେତେବେଳେ ଉଦ୍ଧବ ଠାକରେଙ୍କ ପତ୍ନୀ ରଶ୍ମୀ ଠାକରେ ନିଜେ ତାଙ୍କୁ ସ୍ୱାଗତ କରିଥିଲେ। ପାରିବାରିକ କାର୍ଯ୍ୟରେ ରାଜ ଠାକରେଙ୍କ ଉପସ୍ଥିତି କଳ୍ପନାଜଳ୍ପନାର କାରଣ ହୋଇଛି। ବର୍ତ୍ତମାନ କୁହାଯାଉଛି ଯେ, ଠାକରେ ପରିବାର ଆଗାମୀ ଦିନରେ ଏକାଠି ହୋଇପାରନ୍ତି।
ତେବେ ଉଦ୍ଧବ ଠାକରେ ମଧ୍ୟାହ୍ନ ଭୋଜନ ପାଇଁ ଯାଇଥିବାରୁ ସେ ସିଧାସଳଖ ରାଜ ଠାକରେଙ୍କୁ ଭେଟି ପାରି ନ ଥିଲେ। ଏହା ସତ୍ତ୍ବେ ବିଭିନ୍ନ ପ୍ରକାରର କଳ୍ପନାଜଳ୍ପନା କରାଯାଉଛି। ଯଦି ଉଭୟ ପରିବାର ଏବଂ ନେତା ଏକଜୁଟ ହୁଅନ୍ତି, ତେବେ ଆଗାମୀ ଦିନରେ ମହାରାଷ୍ଟ୍ର ରାଜନୀତିରେ ବଡ଼ ରାଜନୈତିକ ପରିବର୍ତ୍ତନ ଦେଖାଯିବାର ଆଶା ରହିଛି ବୋଲି ଚର୍ଚ୍ଚା ହେଉଛି।
ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି ଯେ, ଉଭୟ ଏମଏନଏସ ଏବଂ ଶିବସେନା (ୟୁବିଟି) ମଧ୍ୟରେ ଆଲୋଚନା ବଢୁଛି। ଯଦି ଏଭଳି ଜାରି ରୁହେ ତେବେ ଉଦ୍ଧବ ଏବଂ ରାଜ ଠାକରେ ସେମାନଙ୍କ ମତଭେଦ ଭୁଲି ବିଏମସି ସମେତ ଆଗାମୀ ନାଗରିକ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ।
ଅଧିକ ପଢ଼ନ୍ତୁ: ବିହାର ନିର୍ବାଚନ ପୂର୍ବରୁ ଇଣ୍ଡିଆ-ଏନଡିଏରେ ଗୋଷ୍ଠୀ କନ୍ଦଳ ବଢ଼ିଲା
ଉଭୟ ଦଳର କର୍ମୀମାନେ ମଧ୍ୟ ପୁନଃନିର୍ମାଣ ବିଷୟରେ ଆଲୋଚନା କରିଆସୁଛନ୍ତି। ଅନେକ ଅନୁମାନ କରୁଛନ୍ତି, ଠାକରେ ପରିବାର ମିଳିତ ହେଲେ ମରାଠି ଭୋଟ୍ ଏକତ୍ର କରିବାରେ ସହାୟତା ମିଳିବ। ଯାହା ନାଗରିକ ମତଦାନରେ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ।
ଅଧିକ ପଢ଼ନ୍ତୁ: ନୀତୀଶଙ୍କୁ ସିନ୍ଦେଙ୍କ ପରି ଝଟକା ଦେବ କି ବିଜେପି ? ୨୦୨୫ ଯୋଜନାର ସୂଚନା ଦେଲେ ଶାହ