India Today
ନୂଆଦିଲ୍ଲୀ: ଥାଇଲାଣ୍ଡ୍ର ନାଖୁନ୍ ରଚସୀମା ସହରରେ ଜଣେ ଯବାନଙ୍କ ଅତର୍କିତ ଗୁଳି ଚାଳନାରେ ଶନିବାର ୧୦ ଜଣଙ୍କର ମୃତ୍ୟୁ ଘଟିଛି। ଆଞ୍ଚଳିକ ଗଣମାଧ୍ୟମ ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ଏହି କାଣ୍ଡ ଘଟାଇଥିବା ବ୍ୟକ୍ତିକୁ ପୁଲିସ୍ ଚିହ୍ନଟ କରିବାରେ ସମର୍ଥ ହୋଇଛି। ଆକ୍ରମଣକାରୀ ଜଣକ ଏହି ଘଟଣା ଘଟାଇବା ପରେ ନିଜ ଫେସ୍ବୁକ୍ ପେଜ୍ରେ ପୋଷ୍ଟ୍ କରି ଲେଖିଥିଲା ‘ମୃତ୍ୟୁ ସଭିଁଙ୍କ ପାଇଁ ଅପରିହାର୍ଯ୍ୟ’। ସେ ହାତରେ ବନ୍ଧୁକ ଧରି ଏକ ଫଟୋ ବି ଫେସବୁକରେ ଦେଇଥିବାର ଦେଖିବାକୁ ମିଳିଥିଲା।
ଗଣମାଧ୍ୟମରେ ସୂଚନା ଦେଇ ଜଣେ ବରିଷ୍ଠ ପୁଲିସ୍ ଅଧିକାରୀ କହିଛନ୍ତି ଯେ ସୈନିକ ଜଣକ ବ୍ୟାଙ୍କ୍କକ୍ରୁ ୨୫୦ କିଲୋମିଟର ମଧ୍ୟରେ ଥିବା ଭିନ୍ନ ଭିନ୍ନ ସ୍ଥାନରେ ଗୁଳି ଚାଳନା କରିଛି। ଗୁଳି ଚାଳନାକାରୀକୁ ଏକ ସପିଂ ମଲ୍ ପାଖରେ ଦେଖିବାକୁ ମିଳିଥିଲା। ମାତ୍ର ଏଯାବତ୍ ତାକୁ ଧରାଯାଇ ପାରିନାହିଁ।
ଗୁଳି ଚାଳନା ବେଳର ଏକ ଭିଡିଓ ଏକ ସ୍ଥାନୀୟ ଗଣମାଧ୍ୟମ ସଂସ୍ଥା ଟ୍ବିଟ୍ରରେ ସେୟାର୍ କରିଛି। ପ୍ରଥମେ ଆକ୍ରମଣକାରୀ ଜଣକ ସହରର ଏକ ଘରେ ପଶି ୨ ଜଣ ଲୋକଙ୍କୁ ଗୁଳି କରି ସେମାନଙ୍କ ହତ୍ୟା କରିଥିଲା। କେବଳ ସେତିକି ନୁହେଁ, ଆର୍ମି ବେସ୍ରେ ଥିବା ସେନା କର୍ମଚାରୀଙ୍କ ଉପରେ ବି ସେ ଗୁଳି ଚାଳନା କରିଥିବାର ସୂଚନା ମିଳିଛି।
Follow Us