ନିର୍ମାଣ ହୋଇଛି ୨୩୦ଫୁଟ ଉଚ୍ଚତା ବିଶିଷ୍ଟ ବୁଦ୍ଧ ମୂର୍ତ୍ତି, ସମଗ୍ର ବ୍ୟାକଂକକୁ ହେଉଛି ଦୃଶ୍ୟମାନ

Advertisment
ନିର୍ମାଣ ହୋଇଛି ୨୩୦ଫୁଟ ଉଚ୍ଚତା ବିଶିଷ୍ଟ ବୁଦ୍ଧ ମୂର୍ତ୍ତି, ସମଗ୍ର ବ୍ୟାକଂକକୁ ହେଉଛି ଦୃଶ୍ୟମାନ

ବ୍ୟାକଂକ: ଥାଇ ମନ୍ଦିର ୬୯ ମିଟର ଉଚ୍ଚତା (୨୩୦ ଫୁଟ) ବିଶିଷ୍ଟ ବୁଦ୍ଧ ମୂର୍ତ୍ତି ନିର୍ମାଣ କରିଛି। ଯାହାକି ସମଗ୍ର ବ୍ୟାକଂକକୁ ଦୃଶ୍ୟମାନ ହେଉଛି। ଏହାର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇସାରିଛି। କରୋନାଭାଇରସ୍ ମହାମାରୀ ହେତୁ ଏହାର ଉଦଘାଟନକୁ ଘୁଞ୍ଚାଇ ଦିଆଯାଇଛି।

ବ୍ୟାକଂକ ଉପକଣ୍ଠରେ ଥିବା ରୟାଲ୍ ୱାଟ୍ ପାକନାମ୍ ଫାସୀ ଚାରୋନ୍ ମନ୍ଦିର ୧୬୧୦ ମସିହାରୁ ଆରମ୍ଭ ହୋଇଥିଲା ଏବଂ ଏହା ଚାଓ ଫ୍ରାୟା ନଦୀରୁ ପ୍ରବାହିତ କେନାଲ ଦ୍ୱାରା ସୃଷ୍ଟି ଏକ ଦ୍ୱୀପରେ ଅବସ୍ଥିତ ।

ତେବେ ୨୦ ମହଲା ବିଶିଷ୍ଟ କୋଠା ପରି ଉଚ୍ଚତା ବିଶିଷ୍ଟ ବୁଦ୍ଧଙ୍କ ପ୍ରତିମୂର୍ତ୍ତି ଉପରେ କାମ ୨୦୧୭ରେ ଆରମ୍ଭ ହୋଇଥିଲା ଏବଂ ଚଳିତ ବର୍ଷ ଏହା ଶେଷ ହୋଇଛି। କିନ୍ତୁ କରୋନାଭାଇରସ୍ ମହାମାରୀ ହେତୁ ଏହାର ଉଦଘାଟନକୁ ୨୦୨୨କୁ ଘୁଞ୍ଚାଇ ଦିଆଯାଇଛି ବୋଲି ମନ୍ଦିର ମୁଖପାତ୍ର ପିସାନ୍ ସାଙ୍ଗକାପିନିଜ୍ କହିଛନ୍ତି।

ଫ୍ରା ବୁଦ୍ଧ ଧାମକାୟା ଥିମ୍ପୋଙ୍ଗଖୋନ୍ ପ୍ରତିମୂର୍ତ୍ତି ବସିଥିବା ମୁଦ୍ରାରେ ତମ୍ବାରେ ତିଆରି ‌ହୋଇଥିବା ବେଳେ ସୁନେଲି ରଙ୍ଗ ଦିଆଯାଇଛି।

ରାଜଧାନୀ ବ୍ୟାକଂକକୁ ବ୍ୟାପିଥିବା ଟ୍ରେନ୍ ଲାଇନର ସମସ୍ତ ଦିଗରୁ ଏହା ଦୃଶ୍ୟମାନ ହେବା ବୋଲି ପିସାନ୍ କହିଛନ୍ତି। ଦାନ ହୋଇଥିବା ୧୬ ମିଲିୟନ୍ ଡଲାର ବ୍ୟବହାର କରି ମନ୍ଦିର ବୌଦ୍ଧ ଧର୍ମକୁ ସମ୍ମାନ ଦେବା ପାଇଁ ଏହି ପ୍ରତିମୂର୍ତ୍ତି ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଥିଲା । ଧ୍ୟାନର ଏକ ପ୍ରସିଦ୍ଧ କେନ୍ଦ୍ର ଭାବରେ ଏହି ମନ୍ଦିରର ବିକାଶରେ ସାହାଯ୍ୟ କରିଥିବା ପୂର୍ବତନ ଆବୋଟ୍ ଲୁଆଙ୍ଗ୍ ପୁ ସୋଧ କାଣ୍ଡାସାରୋଙ୍କୁ ଏହା ଶ୍ରଦ୍ଧାଞ୍ଜଳି ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe