ଫୁକେତ : ଥାଇଲାଣ୍ଡରେ ୧୦୫ ପର୍ଯ୍ୟଟକଙ୍କୁ ନେଇ ଯାଉଥିବା ଏକ ଡଙ୍ଗା ବୁଡ଼ିଯିବାରୁ ୪୧ ଜଣ ପ୍ରାଣ ହରାଇଛନ୍ତି। ଘଟଣାରେ ଏବେ ବି ୧୫ ଜଣ ନିଖୋଜ ଅଛନ୍ତି। ମୃତକଙ୍କ ମଧ୍ୟରେ ଅଧିକାଂଶ ଚାଇନା ନାଗରିକ ଥିବା ଜଣାଯାଇଛି। ନିଖୋଜ ଲୋକଙ୍କୁ ଉଦ୍ଧାର ପାଇଁ ଉଭୟ ଥାଇଲାଣ୍ଡ ଓ ଚୀନ୍ ସରକାରଙ୍କ ପକ୍ଷରୁ ଉଦ୍ୟମ କରାଯାଉଛି। ଥାଇଲାଣ୍ଡର ଫୁକେତ୍ ଦ୍ୱୀପ ନିକଟରେ ଏହି ଦୁର୍ଘଟଣା ଘଟିଥିଲା। ପ୍ରବଳ ଝଡ଼ ଯୋଗୁ ହଠାତ୍ ୧୬ ଫୁଟର ଢେଉ ଉଠିଥିଲା। ଏହାକୁ ସାମ୍ନା କରି ନ ପାରି ଡଙ୍ଗାଟି ଓଲଟି ପଡ଼ିଥିଲା। ଏଥିରେ ୯୩ ପର୍ଯ୍ୟଟକଙ୍କ ସମେତ ୧୦୫ ଜଣ ଥିଲେ। ଅଧିକାଂଶ ଚୀନ୍ର ନାଗରିକ ଥିଲେ।
ଥାଇଲାଣ୍ଡରେ ଡଙ୍ଗା ବୁଡ଼ି ୪୧ ମୃତ
Advertisment
Follow Us