Image Courtesy of India Today
କାଞ୍ଚନବୁରି: କରୋନାଭାଇରସ୍ର ସନ୍ଦେହଜନକ ଉତ୍ପତ୍ତି ଜାଣିବା ଚେଷ୍ଟାରେ ବାଦୁଡ଼ି ଧରିବାକୁ ଥାଇଲାଣ୍ଡ୍ର ଗବେଷକମାନେ ମଫସଲ ଅଞ୍ଚଳ ବୁଲୁଛନ୍ତି।
ବିଶ୍ବରେ ୨୦. ୫ ନିୟୁତ ଲୋକଙ୍କୁ ସଂକ୍ରମିତ କରିଥିବା ଏବଂ ୭୪୮, ୦୦୦ ମୃତ୍ୟୁର କାରଣ ହୋଇଥିବା କରୋନାଭାଇରସ୍ର ଉତ୍ସ ବାଦୁଡ଼ି ବୋଲି ପ୍ରାଥମିକ ଗବେଷଣାରୁ ସୂଚନା ମିଳିଛି। ଦକ୍ଷିଣ ଚୀନ୍ ଅନ୍ତର୍ଗତ ୟୁନ୍ନାନ୍ରେ ଥିବା ଅଶ୍ବଖୁରାକୃତି ବାଦୁଡ଼ି ଶରୀରରେ ଥିବା କରୋନାଭାଇରସ୍ ସହ ସମ୍ପ୍ରତି ମାନବକୁ ସଂକ୍ରମଣ କରୁଥିବା କରୋନାଭାଇରସ୍ର ଖୁବ୍ ସାମଞ୍ଜସ୍ୟ ରହିଛି।
ଥାଇଲାଣ୍ଡ୍ରେ ୧୯ ପ୍ରଜାତିର ଅଶ୍ବଖୁରାକୃତି ବାଦୁଡ଼ି ଥିଲେ ମଧ୍ୟ ଅଭିନବ କରୋନାଭାଇରସ୍ ଚିହ୍ନଟ କରିବା ନିମନ୍ତେ ସେମାନଙ୍କୁ ପରୀକ୍ଷା କରାଯାଇ ନ ଥିବା କଥା ଗବେଷକମାନେ କହିଛନ୍ତି।
ତିନୋଟି ପୃଥକ୍ ଗୁମ୍ଫାରୁ ପ୍ରାୟ ୨୦୦ ବାଦୁଡ଼ି ଅକ୍ତିଆର କରିବାକୁ ଥାଇ ଗବେଷକମାନେ କାଞ୍ଚନବୁରିର ପଶ୍ଚିମ ପ୍ରଦେଶ ଅନ୍ତର୍ଗତ ସାଇ ୟୋକ୍ ଜାତୀୟ ଉଦ୍ୟାନରେ ଥିବା ଗୋଟାଏ ପର୍ବତ ଆରୋହଣ କରି ଜାଲ ପାତିଥିଲେ।
Image Courtesy of ABPମୁକ୍ତ କରିବା ଆଗରୁ ‘ଥାଇ ରେଡ୍କ୍ରସ୍ ଏମର୍ଜିଙ୍ଗ୍ ଇନ୍ଫେକ୍ସିଅସ୍ ଡିଜିଜ୍- ହେଲ୍ଥ୍ ସାଇନ୍ସ୍ ସେଣ୍ଟର୍’ ଆସିଥିବା ଏକ ଟିମ୍ ସେ ବାଦୁଡ଼ିମାନଙ୍କର ଲାଳ, ରକ୍ତ ଓ ମଳ ନମୁନା ସଂଗ୍ରହ କରିଥିଲେ। ଏଥିପାଇଁ ସେମାନେ ରାତିରୁ ତହିଁ ଆର ଦିନଯାଏଁ କାମ କରିଥିଲେ। ବାଦୁଡ଼ିମାନଙ୍କ ଦେହରେ ଥିବା ଭୂତାଣୁ ବିଷୟରେ ଭଲ ଭାବେ ବୁଝିବାକୁ ସେମାନେ କେବଳ ଅଶ୍ବଖୁରାକୃତି ବାଦୁଡ଼ି ନୁହେଁ, ଅନ୍ୟ ପ୍ରଜାତିର ବାଦୁଡ଼ିମାନଙ୍କୁ ମଧ୍ୟ ଧରିଥିଲେ।
ଥାଇ ଗବେଷକ ଦଳର ନେତୃତ୍ବ ନେଇଥିଲେ ବାଦୁଡ଼ି ଏବଂ ସେମାନଙ୍କ ସହ ଜଡ଼ିତ ରୋଗ ବିଷୟରେ ୨୦ ବର୍ଷରୁ ଅଧିକ ଅଧ୍ୟୟନ କରିଥିବା କେନ୍ଦ୍ରର ଉପମୁଖ୍ୟ ସୁପପୋର୍ଣ୍ଣ ୱାଚରମପ୍ଲୁଏସାଦୀ। ସେ କହନ୍ତି, ମହାମାରୀ ସୀମାସରହଦ ମାନେ ନାହିଁ। ବାଦୁଡ଼ି ଦ୍ବାରା ରୋଗ ଭ୍ରମଣ କରି ଯେକୌଣସି ସ୍ଥାନକୁ ଯାଇ ପାରେ।
Follow Us