ଦଶହରାରେ ଠାକରେ ମିଳନ: ଉଦ୍ଧବ-ରାଜ ଗୋଟିଏ ମଞ୍ଚରେ ଆସିବା ନେଇ କଳ୍ପନାଜଳ୍ପନା

ଉଦ୍ଧବ ଠାକରେ ଏବଂ ରାଜ ଠାକରେଙ୍କ ମଧ୍ୟରେ ବଢୁଥିବା ଘନିଷ୍ଠତା ମହାରାଷ୍ଟ୍ର ରାଜନୀତିରେ ଉଷ୍ଣତା ସୃଷ୍ଟି କରିଛି। ସଚିନ ଆହିର ଇଙ୍ଗିତ ଦେଇଛନ୍ତି ଯେ, ଏଥର ଦଶହରା ରାଲିରେ ଉଭୟ ଠାକରେ ଭାଇ ଏକାଠି ମଞ୍ଚ ସେୟାର କରିପାରନ୍ତି...

ଅଦ୍ୟତନ ହୋଇଛି
Thakre Milanon on Dussehra: Speculations about Uddhav-Raja coming together on the same stage

Thakre Milanon on Dussehra: Speculations about Uddhav-Raja coming together on the same stage Photograph: (sambad.in)

ମୁମ୍ବାଇ: ସମ୍ପ୍ରତି ମହାରାଷ୍ଟ୍ର ରାଜନୀତିରେ ସବୁଠାରୁ ବଡ଼ ଆଲୋଚନାର ବିଷୟ ହେଉଛି ଠାକରେ ଭାଇମାନଙ୍କ ସମ୍ଭାବ୍ୟ ପୁନର୍ମିଳନ । ଶିବସେନା (ଉଦ୍ଧବ ଗୋଷ୍ଠୀ) ମୁଖ୍ୟ ଉଦ୍ଧବ ଠାକରେ ଏବଂ ମହାରାଷ୍ଟ୍ର ନବନିର୍ମାଣ ସେନା (ଏମ୍ଏନ୍ଏସ୍) ମୁଖ୍ୟ ରାଜ ଠାକରେଙ୍କ ମଧ୍ୟରେ ସାକ୍ଷାତ  ବୃଦ୍ଧି ପାଇଛି। ଏହା ରାଜନୈତିକ କରିଡରରେ ଏକ ନୂତନ ଚର୍ଚ୍ଚା ସୃଷ୍ଟି କରିଛି।

ନିକଟରେ ରାଜ ଠାକରେ ତାଙ୍କ ବଡ଼ ଭାଇ ଉଦ୍ଧବ ଠାକରେଙ୍କ ଜନ୍ମଦିନରେ ଶୁଭେଚ୍ଛା ଜଣାଇବା ପାଇଁ ତାଙ୍କ ବାସଭବନକୁ ଯାଇଥିଲେ। ଏହା ପରେ, ଗଣେଶୋତ୍ସବ ସମୟରେ, ଉଦ୍ଧବ ଠାକରେ ମଧ୍ୟ ଶିବତୀର୍ଥ ଯାଇ ଭଗବାନ ଗଣେଶଙ୍କ ଦର୍ଶନ କରିଥିଲେ। ଏହି ସାକ୍ଷାତ ପରେ, ଆଗାମୀ ଦଶହରା ଉତ୍ସବରେ ଉଭୟ ଭାଇଙ୍କୁ ଗୋଟିଏ ମଞ୍ଚରେ ଦେଖିବାକୁ ମିଳିପାରେ ବୋଲି କଳ୍ପନାଜଳ୍ପନା ଜୋର ଧରିଛି।


ଶିବସେନା ନେତା ଏବଂ ବିଧାନସଭା ପରିଷଦ ସଦସ୍ୟ ସଚିନ ଆହିର ଏହି ସମ୍ଭାବନାକୁ ଅଧିକ ସ୍ପଷ୍ଟ କରିଛନ୍ତି। ଏକ ମରାଠୀ ନ୍ୟୁଜ୍ ଚ୍ୟାନେଲ ସହିତ କଥାବାର୍ତ୍ତା ସମୟରେ ଆହିର କହିଛନ୍ତି, ଦଶହରାରେ ଆପଣଙ୍କୁ ଭଲ ଖବର ମିଳିବ। ଏହା ମଧ୍ୟ ସମ୍ଭବ ରାଜ ଠାକରେଙ୍କୁ ଆମର ଦଶହରା ରାଲିକୁ ନିମନ୍ତ୍ରଣ କରାଯାଇପାରେ।

ଆହିର କହିଛନ୍ତି, ଉଦ୍ଧବ ଏବଂ ରାଜ ଠାକରେଙ୍କ ଏକାଠି ହେବା କେବଳ ଉଭୟ ଦଳର ବାଧ୍ୟବାଧକତା ନୁହେଁ, ବରଂ ରାଜ୍ୟ ରାଜନୀତି ପାଇଁ ଜରୁରୀ। ଜନଭାବନା ମଧ୍ୟ ଏହା ଚାହୁଁଛି। ତାଙ୍କ ଅନୁସାରେ, ଏବେ ଗଣେଶୋତ୍ସବ ଶେଷ ହୋଇଛି ଏବଂ ପିତୃ ପକ୍ଷ ଆରମ୍ଭ ହୋଇଛି। ଆଶା କରୁଛି ଦଶହରା ସୁଦ୍ଧା କିଛି ବଡ଼ ଖବର ମିଳିବ।

ଏହି ବିବୃତି ଏପରି ଏକ ସମୟରେ ଆସିଛି ଯେତେବେଳେ ଶିବସେନା (ୟୁବିଟି) ଏବଂ ଏମଏଦଏସ ଉଭୟ ନିଜ ନିଜ ସ୍ତରରେ ସକ୍ରିୟ ଅଛନ୍ତି ଏବଂ କର୍ମୀମାନଙ୍କୁ ଦିଗଦର୍ଶନ ଦେବାରେ ନିୟୋଜିତ ଅଛନ୍ତି। ଆହିର କହିଛନ୍ତି, ଦଶହରା ସମାଗମ କେବଳ ଏକ ରାଜନୈତିକ କାର୍ଯ୍ୟକ୍ରମ ନୁହେଁ, ବରଂ ଏକ ମଞ୍ଚ ଯାହା କର୍ମୀମାନଙ୍କୁ ନୂତନ ଶକ୍ତି ପ୍ରଦାନ କରିଥାଏ। ଯଦି ଏଥର ଉଭୟ ଠାକରେ ଭାଇଙ୍କୁ ଏକାଠି ଦେଖାଯାଏ, ତେବେ ଏହା ମହାରାଷ୍ଟ୍ରର ରାଜନୀତିରେ ଏକ ଐତିହାସିକ ମୁହୂର୍ତ୍ତ ହେବ।

ଯଦିଓ ଏହା ସ୍ପଷ୍ଟ ନୁହେଁ ଯେ, ଉଦ୍ଧବ ଠାକରେ ପ୍ରକୃତରେ ଦଶହରାରେ ରାଜ ଠାକରେଙ୍କୁ ମଞ୍ଚକୁ ନିମନ୍ତ୍ରଣ କରିବେ କି ନାହିଁ, କିନ୍ତୁ ଉଭୟଙ୍କ ସମ୍ପର୍କ ମଧ୍ୟରେ ଜମାଟ ବାନ୍ଧିଥିବା ବରଫ ତରଳିବାର ସୂଚନା ମିଳୁଛି। ଆହିର କହିଛନ୍ତି, ରାଜ ଠାକରେ ମଧ୍ୟ ବୈଠକ ମଧ୍ୟ କରୁଛନ୍ତି। ସେ ଆମକୁ ମଧ୍ୟ ନିମନ୍ତ୍ରଣ କରିପାରିବେ।

ଏହାକୁ ନେଇ ରାଜ୍ୟ ରାଜନୈତିକ ବିଶେଷଜ୍ଞମାନେ ଆନୁମାନ କରୁଛନ୍ତି,ଯଦି ଠାକରେ ଭାଇମାନେ ଦଶହରା ମଞ୍ଚରେ ଏକାଠି ହୁଅନ୍ତି, ତେବେ ଏହା  ବିରୋଧୀ ଶିବିର ପାଇଁ ଏକ ବଡ଼ ଧକ୍କା ହେବା ସହିତ ରାଜ୍ୟ ରାଜନୀତିରେ କେବେ ଦେଖାଯାଇ ନ ଥିବା ଏକ  ଘଟଣା ଭାବରେ ପ୍ରମାଣିତ ହେବ।

ଏବେ ସମସ୍ତଙ୍କ ନଜର ଅନୁଷ୍ଠିତ ହେବାକୁ ଥିବା ଦଶହରା କାର୍ଯ୍ୟକ୍ରମ ଉପରେ ରହିଛି। ଯେଉଁଠାରେ ଠାକରେ ପରିବାରର ରାଜନୈତିକ କାହାଣୀରେ ଏକ ନୂତନ ଅଧ୍ୟାୟ ଲେଖାଯାଇପାରିବ ବୋଲି ଆଶା କରାଯାଉଛି ବୋଲି ରାଜନୈତିକ ସମୀକ୍ଷକ ମତପୋଷଣ କରିଛନ୍ତି। 

maharastra | Raj Thackrey | Uddhav Thackray

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe