Image Source: India Today
ନୂଆଦିଲ୍ଲୀ: ଦୁଇଦିନିଆ ଭାରତ ଗସ୍ତ ଶେଷ କରି ଆମେରିକା ଫେରିଥିବା ଇଭାଙ୍କା ଟ୍ରମ୍ପ୍ ବୁଧବାର ଦିନ ଇନ୍ଷ୍ଟାଗ୍ରାମ୍ରେ ‘ଥ୍ୟାଙ୍କ୍ ୟୁ ଇଣ୍ଡିଆ’ ଲେଖି ପୋଷ୍ଟ୍ କରିଛନ୍ତି। ପିତା ତଥା ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପ୍, ଫାଷ୍ଟ୍ ଲେଡି ମେଲାନିଆ, ସ୍ୱାମୀ ଜାରେଡ୍ କୁସ୍ନର୍ଙ୍କ ସହ ଇଭାଙ୍କା ଫେବ୍ରୁଆରି ୨୪ ତାରିଖ ଦିନ ଭାରତ ଗସ୍ତରେ ଆସି ଅହମଦାବାଦରେ ପହଞ୍ଚିଥିଲେ। ଫେବ୍ରୁଆରି ୨୫ ତାରିଖ ରାତିରେ ରାଷ୍ଟ୍ରପତି ଭବନରେ ନୈଶ୍ୟ ଭୋଜି ପରେ ସେମାନେ ଆମେରିକା ଅଭିମୁଖେ ପ୍ରତ୍ୟାବର୍ତ୍ତନ କରିଥିଲେ।
Image Source: India Todayଭାରତରୁ ଯାଇ ଆମେରିକାରେ ପହଞ୍ଚିବା ପରେ ଇଭାଙ୍କା ସ୍ୱାମୀ ଜାରେଡ୍ କୁସ୍ନର୍ଙ୍କ ସହ ତାଜମହଲ ସମ୍ମୁଖରେ ଉଠାଇଥିବା ଫଟୋ ଇନ୍ଷ୍ଟାଗ୍ରାମ୍ରେ ସେୟାର୍ କରିଛନ୍ତି। ଏହି ଫଟୋର ପରିଚୟୋକ୍ତିରେ ଲେଖିଛନ୍ତି ‘ଥ୍ୟାଙ୍କ୍ ୟୁ ଇଣ୍ଡିଆ!’। ପଛରେ ତାଜମହଲର ଦୃଶ୍ୟ ଥାଇ ଇଭାଙ୍କା ଓ ଜାରେଡ୍ ହାତ ଧରାଧରି ହୋଇ ଚାଲୁଥିବା ଦୃଶ୍ୟ ଏହି ଫଟୋରେ ରହିଛି।
ଭାରତ ଗସ୍ତକାଳୀନ ଏହି ଫଟୋକୁ ଅନେକ ପ୍ରଶଂସକ ଲାଇକ୍ କରିଛନ୍ତି। ଜଣେ ପ୍ରଶଂସକ ଲେଖିଛନ୍ତି: ଭାରତକୁ ଆସିଥିବାରୁ ଧନ୍ୟବାଦ... ଖୁବ୍ ଶୀଘ୍ର ପୁଣି ଆପଣଙ୍କୁ ଦେଖିବୁ ବୋଲି ଆଶା।
Follow Us