ପ୍ରଧାନମନ୍ତ୍ରୀ ମୋଦି ଓ ଭାରତକୁ ପ୍ରଶଂସାରେ ପୋତିଲେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତନାହ୍ୟୁ

Advertisment
ପ୍ରଧାନମନ୍ତ୍ରୀ ମୋଦି ଓ ଭାରତକୁ ପ୍ରଶଂସାରେ ପୋତିଲେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତନାହ୍ୟୁ

Times Now

ନୂଆଦିଲ୍ଲୀ: କର୍ଗିଜ୍‌ସ୍ତାନର ରାଜଧାନୀ ବିସ୍‌କେକ ଠାରେ ଆଜି ଚୀନ୍‌ ରାଷ୍ଟ୍ରପତି ଜି ଜିଙ୍ଗ୍‌ପିଙ୍ଗ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ହୋଇଥିବା ପ୍ରତିନିଧି ସ୍ତରୀୟ ଆଲାଚନା ସଫଳ ହୋଇଥିବା ବେଳେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତନାହ୍ୟୁ ଭାରତ ଓ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ପ୍ରଶଂସାରେ ଶତମୁଖ ହେବା ସହ ଭୂୟସୀ ପ୍ରଶଂସା କରିବା ଘଟଣା, ବିଶ୍ୱ ଦରବାରରେ ଭାରତ ଗୁରୁତ୍ୱକୁ ବଢ଼ାଇ ଦେଇଛି।

publive-image United News of India

ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ଏକ ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମରେ ଗତ ମଙ୍ଗଳବାର ଦିନ ଭାରତ ମିଳିତ ଜାତିସଂଘର ଅର୍ଥନୈତିକ ଓ ସାମାଜିକ ପରିଷଦ (ୟୁଏନ୍‌ ଇକୋନୋମିକ୍‌ ଆଣ୍ଡ ସୋସିଆଲ କାଉନସିଲ)ରେ ଇସ୍ରାଏଲ ସପକ୍ଷରେ ଭୋଟ ଦେଇଥିଲା। ସର୍ବପ୍ରଥମ ଥର ପାଇଁ ଭାରତ ମିଳିତ ଜାତିସଂଘରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ଇସ୍ରାଏଲ ସପକ୍ଷରେ ଭୋଟ ଦେବା ସହ ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରି ରଖି ଦେଇଥିଲା। ଏହି ଘଟଣାରେ ଭାରତର ଏହି ଆଭିମୁଖ୍ୟରେ ଏବେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତନାହ୍ୟୁ ଭାରତ ଓ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ପ୍ରଶଂସାରେ ଶତମୁଖ ହେବା ସହ ଭୂୟସୀ ପ୍ରଶଂସା କରିଛନ୍ତି। ଏକ ଟୁଇଟ୍‌ କରି ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେତନାହ୍ୟୁ କହିଛନ୍ତି, ‘ଧନ୍ୟବାଦ ନରେନ୍ଦ୍ର ମୋଦି; ଧନ୍ୟବାଦ ଭାରତ। ମିଳିତ ଜାତିସଂଘରେ ଇସ୍ରାଏଲ ସହ ସହ ଠିଆହୋଇ ଇସ୍ରାଏଲକୁ ସମର୍ଥନ ଦେଇଥିବାରୁ ଧନ୍ୟବାଦ।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe