ହର୍ଣ୍ଣ ବଜାଇବାକୁ ମନା କରିବାରୁ ସିକ୍ୟୁରିଟି ଗାର୍ଡଙ୍କ ଉପରେ ଏସ୍‌ୟୁଭି ଚଢ଼ାଇଲେ ଚାଳକ

Advertisment

ଜଣେ ସୁରକ୍ଷା କର୍ମୀଙ୍କୁ ଏସ୍‌ୟୁଭି ଚଢ଼ାଇ ଦେଇଛନ୍ତି କ୍ରୋଧିକ ଗାଡ଼ି ଚାଳକ। ଜାଣିବାକୁ ମିଳିଛି ଯେ ସୁରକ୍ଷାକର୍ମୀ ଜଣକ ନିଜ କାମ ସାରି ମଧ୍ୟରାତ୍ରରେ ଘରକୁ ଫେରୁଥିଲେ। ସିକ୍ୟୁରିଟି ତାଙ୍କୁ ହର୍ଣ୍ଣ ନବଜାଇବାକୁ କହିବାକୁ ଥାର୍‌ ଚାଳକ କ୍ରୋଧରେ ଏପରି କରିଥିବା ସୂଚନା ରହିଛି। 

ଜଣେ ସୁରକ୍ଷା କର୍ମୀଙ୍କୁ ଏସ୍‌ୟୁଭି ଚଢ଼ାଇ ଦେଇଛନ୍ତି କ୍ରୋଧିକ ଗାଡ଼ି ଚାଳକ। ଜାଣିବାକୁ ମିଳିଛି ଯେ ସୁରକ୍ଷାକର୍ମୀ ଜଣକ ନିଜ କାମ ସାରି ମଧ୍ୟରାତ୍ରରେ ଘରକୁ ଫେରୁଥିଲେ। ସିକ୍ୟୁରିଟି ତାଙ୍କୁ ହର୍ଣ୍ଣ ନବଜାଇବାକୁ କହିବାକୁ ଥାର୍‌ ଚାଳକ କ୍ରୋଧରେ ଏପରି କରିଥିବା ସୂଚନା ରହିଛି। 

ିୂିୁଚୂଳିୀ.ର

ନୂଆଦିଲ୍ଲୀ: ଦିଲ୍ଲୀରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ଜଣେ ସୁରକ୍ଷା କର୍ମୀଙ୍କୁ ଏସ୍‌ୟୁଭି ଚଢ଼ାଇ ଦେଇଛନ୍ତି କ୍ରୋଧିକ ଗାଡ଼ି ଚାଳକ। ଜାଣିବାକୁ ମିଳିଛି ଯେ ସୁରକ୍ଷାକର୍ମୀ ଜଣକ ନିଜ କାମ ସାରି ମଧ୍ୟରାତ୍ରରେ ଘରକୁ ଫେରୁଥିଲେ। ଥାର୍‌ ଚଳାଉଥିବା ଡ୍ରାଇଭର୍‌ ଉଚ୍ଚ ହର୍ଣ୍ଣ ବଜାଇ ଯାଉଥିଲେ। ସିକ୍ୟୁରିଟି ତାଙ୍କୁ ହର୍ଣ୍ଣ ନବଜାଇବାକୁ କହିବାକୁ ଥାର୍‌ ଚାଳକ କ୍ରୋଧରେ ଏପରି କରିଥିବା ସୂଚନା ରହିଛି। 

ଏହି ଘଟଣା ଘଟିଥିଲା ସେତେବେଳେ, ​​ଯେତେବେଳେ ବିହାରର ବାସିନ୍ଦା ରାଜୀବ କୁମାର ଦିଲ୍ଲୀ ବିମାନବନ୍ଦରର ଟର୍ମିନାଲ ୩ରେ ରାତି ଡ୍ୟୁଟି ପରେ ମହିପାଳପୁରସ୍ଥିତ ତାଙ୍କ ଘରକୁ ଫେରୁଥିଲେ। ମହିପାଳପୁର ଚୌକରେ ଏକ କ୍ୟାବ୍ ତାଙ୍କୁ ଛାଡ଼ି ଘରକୁ ଚାଲିଯାଉଥିବା ସମୟରେ, ପଛରୁ ଏକ କାର ଜୋରରେ ହର୍ଣ୍ଣ ବଜାଇ ଆସୁଥିଲା। କୁମାର ତାଙ୍କୁ ହର୍ଣ୍ଣ ବଜାଇବା ବନ୍ଦ କରିବାକୁ କହିବାରୁ, ଅଭିଯୁକ୍ତ ତାଙ୍କୁ ତାଙ୍କ ବାଡ଼ି ମାଗିଲେ।

ରଙ୍ଗପୁରୀ ବାସିନ୍ଦା ବିଜୟ ନାମକ ସୁକ୍ୟୁରିଟି ଗାର୍ଡ ତାଙ୍କ ବାଡ଼ି ଦେବାକୁ ମନା କରିବାରୁ ଗାଡ଼ି ଚାଳକ କ୍ରୋଧରେ ତାଙ୍କ ଉପରେ ଗାଡ଼ି ଚଳାଇ ଦେଇଥିଲେ।  ଯାହା ଫଳରେ ସେ ପଡ଼ି ଯାଇଥିଲେ ଏବଂ ଯନ୍ତ୍ରଣାରେ ଚିତ୍କାର କରିବାକୁ ଲାଗିଲେ। ଦୁର୍ଘଟଣାରେ ପୀଡିତଙ୍କ ଗୋଡ଼ ଭାଙ୍ଗିଯାଇଛି। 

କୁମାରଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇଥିବା ବେଳେ, ଅଭିଯୁକ୍ତ ବିଜୟ ଘଟଣାସ୍ଥଳରୁ ପଳାଇ ଯାଇଛନ୍ତି। ପୁଲିସ ହତ୍ୟା ଉଦ୍ୟମ ମାମଲା ରୁଜୁ କରି ଘଟଣାର ଛଅ ଘଣ୍ଟା ମଧ୍ୟରେ ଅଭିଯୁକ୍ତକୁ ଗିରଫ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe