Tharoor defends Advani: ନେହରୁ-ଇନ୍ଦିରାଙ୍କ ଉଦାହରଣ ଦେଇ ଆଡ଼ଭାନୀଙ୍କୁ ସୁରକ୍ଷା ଦେଲେ ଥରୁର

Advertisment

ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡ଼ଭାନୀଙ୍କୁ ଗତକାଲି ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି କଂଗ୍ରେସ ସାଂସଦ ଶଶୀ ଥରୁର। ଏହାପରେ ଅନ୍‌ଲାଇନରେ ଜଣେ ଓକିଲ ଆଡ଼ଭାନୀଙ୍କୁ କଟୁ ସମାଲୋଚନା କରିବା ପରେ ଥରୁର ତାଙ୍କ ସୁରକ୍ଷାରେ ବାହାରିଛନ୍ତି।

ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡ଼ଭାନୀଙ୍କୁ ଗତକାଲି ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି କଂଗ୍ରେସ ସାଂସଦ ଶଶୀ ଥରୁର। ଏହାପରେ ଅନ୍‌ଲାଇନରେ ଜଣେ ଓକିଲ ଆଡ଼ଭାନୀଙ୍କୁ କଟୁ ସମାଲୋଚନା କରିବା ପରେ ଥରୁର ତାଙ୍କ ସୁରକ୍ଷାରେ ବାହାରିଛନ୍ତି।

dgdadgagdd
ନୂଆଦିଲ୍ଲୀ: ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡ଼ଭାନୀଙ୍କୁ ଗତକାଲି ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି କଂଗ୍ରେସ ସାଂସଦ ଶଶୀ ଥରୁର। ଏହାପରେ ଅନ୍‌ଲାଇନରେ ଜଣେ ଓକିଲ ଆଡ଼ଭାନୀଙ୍କୁ କଟୁ ସମାଲୋଚନା କରିବା ପରେ ଥରୁର ତାଙ୍କ ସୁରକ୍ଷାରେ ବାହାରିଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁ ଓ ଇନ୍ଦିରା ଗାନ୍ଧୀଙ୍କ ଉଦାହରଣ ଦେଇ ସେ ଯୁକ୍ତି ବାଢ଼ିଛନ୍ତି ଯେ ବର୍ଷ ବର୍ଷ ଧରି ଜନସେବା କରିବା ପରେ ଗୋଟିଏ ଘଟଣା ମାଧ୍ୟମରେ ଜଣେ ବ୍ୟକ୍ତିଙ୍କ ମୂଲ୍ୟାୟନ କରିବା ଅନ୍ୟାୟ।
୨୦୦୨-୨୦୦୪ ମଧ୍ୟରେ ଦେଶର ଉପପ୍ରଧାନମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିବା ବିଜେପିର ପ୍ରତିଷ୍ଠାତା ସଦସ୍ୟ ଆଡଭାନୀ ଗତକାଲି ୯୮ ବର୍ଷରେ ପଦାର୍ପଣ କରିଛନ୍ତି। ଜନ୍ମଦିନରେ ଶୁଭେଚ୍ଛା ଜଣାଇ ଥରୁର ଆଡ଼ଭାନୀଙ୍କ ସହ ତାଙ୍କର ଏକ ଫଟୋ ସେୟାର କରିଛନ୍ତି। ଏଥିସହ ତାଙ୍କୁ ଜନସେବା ପ୍ରତି ଅତୁଟ ପ୍ରତିବଦ୍ଧତା ଥିବା ଜଣେ ପ୍ରକୃତ ରାଜନେତା ଭାବରେ ବର୍ଣ୍ଣନା କରିଛନ୍ତି। ଏହାପରେ ବରିଷ୍ଠ ଆଡଭୋକେଟ୍ ସଞ୍ଜୟ ହେଗଡେ ଭିନ୍ନମତ ପୋଷଣ କରି କହିଥିଲେ- ଦୁଃଖିତ ଥରୁରଜୀ, ଏହି ଦେଶରେ ‘ଘୃଣାର ଡ୍ରାଗନ୍ ମଞ୍ଜି’ (ଖୁସୱନ୍ତ ସିଂହଙ୍କ ଭାଷାରେ) ବୁଣିବା ଜନସେବା ନୁହେଁ। ଲେଖକ ତଥା ସାମ୍ବାଦିକ ସିଂହ ଏକ ସାଧାରଣ ସଭାରେ ଆଡଭାନୀଙ୍କୁ ସମାଲୋଚନା କରିବା ପାଇଁ ଏହି ବାକ୍ୟାଂଶ ବ୍ୟବହାର କରିଥିଲେ, ଯାହା ତାଙ୍କ ପୁସ୍ତକ ‘ଦି ଏଣ୍ଡ୍ ଅଫ୍ ଇଣ୍ଡିଆ’ରେ ମଧ୍ୟ ଉଲ୍ଲେଖ ରହିଛି।  
 କିନ୍ତୁ ଥରୁର ଏଥିରେ ସନ୍ତୁଷ୍ଟ ହୋଇ ନ ଥିଲେ। ସେ ଯୁକ୍ତି କରିଛନ୍ତି ଯେ, ଜଣେ ରାଜନେତାଙ୍କ ଦୀର୍ଘ ବର୍ଷର ସେବାକୁ କେବଳ ଗୋଟିଏ ଘଟଣା ଦର୍ଶାଇ ଅବମୂଲ୍ୟାୟନ କରାଯାଇପାରିବ ନାହିଁ। ଏହା ଅନ୍ୟାୟ। ନେହେରୁଜୀଙ୍କ କ୍ୟାରିୟରର ସମ୍ପୂର୍ଣ୍ଣତାକୁ ଚୀନ୍ ବିପର୍ଯ୍ୟୟ ଦ୍ୱାରା କିମ୍ବା ଇନ୍ଦିରା ଗାନ୍ଧୀଙ୍କୁ କେବଳ ଜରୁରିକାଳୀନ ପରିସ୍ଥିତି ଦ୍ୱାରା ମୂଲ୍ୟାଙ୍କନ କରାଯାଇପାରିବ ନାହିଁ। ମୁଁ ବିଶ୍ୱାସ କରେ ଯେ ଆମେ ଆଡଭାନୀଜୀଙ୍କୁ ମଧ୍ୟ ସମାନ ସୌଜନ୍ୟ ପ୍ରଦାନ କରିବା ଉଚିତ ବୋଲି ୬୯ ବର୍ଷୀୟ ଥରୁର କହିଛନ୍ତି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ସାକ୍ଷାତ୍‌କୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଶଂସା କରିଥିବାରୁ ଥରୁର ପୂର୍ବରୁ ନିଜ ଦଳ ଭିତରୁ ସମାଲୋଚନାର ସମ୍ମୁଖୀନ ହୋଇଥିଲେ। ଏହି ସମାଲୋଚନାକୁ ନେଇ ଥରୁର ଓ କଂଗ୍ରେସ ନେତୃତ୍ୱଙ୍କ ମଧ୍ୟରେ ମତଭେଦ ତୀବ୍ର ହୋଇଥିଲା। ଗତ ସପ୍ତାହରେ, ସେ ପରିବାରବାଦ ରାଜନୀତି ଯୋଗ୍ୟତାରେ ବାଧା ସୃଷ୍ଟି କରୁଥିବା ବିଷୟରେ ଏକ ପ୍ରବନ୍ଧ ଲେଖିଥିଲେ, ଯାହା ବିଜେପିର ପ୍ରଶଂସା ପାଇଥିଲା। ଆଜି କଂଗ୍ରେସ କହିଛି ଯେ ଆଡଭାନୀଙ୍କୁ ନେଇ ଥରୁରଙ୍କ ମନ୍ତବ୍ୟ ତାଙ୍କର ବ୍ୟକ୍ତିଗତ ଏବଂ ଏହା ଦଳର ମତ ନୁହେଁ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe