ଥରୁର୍‌ଙ୍କ ବିବାଦୀୟ ବୟାନ, କଂଗ୍ରେସ ଅଡ଼ୁଆରେ

Advertisment
ଥରୁର୍‌ଙ୍କ ବିବାଦୀୟ ବୟାନ, କଂଗ୍ରେସ ଅଡ଼ୁଆରେ

ନୂଆଦିଲ୍ଲୀ: ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣକୁ ନେଇ ବରିଷ୍ଠ କଂଗ୍ରେସ ନେତା ଶଶି ଥରୁର୍‌ଙ୍କ ବିବାଦୀୟ ବୟାନ ଆଜି କଂଗ୍ରେସ ପାଇଁ ଅଡ଼ୁଆ ସୃଷ୍ଟି କରିଛି। ଏକ କାର୍ଯ୍ୟକ୍ରମରେ ଥରୁର୍‌ କହିଛନ୍ତି ଯେ କୌଣସି ଭଲ ହିନ୍ଦୁ ଏହା ଚାହିବ ନାହିଁ ଯେ ମସ୍‌ଜିଦ୍‌କୁ ଭାଙ୍ଗି ରାମ ମନ୍ଦିର ନିର୍ମାଣ ହେଉ ବୋଲି। ଅଧିକାଂଶ ହିନ୍ଦୁ ଏଭଳି ହେବା ଚାହୁନାହାନ୍ତି ବୋଲି ସେ କହିଛନ୍ତି। ଥରୁରଙ୍କ ଏହି ବୟାନକୁ ବିଭିନ୍ନ ମହଲ କଡ଼ା ସମାଲୋଚନା କରିବା ପରେ ଥରୁର ଏ ନେଇ ସଫେଇ ଦେଇଛନ୍ତି। ସେ ବ୍ୟକ୍ତିଗତ ଭାବେ ଏଭଳି ବୟାନ ଦେଇଛନ୍ତି ଏବଂ ଏହା ସହିତ କଂଗ୍ରେସର ସଂପର୍କ ନାହିଁ ବୋଲି ସେ କହିଛନ୍ତି। ରାମ ମନ୍ଦିର ନିର୍ମାଣ ପ୍ରସଙ୍ଗ ଏବେ ଭାରତୀୟ ରାଜନୀତିରେ ଅନ୍ୟତମ ଚର୍ଚ୍ଚାର ପ୍ରସଙ୍ଗ ଥିବା ବେଳେ ଥରୁର୍‌ଙ୍କ ବୟାନ କଂଗ୍ରେସ ପାଇଁ ଅଡ଼ୁଆ ସୃଷ୍ଟି କରିଛି। ବିଭିନ୍ନ ହିନ୍ଦୁ ସଂଗଠନ ଏହା କଂଗ୍ରେସର ସଂକୀର୍ଣ୍ଣ ଚିନ୍ତାଧାରାର ପ୍ରତିଫଳନ ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe