ଥାୱର ଚାନ୍ଦ ଗେହଲଟ ହେବେ କି ଏନଡିଏର ଉପରାଷ୍ଟ୍ରପତି ପ୍ରାର୍ଥୀ?

Advertisment
ଥାୱର ଚାନ୍ଦ ଗେହଲଟ ହେବେ କି ଏନଡିଏର ଉପରାଷ୍ଟ୍ରପତି ପ୍ରାର୍ଥୀ?

Image Courtesy: News Live

ନୂଆଦିଲ୍ଲୀ: ଦ୍ରୌପଦୀ ମୁର୍ମୁଙ୍କୁ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଚୟନ କରିବା ପରେ ଭାରତୀୟ ଜନତା ପାର୍ଟି (ବିଜେପି) ଅଗଷ୍ଟ ୬ରେ ହେବାକୁ ଥିବା ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଶୁକ୍ରବାର ଦିନ ପ୍ରାର୍ଥୀ ଘୋଷଣା କରିବାକୁ ଯାଉଛି।

ଏହି ପରିପ୍ରେକ୍ଷୀରେ ଏନଡିଏ ମେଣ୍ଟ ପକ୍ଷରୁ ବିଜେପି କର୍ଣ୍ଣାଟକ ରାଜ୍ୟପାଳ ଥାୱର ଚାନ୍ଦ ଗେହଲଟଙ୍କୁ ଏହାର ଉପ-ରାଷ୍ଟ୍ରପତି ପ୍ରାର୍ଥୀ ଭାବରେ ମନୋନୀତ କରିବ ବୋଲି କଳ୍ପନାଜଳ୍ପନା ପ୍ରକାଶ ପାଇଛି।

ସଂପ୍ରତି କର୍ଣ୍ଣାଟକର ରାଜ୍ୟପାଳ ଥିବା ଥାୱର ଚାନ୍ଦ ଗେହଲଟ ଜଣେ ବିଶିଷ୍ଟ ଦଳିତ ନେତା ଯିଏ ବିଜେପିର ସଂସଦୀୟ ବୋର୍ଡ ଏବଂ କେନ୍ଦ୍ରୀୟ ନିର୍ବାଚନ କମିଟିର ସଦସ୍ୟ ସମେତ ବିଭିନ୍ନ ପଦ ପଦବୀରେ ରହି ବିଜେପିର ସେବା କରିଛନ୍ତି। ମୋଦୀ ସରକାରଙ୍କ ପ୍ରଥମ ପାଳି କାର୍ଯ୍ୟକାଳରେ ମୋଦୀଙ୍କ କ୍ୟାବିନେଟରେ ଗେହଲଟ ସାମାଜିକ ନ୍ୟାୟ ଏବଂ ସଶକ୍ତୀକରଣ ମନ୍ତ୍ରୀ ମଧ୍ୟ ଥିଲେ।

ବର୍ତ୍ତମାନର ଉପରାଷ୍ଟ୍ରପତି ଏମ ଭେଙ୍କେୟା ନାଇଡୁଙ୍କ କାର୍ଯ୍ୟକାଳ ଆସନ୍ତା ଅଗଷ୍ଟ ୧୦ ତାରିଖରେ ଶେଷ ହେବ ଏବଂ ପରବର୍ତ୍ତୀ ଉପରାଷ୍ଟ୍ରପତି ଅଗଷ୍ଟ ୧୧ରେ ଶପଥ ନେବେ।

ଉପରାଷ୍ଟ୍ରପତି ନିର୍ବାଚନରେ ବିଜେପି ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି, ଯେଉଁଥିରେ ମନୋନୀତ ସଦସ୍ୟଙ୍କ ସମେତ ଲୋକସଭା ଏବଂ ରାଜ୍ୟସଭାର ସଦସ୍ୟମାନେ ଭୋଟ୍‌ ଦେବାକୁ ଯୋଗ୍ୟ ଅଟନ୍ତି। ଉପରାଷ୍ଟ୍ରପତି ମଧ୍ୟ ରାଜ୍ୟସଭାର ଅଧ୍ୟକ୍ଷ ଦାୟିତ୍ୱ ନିର୍ବାହ କରିଥାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe