କରୋନାକୁ ହରାଇଲେ ୧୧୫ ବର୍ଷୀୟ ବୃଦ୍ଧ, ଗୋଟିଏ ବି ଡୋଜ୍‌ ଟିକା‌ ନେଇନାହାନ୍ତି

Advertisment
କରୋନାକୁ ହରାଇଲେ ୧୧୫ ବର୍ଷୀୟ ବୃଦ୍ଧ, ଗୋଟିଏ ବି ଡୋଜ୍‌ ଟିକା‌ ନେଇନାହାନ୍ତି

ବେଙ୍ଗାଲୁରୁ: କର୍ଣ୍ଣାଟକ କୋଲର ଜିଲ୍ଲାର ଜଣେ ବୃଦ୍ଧ ୧୧୫ ବର୍ଷରେ କରୋନାକୁ ହରାଇଛନ୍ତି। ସବୁଠୁ ଆଶ୍ଚର୍ଯ୍ୟଜନକ ହେଉଛି ସେ ଗୋଟିଏ ଡୋଜ୍‌ ଟିକା ବି ନେଇନାହାନ୍ତି। ଜି ମୁନିୟାପ୍ପା ନାମକ ଏହି ବ୍ୟକ୍ତି ୧୯୦୬ରେ ଜନ୍ମ ହୋଇଥିଲେ। ଜୁଲାଇ ମଧ୍ୟଭାଗରେ ତାଙ୍କୁ ଜ୍ବର ହୋଇଥିଲା। କୋଭିଡ୍‌ ଟେଷ୍ଟ୍‌ କରିବାପରେ ତାଙ୍କ ରିପୋର୍ଟ ପଜିଟିଭ୍‌ ଆସିଲା। ମୁନିୟାପ୍ପାଙ୍କ ପରିବାର ସଦସ୍ୟ ତାଙ୍କ ଚିକିତ୍ସା ପାଇଁ ଜୁଲାଇ ୨୨ ତାରିଖରେ ବେଙ୍ଗାଲୁରୁ ସ୍ଥିତ ସେଣ୍ଟ୍‌ ଜନ୍‌ସ ହସ୍ପିଟାଲ୍‌ରେ ଭର୍ତ୍ତି କରିଥିଲେ। ତେବେ ୫ ଦିନ ପରେ ସେ ସୁସ୍ଥ ହୋଇ ହସ୍ପିଟ‌ାଲ୍‌ରୁ ଫେରିଥିଲେ।

ମୁନିୟାପ୍ପା କହିଛନ୍ତି, ତାଙ୍କ ସ୍ବାସ୍ଥ୍ୟାବସ୍ଥା ପୂରା ଠିକ୍‌ ଅଛି ଏବଂ ସେ ପ୍ରତିଦିନ ବାଇବେଲ୍‌ ମଧ୍ୟ ପଢ଼ୁଛନ୍ତି। ବିଂଶ ଶତାବ୍ଦୀରେ ମୁନିୟାପ୍ପା କିଶୋର ଥିବା ସମୟରେ ସ୍ପାନିଶ ଫ୍ଲୁ ମହାମାରୀ ଆସିଥିଲା। ସେ ସମୟରେ ଲେକେ ଭୟରେ ୩-୪ ମାସ ଗାଁ ଛାଡ଼ି ପଳାଉଥିଲେ ବୋଲି ମୁନିୟାପ୍ପା କହିଛନ୍ତି। କର୍ଣ୍ଣାଟକର ସବୁଠାରୁ ବୟସ୍କ ବ୍ୟକ୍ତି ଭାବେ ମୁନିୟାପ୍ପା କରୋନାରୁ ସୁସ୍ଥ ହୋଇଛନ୍ତି। ମୁନିୟାପ୍ପାଙ୍କ ପରିବାର ଚାଷ ଉପରେ ନିର୍ଭର କରେ। ମୁନିୟାପ୍ପା ଜଣେ ଚାଷୀ ଏବଂ ତାଙ୍କର ୬ ପିଲା ଅଛନ୍ତି। ମୁନିୟାପ୍ପାଙ୍କ ପତ୍ନୀଙ୍କୁ ଏବେ ୧୦୦ ବର୍ଷ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe