ପୁଲୱାମା ଆକ୍ରାମଣ: ଆତଙ୍କବାଦୀଙ୍କୁ ଘରେ ରହିବାକୁ ଦେବା ସହ ଆକ୍ରମଣ କରିବାରେ ସାହାଯ୍ୟ କରିଥିଲେ ଏହି ୨୩ବର୍ଷିଅ ମହିଳା

Advertisment
ପୁଲୱାମା ଆକ୍ରାମଣ: ଆତଙ୍କବାଦୀଙ୍କୁ ଘରେ ରହିବାକୁ ଦେବା ସହ ଆକ୍ରମଣ କରିବାରେ ସାହାଯ୍ୟ କରିଥିଲେ ଏହି ୨୩ବର୍ଷିଅ ମହିଳା

ndtv

ନୂଆଦିଲ୍ଲୀ: ଗତ ବର୍ଷ ଫେବୃଆରୀ ୧୪ରେ ପୁଲୱାମା ଠାରେ ଏକ ଆତ୍ମଘାତୀ ଆକ୍ରମଣ ହୋଇଥିଲା। ଆତଙ୍କବାଦୀମାନେ ବିସ୍ଫୋରକ ଭରପୂର ଥିବା କାରକୁ ସେନା ଯବାନମାନେ ଯାଉଥିବା ଗାଡ଼ି‌ରେ ଧକ୍କା କରିବା ପରେ  ୪୦ରୁ ଅଧିକ ଯବାନ ସହିଦ ହୋଇଥିଲେ। ଏହି ଘଟଣା ସାରା ବିଶ୍ବରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେ‌ଳେ ଏବେ ଏହାକୁ ନେଇ ଆଉ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଏହି ଆକ୍ରମଣକୁ ସଫଳ କରିବାରେ ଜଣେ ୨୩ବର୍ଷିଅ ମହିଳାଙ୍କର ହାତ ରହିଥିବା କହିଛି ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନଆଇଏ)।

kib41pi8 ndtv

ଏନଆଇଏ ଚାର୍ଜସିଟରୁ ମହିଳାଙ୍କ ନାଁ ଇନ୍ଶା ଜାନ ବୋଲି ଜଣା ପଡ଼ିଥିବା ବେଳେ ସେ ଏବଂ ତାଙ୍କ ବାପା ତାରିକ୍ ପିର ପୁଲୱାମା ଆକ୍ରମଣକାରୀକୁ ଘରେ ରହିବା ପାଇଁ ଦେଇଥିଲେ ବୋଲି ଜଣା ପଡ଼ିଛି। ଦୁହେଁ ଉମର ଫାରୁକ୍, ସମୀର ଦାର ଏବଂ ଆଦିଲ ଅହମ୍ମଦ ଦାର (ଆକ୍ରମଣର ତିନି ପ୍ରମୁଖ ନାଁ)ଙ୍କୁ ଖାଦ୍ୟ, ଆଶ୍ରୟ ଏବଂ ଅନ୍ୟାନ୍ୟ ସାମଗ୍ରୀ ଯୋଗାଇ ଦେଇଥିଲେ। ଏହି ଆତଙ୍କବାଦୀମାନେ ୨୦୧୮ ରୁ ୨୦୧୯ମଧ୍ୟରେ ଅନେକ ଥର ତାଙ୍କ ଘରେ ଦୁଇରୁ ଚାରି ଦିନ ରହିଥିଲେ ବୋଲି ଏନଆଇଏ ଅଧିକାରୀ ପ୍ରକାଶ କରିଛନ୍ତି। ଏନଆଇଏ ଚାର୍ଜସିଟରେ ଦର୍ଶାଯାଇଛି ଯେ, ଇନ୍ସା ଜାନ ଉମର ଫାରୁକକୁ ସୁରକ୍ଷା ବାହିନୀର ଗତିବିଧି ବିଷୟରେ ସୂଚନା ଦେଉଥିଲା। ଦୁହିଁଙ୍କ ମଧ୍ୟରେ ମେସେଜ ମାଧ୍ୟମରେ ହୋଇଥିବା କଥାବାର୍ତ୍ତାର ପୁନରୁଦ୍ଧାର ପରେ ଏନଆଇଏ ଏହା ଜାଣିବାକୁ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe