ସୁପ୍ରିମକୋର୍ଟରେ ୯୭ତମ ସମ୍ବିଧାନ ସଂଶୋଧନ କାଏମ

Advertisment

ସମବାୟ ସମିତିର ପରିଚାଳନା ପାଇଁ ହୋଇଥିଲା

ସମବାୟ ସମିତିର ପରିଚାଳନା ପାଇଁ ହୋଇଥିଲା

ରିଅଲ୍‌ ଇଷ୍ଟେଟ୍‌ ପ୍ରସଙ୍ଗ: କେନ୍ଦ୍ରକୁ ସୁପ୍ରିମ୍‌ କୋର୍ଟ ନୋଟିସ୍‌, ‘ଗ୍ରାହକ-ବିଲ୍‌ଡର୍‌ ଚୁକ୍ତି’ର ପ୍ରସ୍ତୁତ କରିବାକୁ କହିଲେ

Image Courtesy of India TV News

ନୂଆଦିଲ୍ଲୀ: ସମବାୟ ସମିତିଗୁଡ଼ିକର ସୁପରିଚାଳନା ପାଇଁ ଉଦ୍ଦିଷ୍ଟ ୯୭ତମ ସମ୍ବିଧାନ ସଂଶୋଧନକୁ ମଙ୍ଗଳବାର ସୁପ୍ରିମକୋର୍ଟର ଏକ ତିନିଜଣିଆ ଖଣ୍ଡପୀଠ ୨:୧ ମତରେ କାଏମ୍‌ ରଖିଛନ୍ତି। ତେବେ ସମବାୟ ସମିତିଗୁଡ଼ିକର ଗଠନ ଓ କାର୍ଯ୍ୟକାରିକତା ପାଇଁ ରହିଥିବା ଏକ ପ୍ରାବଧାନ (୯ ବି ଅଂଶ)କୁ ଜଷ୍ଟିସ୍‌ ଆର୍‌ ଏଫ୍‌ ନରିମାନ୍‌, କେ ଏମ୍‌ ଜୋସେଫ୍‌ ଓ ବି ଆର୍‌ ଗଭାଇଙ୍କୁ ଗଠିତ ଖଣ୍ଡପୀଠ ସେଥିରୁ ବାଦ୍‌ ଦେଇଛନ୍ତି।
ସୂଚନାଯୋଗ୍ୟ, ସମ୍ବିଧାନର ଏହି ୯୭ତମ ସଂଶୋଧନ ସଂସଦରେ ୨୦୧୧ ଡିସେମ୍ବରରେ ଗୃହୀତ ହେବା ସହ ୨୦୧୨ ଫେବ୍ରୁଆରିରୁ ତାହା କାର୍ଯ୍ୟକାରୀ ହୋଇଥିଲା। ତେବେ ସମବାୟ ସମିତିଗୁଡ଼ିକ ରାଜ୍ୟର ବିଷୟ ହୋଇଥିବାରୁ ସଂସଦ ଏ ସମ୍ପର୍କରେ କୌଣସି ଆଇନ କାନୁନ ପ୍ରଣୟନ କରିପାରିବ ନାହିଁ ବୋଲି ଗୁଜରାଟ ହାଇକୋର୍ଟ ୨୦୧୩ ମସିହାରେ ଦେଇଥିବା ଏକ ରାୟକୁ ଚ୍ୟାଲେଞ୍ଜ କରି କେନ୍ଦ୍ର ସରକାର ସୁପ୍ରିମକୋର୍ଟର ଶରଣ ପଶିଥିଲେ।

ଏ ପ୍ରସଙ୍ଗରେ ମାନ୍ୟବର ସର୍ବୋଚ୍ଚ ଅଦାଲତ ମଧ୍ୟ ସମବାୟ ସମିତିଗୁଡ଼ିକର ପରିଚାଳନା ପାଇଁ ରାଜ୍ୟମାନଙ୍କର ରହିଥିବା ସ୍ବତନ୍ତ୍ର କ୍ଷମତାଗୁଡ଼ିକ ଉକ୍ତ ସମ୍ବିଧାନ ସଂଶୋଧନ ଦ୍ବାରା କ୍ଷୁଣ୍ଣ ହେଉଛି ନା ନାହିଁ ତାହା ତର୍ଜମା କରିଥିଲେ। ଏ ପରିପ୍ରେକ୍ଷୀରେ ୯୭ତମ ସଂଶୋଧନ ରାଜ୍ୟର କ୍ଷମତା ଉପରେ ଆଦୌ ହସ୍ତକ୍ଷେପ କରୁନାହିଁ, ପରନ୍ତୁ ଏହା ସମବାୟ ସମିତିଗୁଡ଼ିକର ପରିଚାଳନାରେ ସମାନତା ଆଣିବା ପାଇଁ ଉଦ୍ଦିଷ୍ଟ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଟର୍ଣ୍ଣି ଜେନେରାଲ କେ କେ ବେଣୁଗୋପାଳ ଯୁକ୍ତି କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe