Advertisment

ଜେଏନ୍‌ୟୁରେ ଏବିଭିପି-ବାମ ଛାତ୍ର ଗୋଷ୍ଠୀ ମୁହାଁମୁହିଁ

Advertisment
ଜେଏନ୍‌ୟୁରେ ଏବିଭିପି-ବାମ ଛାତ୍ର ଗୋଷ୍ଠୀ ମୁହାଁମୁହିଁ

image source- aajtak

ନୂଆଦିଲ୍ଲୀ: ଜବାହରଲାଲ ନେହରୁ ବିଶ୍ବବିଦ୍ୟାଳୟ ଜେଏନ୍‌ୟୁରେ ଆଜି ବାମପନ୍ଥୀ ଛାତ୍ର ଗୋଷ୍ଠୀ ଏବଂ ଏବିଭିପିର ଛାତ୍ରମାନେ ମୁହାଁମୁହିଁ ହୋଇଛନ୍ତି। ଶ୍ରୀରାମ ନବମୀରେ ହଷ୍ଟେଲରେ ଆମିଷ ଭୋଜନକୁ ବିରୋଧ କରି ଏବିଭିପି ଛାତ୍ରମାନେ ମେସ୍‌ର ଜଣେ ସଂଚାଳକଙ୍କୁ ମାରପିଟ୍‌ କରିଥିବା ଅଭିଯୋଗ ମଧ୍ୟ ହୋଇଛି । ଏବିଭିପିର ଛାତ୍ରମାନେ ଜେଏନ୍‌ୟୁ ପରିସରରେ ଗୁଣ୍ଡାଗିରି ଚଳାଇଥିବା ଅଭିଯୋଗ କରି ବାମ ଛାତ୍ରନେତାମାନେ ଏହାର ବିରୋଧ କରିବାକୁ ଆହ୍ବାନ ଦେବା ପରେ ଏହାକୁ ନେଇ ଉତ୍ତେଜନା ବଢ଼ିଥିଲା। ଛାତ୍ରମାନଙ୍କୁ ଭୋଜନ ଅଧିକାରରୁ ବଞ୍ଚିତ କରିବା ପାଇଁ ଏବିଭିପି ପ୍ରୟାସ କରୁଛି ଏବଂ ଏହାର ଜୋର୍‌ଦାର ବିରୋଧ କରାଯିବ ବୋଲି ବାମ ଛାତ୍ରନେତାମାନେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe