ବିକାଶ ଦୁବେର ଘର ମାଟିରେ ମିଶାଇଲା ପ୍ରଶାସନ, ସମ୍ପତ୍ତି ଜବତ ‌ପ୍ରକ୍ରିୟା ଆରମ୍ଭ, ଜଣେ ଏସ୍‌ଏଚ୍‌ଓ ନିଲମ୍ବିତ

Advertisment
ବିକାଶ ଦୁବେର ଘର ମାଟିରେ ମିଶାଇଲା ପ୍ରଶାସନ, ସମ୍ପତ୍ତି ଜବତ ‌ପ୍ରକ୍ରିୟା ଆରମ୍ଭ, ଜଣେ ଏସ୍‌ଏଚ୍‌ଓ ନିଲମ୍ବିତ

NDTV

କାନପୁର: ୟୁପିର ଦୁର୍ଦ୍ଦାନ୍ତ ଅପରାଧୀ ବିକାଶ ଦୁବେକୁ ଗିରଫ କରିବାକୁ ଯାଇ ୮ ପୁଲିସ ପ୍ରାଣ ହାରିବାର ୩୬ ଘଣ୍ଟା ବିତିଯାଇଛି। କିନ୍ତୁ ଦୁବେର କିଛି ଟେର ମିଳୁନି। ଦୁବେକୁ ଗିରଫ କରିବାପାଇଁ ୨୫ରୁ ଅଧିକ ପୁଲିସ ଟିମ୍‌ ଗଠନ ହୋଇଛି। ତେବେ ଯେଉଁ ଜେସିବି ଲଗାଇ ଦୁବେ ପୁଲିସର ରାସ୍ତା ଅବରୋଧ କରିଥିଲା ସେହି ଜେସିବି ବ୍ୟବହାର କରି ସ୍ଥାନୀୟ ପ୍ରଶାସନ ପକ୍ଷରୁ ଆଜି ସକାଳେ ବିକାଶ ଦୁବେର ଘର ଭାଙ୍ଗି ଦିଆଯାଇଛି। ଆଜି ସକାଳେ ବିଥୁର ସ୍ଥିତ ବିକାଶ ଦୁବେର ଘର, ବିଳାସପୂର୍ଣ୍ଣ କାର୍‌ ଆଦି ଭାଙ୍ଗି ଦିଆଯାଇଥିଲା ।

ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍‌ ହୋଇଛି। ଦୁବେର ସମସ୍ତ ସମ୍ପତ୍ତି ଜବତ କରିବାପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ତା’ର ସମସ୍ତ ବ୍ୟାଙ୍କ୍‌ ଆକାଉଣ୍ଟ୍‌ ବି ସିଜ୍‌ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ତେବେ ବିକାଶ ଦୁବେକୁ ପୁଲିସ ଗିରଫ କରିବାକୁ ଯିବା ସମ୍ପର୍କରେ ତାକୁ କିଏ ଆଗୁଆ ଖବର ‌ଦେଇଥିଲା ସେନେଇ ତଦନ୍ତ ଆରମ୍ଭ ହୋଇଛି। ଚୌବେପୁର ପୁଲିସ ଷ୍ଟେସନ୍‌ର ଏସ୍‌ଏଚ୍ଓ ବିନୟ ତିୱାରୀ ଏହି ମାମଲାରେ ନିଲମ୍ବିତ ହୋଇଛନ୍ତି। ଅନ୍ୟପକ୍ଷେ ପୁଲିସ ଉକ୍ତ ମାମଲାରେ ଗତକାଲି ସକାଳୁ ପ୍ରାୟ ୧୨ ଜଣଙ୍କୁ ଜେରା କରୁଛି। ଏମାନଙ୍କର ବିକାଶ ଦୁବେ ସହ ସମ୍ପୃକ୍ତି ଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe