ଅଭିନେତା ଶିବ ସୁବ୍ରମଣ୍ୟମଙ୍କ ପରଲୋକ

Advertisment
ଅଭିନେତା ଶିବ ସୁବ୍ରମଣ୍ୟମଙ୍କ ପରଲୋକ

Lanka Image

ମୁମ୍ବାଇ: ବିଶିଷ୍ଟ ଚଳଚ୍ଚିତ୍ର ଅଭିନେତା ତଥା ସ୍କ୍ରିପ୍ଟ ରାଇଟର୍ ଶିବ ସୁବ୍ରମଣ୍ୟମଙ୍କର ରବିବାର ରାତିରେ ପରଲୋକ ହୋଇଛି। ତାଙ୍କୁ ୬୩ ବର୍ଷ ହୋଇଥିଲା। ଆଜି ମଧ୍ୟାହ୍ନରେ ମୋକ୍ଷଧାମରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଦୁଇମାସ ପୂର୍ବେ ତାଙ୍କର ଏକମାତ୍ର ପୁଅ ଜହାଁନ୍‌ (୧୫)ଙ୍କର ବ୍ରେନ୍‌ ଟ୍ୟୁମର୍‌ରେ ମୃତ୍ୟୁ ହୋଇଥିଲା। ସୁବ୍ରମଣ୍ୟମଙ୍କ ମୃତ୍ୟୁରେ ସମଗ୍ର ବଲିଉଡ୍‌ରେ ଶୋକର ଛାୟା ଖେଳି ଯାଇଛି। ଚଳଚ୍ଚିତ୍ର ନିର୍ମାତା ଅଶୋକ ପଣ୍ଡିତ, ନିର୍ଦ୍ଦେଶକ ହଂସଲ ମେହେଟ୍ଟାଙ୍କ ଭଳି ବଲିଉଡ୍‌ ସେଲିବ୍ରିଟିମାନେ ତାଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ୧୯୮୯ ମସିହାରୁ ସୁବ୍ରମଣ୍ୟମ ‘ପରିନ୍ଦା’ରୁ ତାଙ୍କ ଚଳଚ୍ଚିତ୍ର ଯାତ୍ରା ଆରମ୍ଭ କରିଥିଲେ। ସେ ‘ପ୍ରହାର: ଦ ଫାଇନାଲ ଆଟାକ୍‌’, ‘୨ ଷ୍ଟେଟ୍‌ସ’, ‘ମୀନାକ୍ଷୀ ସୁନ୍ଦରେଶ୍ୱର’ ଭଳି ଚଳଚ୍ଚିତ୍ରରେ ଅଭିନୟ କରିବା ସହିତ ‘ପରିନ୍ଦା’ ଏବଂ ‘ହାଜାରୋଁ ଖ୍ୱାଇସେ ଐସି’ ଭଳି ଚଳଚ୍ଚିତ୍ରର ସ୍କ୍ରିନ୍ ସ୍କ୍ରିପ୍ଟ ପାଇଁ ବିପୁଳ ଲୋକପ୍ରିୟତା ହାସଲ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe