ଚାଷୀ ସଂଗଠନର ଘୋଷଣା ଆନ୍ଦୋଳନ ଜାରି ରହିବ, ନୂଆ କୃଷି ଆଇନ ପ୍ରତ୍ୟାହାର ହିଁ ଏକମାତ୍ର ବିକଳ୍ପ

Advertisment
ଚାଷୀ  ସଂଗଠନର  ଘୋଷଣା ଆନ୍ଦୋଳନ ଜାରି ରହିବ, ନୂଆ କୃଷି ଆଇନ ପ୍ରତ୍ୟାହାର ହିଁ ଏକମାତ୍ର ବିକଳ୍ପ

ନୂଆଦିଲ୍ଲୀ: ନୂଆ କୃଷି ଆଇନ ନେଇ ଆଜି ସୁପ୍ରିମ୍‌ କୋର୍ଟଙ୍କ ଶୁଣାଣିରେ ଚାଷୀ ସଂଗଠନମାନେ ସହମତି ପ୍ରକାଶ କରିନାହାନ୍ତି। କୋର୍ଟ ଆଜି ନୂଆ କୃଷି ଆଇନ ଲାଗୁ ଉପରେ ରୋକ୍‌ ଲଗାଇବା ସହ ବିବାଦର ସମାଧାନ ପାଇଁ ଯେଉଁ କମିଟି ଗଠନ କରିଛନ୍ତି ତାହାକୁ ମଧ୍ୟ ଅନେକ ଚାଷୀ ସଂଗଠନ ପ୍ରତ୍ୟାଖ୍ୟାନକରି ଆନ୍ଦୋଳନ ଜାରି ରହିବ ବୋଲି ଘୋଷଣା କରିଛନ୍ତି। ଭାରତୀୟ କିଶାନ ୟୁନିଅନ୍‌ (ଆର୍‌) ନେତା ବଲ୍‌ବୀର ସିଂହ ରାଜେୱାଲ କହିଛନ୍ତି ଯେ ସୁପ୍ରିମ୍‌ କୋର୍ଟଙ୍କ ଦ୍ବାରା ଗଠିତ କମିଟିରେ ଥିବା ସମସ୍ତ ୪ ସଦସ୍ୟ କୃଷି ଆଇନର ସମର୍ଥକ ହୋଇଥିବାରୁ ଆମେ ଆନ୍ଦୋଳନରୁ ଓହରିବାର ପ୍ରଶ୍ନ ଉଠୁନାହିଁ। ଆନ୍ଦୋଳନ ଯଥାରୀତି ଚାଲିବ ଏବଂ ଆହୁରି ବ୍ୟାପକ ହେବ ବୋଲି ସେ କହିଛନ୍ତି। ଏମ୍‌ଏସ୍‌ପି ପ୍ରସଙ୍ଗରେ ମଧ୍ୟ ସୁପ୍ରିମ୍‌ କୋର୍ଟ ଯେଉଁ ଶୁଣାଣି କରିଛନ୍ତି ତାହା ନୂଆ କୃଷି ଆଇନ ପରିପ୍ରେକ୍ଷୀରେ ଅପ୍ରାସଙ୍ଗିକ ବୋଲି ବଲ୍‌ବୀର କହିଛନ୍ତି। ନୂଆ କୃଷି ଆଇନକୁ ଯେନତେନ ପ୍ରକାରେ କାଏମ ରଖିବା ପାଇଁ ସରକାର ସୁପ୍ରିମ୍‌ କୋର୍ଟ ମାଧ୍ୟମରେ କମିଟି ଗଠନ କରିଥିବା ଏଥିରୁ ସ୍ପଷ୍ଟ ହେଉଥିବାରୁ ଏଭଳି କମିଟି ଚାଷୀଙ୍କ ଦାବି ସଂକ୍ରାନ୍ତରେ ନ୍ୟାୟୋଚିତ ପଦକ୍ଷେପ ନେଇପାରିବେ ନାହିଁ କି ସମାଧାନ ପନ୍ଥା ବାହାରିବ ନାହିଁ ବୋଲି ଚାଷୀ ନେତାମାନେ କହିଛନ୍ତି।

ଚାଷୀ ବିରୋଧୀ ଟ୍ବିଟ୍‌ କରିନଥିଲେ ରଂଜନ ଗୋଗଇ
ନୂଆଦିଲ୍ଲୀ: ରାଜ୍ୟସଭା ସାଂସଦ ତଥା ସୁପ୍ରିମ୍‌ କୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ରଂଜନ ଗୋଗଇଙ୍କ ନାମରେ ଏକ ମିଥ୍ୟା ଟ୍ବିଟ୍‌ର ସ୍କ୍ରିନ୍‌ ସଟ୍‌ ଏବେ ସୋସିଆଲ୍‌ ମିଡିଆରେ ସେୟାର ହେଉଛି। ତେବେ କୃଷକଙ୍କ ବିରୋଧରେ କୌଣସି ଟ୍ବିଟ୍‌ ଗୋଗଇ କରିନାହାନ୍ତି ଏବଂ ଯାହା ପ୍ରଚାର ହେଉଛି ତାହା ମିଥ୍ୟା ବୋଲି ଯାଞ୍ଚରୁ ଜଣାପଡ଼ିଛି। ଏକ ଜାଲ୍‌ ଏକାଉଣ୍ଟ୍‌ରୁ ଏଭଳି ଟ୍ବିଟ୍‌ ହୋଇଛି ଏବଂ ସେଥିରେ ଗୋଗଇଙ୍କ ନାମକୁ ଗୋଗାଇ ବୋଲି ଲେଖାଯାଇଥିବା ଦେଖିବାକୁ ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe