ଆଇଆର୍‌ଇଏନ୍‌ଏ ସହ ରାଜିନାମା ଭାରତକୁ ଶକ୍ତି କ୍ଷେତ୍ରରେ ସ୍ବାବଲମ୍ବୀ କରିବ

Advertisment
ଆଇଆର୍‌ଇଏନ୍‌ଏ ସହ ରାଜିନାମା ଭାରତକୁ ଶକ୍ତି କ୍ଷେତ୍ରରେ ସ୍ବାବଲମ୍ବୀ କରିବ

Business Standard

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି କେନ୍ଦ୍ର ମନ୍ତ୍ରିମଣ୍ଡଳକୁ ଭାରତ ସରକାରଙ୍କ ନବୀନ ଏବଂ ନବୀକରଣଯୋଗ୍ୟ ଶକ୍ତି ମନ୍ତ୍ରଣାଳୟ (ଏମ୍‌ଏନ୍‌ଆର୍‌ଇ) ଏବଂ ଅନ୍ତର୍ଜାତୀୟ ଅକ୍ଷୟ ଶକ୍ତି ଏଜେନ୍ସି (ଆଇଆର୍‌ଇଏନ୍‌ଏ) ମଧ୍ୟରେ ସ୍ବାକ୍ଷରିତ ରାଜିନାମା ସମ୍ପର୍କରେ ଅବଗତ କରାଯାଇଛି। ଜାନୁଆରି ୨୦୨୨ରେ ଏହି ରାଜିନାମାରେ ସ୍ବାକ୍ଷର କରାଯାଇଥିଲା।

ଏହି ରାଜିନାମାର ଉଦ୍ଦେଶ୍ୟ ହେଉଛି ଭାରତରେ ଅକ୍ଷୟ ଶକ୍ତି ଉପରେ ଆଧାରିତ ସବୁଜ ଶକ୍ତି କ୍ଷେତ୍ରରେ ପରିବର୍ତ୍ତନ, ନେତୃତ୍ବ ଓ ଜ୍ଞାନକୁ ପ୍ରୋତ୍ସାହିତ କରିବା। ଏହି ରାଜିନାମା ଭାରତରକୁ ଶକ୍ତି କ୍ଷେତ୍ରରେ ସ୍ବାବଲମ୍ବୀ କରିବା ସହ ବିଶ୍ବକୁ ଜଳବାୟୁ ପରିବର୍ତ୍ତନ ସମସ୍ୟାର ସମାଧାନରେ ସହାୟତା କରିବ। ୨୦୩୦ ସୁଦ୍ଧା ଅଣ-ଜୀବାଶ୍ମ ଇନ୍ଧନରେ ବର୍ତ୍ତମାନ ଆବଶ୍ୟକ ହେଉଥିବା ୫୦୦ ଗିଗାୱାଟ୍‌ ବିଦ୍ୟୁତ୍ କ୍ଷମତା ଲକ୍ଷ୍ୟକୁ ହାସଲ କରିବାରେ ଏହା ଭାରତକୁ ସହଯୋଗ କରିବ। ଏହାଦ୍ବାରା ଆତ୍ମନିର୍ଭର ଭାରତକୁ ମଧ୍ୟ ପ୍ରୋତ୍ସାହନ ମିଳିବ ବୋଲି ସରକାରଙ୍କ ତରଫରୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe