କୃଷି ବିଲ୍‌କୁ ରାଷ୍ଟ୍ରପତିଙ୍କ ମଂଜୁରି, ଆଇନରେ ପରିଣତ ହେଲା

Advertisment
କୃଷି ବିଲ୍‌କୁ ରାଷ୍ଟ୍ରପତିଙ୍କ ମଂଜୁରି, ଆଇନରେ ପରିଣତ ହେଲା

President of India

ନୂଆଦିଲ୍ଲୀ: ବିରୋଧୀ ଦଳମାନଙ୍କ ପ୍ରବଳ ପ୍ରତିବାଦ ଭିତରେ ନିକଟରେ ସଂସଦରେ ଗୃହୀତ ହୋଇଥିବା କୃଷି ବିଲ୍‌କୁ ଆଜି ରାଷ୍ଟ୍ରପତି ମଂଜୁରି ଦେଇଛନ୍ତି। ବିଲ୍‌କୁ ବିରୋଧ କରି ଦେଶର ବିଭିନ୍ନ ଅଂଚଳରେ ଚାଷୀ ଆନ୍ଦୋଳନ ଜାରି ରହିଥିବା ବେଳେ ଆଜି ରାଷ୍ଟ୍ରପତିଙ୍କ ଚୂଡ଼ାନ୍ତ ମୋହର ସହିତ ଏହି ବିଲ୍‌ ଆଇନରେ ପରିଣତ ହୋଇଛି। ଧାର୍ଯ୍ୟ ସମୟର ସପ୍ତାହକ ପୂର୍ବରୁ ଏଥର ମୌସୁମି ଅଧିବେଶନ ସମାପ୍ତ ହୋଇଥିଲା ଏବଂ କୃଷି ବିଲ୍‌କୁ ନେଇ ଉଭୟ ଲୋକସଭା ଓ ରାଜ୍ୟସଭାରେ ତମ୍ବିତୋଫାନ ସୃଷ୍ଟି ହୋଇଥିଲା।

ପ୍ରବଳ ବିରୋଧ ଭିତରେ ସଂସଦରେ କୃଷି ଉତ୍ପାଦ କାରବାର ବିଲ୍‌-୨୦୨୦ ଏବଂ କୃଷକ ସଶକ୍ତିକରଣ ଏବଂ ସୁରକ୍ଷା, ମୂଲ୍ୟ ଆଶ୍ବାସନା ବୁଝାମଣା ଏବଂ କୃଷି ସେବା ବିଲ୍‌-୨୦୨୦ ଏବଂ ଅତ୍ୟାବଶ୍ୟକ ସାମଗ୍ରୀ ସଂଶୋଧନ ବିଲ୍‌ ଗୃହୀତ ହୋଇଥିଲା। ଏହି ବିଲ୍‌କୁ ବିରୋଧୀ ଦଳଗୁଡ଼ିକ ସମେତ ବିଭିନ୍ନ କୃଷକ ସଂଗଠନ ଜୋର୍‌ଦାର ବିରୋଧ କରିଥିଲେ। ବିଲ୍‌ ଉପରେ ଭୋଟ୍‌ ଗ୍ରହଣ ବେଳେ ରାଜ୍ୟସଭାରେ ଅଭୂତପୂର୍ବ ହଙ୍ଗାମା ଦେଖିବାକୁ ମିଳିଥିଲା ଏବଂ ବିୃଶୃଙ୍ଖଳିତ ଆଚରଣ ପାଇଁ ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କୟା ନାଇଡ଼ୁ ୮ ଜଣ ସାଂସଦଙ୍କୁ ନିଲମ୍ବନ କରିଥିଲେ। କୃଷି ବିଲ୍‌କୁ ବିରୋଧ କରି ଦେଶବ୍ୟାପୀ ଆନ୍ଦୋଳନ ଜାରି ରହିଛି ଏବଂ ପଂଜାବ ଓ ହରିୟାଣାରେ ଏହାର ଅଧିକ ପ୍ରଭାବ ଦେଖିବାକୁ ମିଳିଛି। ପଂଜାବରେ ରେଳରୋକ ଆନ୍ଦୋଳନ ଏବଂ ଜାତୀୟ ରାଜପଥ ଅବରୋଧ ଯୋଗୁଁ ସମସ୍ୟା ଲାଗି ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe