ଚେନ୍ନାଇ: ତାମିଲନାଡ଼ୁରେ ବିଜେପି ଏବଂ ଏଆଇଏଡିଏମ୍କେ ମଧ୍ୟରେ ହଠାତ୍ ତିକ୍ତତା ବଢ଼ିଯାଇଛି। ରାଜ୍ୟ ବିଜେପି ନେତାମାନଙ୍କର କେତେକ ପଦକ୍ଷେପରେ ଶାସକ ଏଆଇଏଡିଏମ୍କେ କ୍ଷୁବ୍ଧ ହୋଇଥିବା ବେଳେ ଆଜି ବିଜେପିକୁ କଡ଼ା ଚେତାବନୀ ଦେଇଛି। ଏଆଇଏଡିଏମ୍କେ ପୁଣି କ୍ଷମତାକୁ ଆସିଲେ ବିଜେପିକୁ ସରକାରରେ ସାମିଲ କରାଯିବ ନାହିଁ ବୋଲି ଦଳର ଉପ ସଂଯୋଜକ କେପି ମୁନୁସ୍ବାମୀ କହିଛନ୍ତି। ମୁଖ୍ୟମନ୍ତ୍ରୀ କେ. ପଲାନିସ୍ବାମୀଙ୍କୁ ଆଗାମୀ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ବିଜେପିକୁ ସ୍ବୀକାର କରିବାକୁ ପଡ଼ିବ ଏବଂ ଏଆଇଏଡିଏମ୍କେର ସର୍ତ୍ତରେ ରହି କାର୍ଯ୍ୟ କରିବାକୁ ହେବ ବୋଲି ସେ କହିଛନ୍ତି। ‘ଏଆଇଏଡିଏମ୍କେକୁ ବରିଷ୍ଠ ସହଯୋଗୀ ଭାବେ ଗ୍ରହଣ କରି ସେହି ଆଧାରରେ ବିଜେପିକୁ କାମ କରିବାକୁ ହେବ। ଅନ୍ୟଥା ଆମେ ଆଗାମୀ ନିର୍ବାଚନୀ ମେଣ୍ଟ ନେଇ ପୁନର୍ବିଚାର କରିବୁ’ ବୋଲି ମୁନୁସ୍ବାମୀ ଆଜି ଚେତାବନୀ ଦେଇଛନ୍ତି।
ବିଜେପିକୁ ଏଆଇଏଡିଏମ୍କେର ଚେତାବନୀ, ସର୍ତ୍ତ ନ ମାନିଲେ ମେଣ୍ଟ ନିଷ୍ପତ୍ତିର ପୁନର୍ବିଚାର ହେବ
Advertisment
Follow Us