‘ଗୁଞ୍ଜନ ସକ୍‌ସେନା: ଦି କାର୍ଗିଲ ଗାର୍ଲ’ ଫିଲ୍ମକୁ ବାୟୁସେନାର ବିରୋଧ

‘ଗୁଞ୍ଜନ ସକ୍‌ସେନା: ଦି କାର୍ଗିଲ ଗାର୍ଲ’ ଫିଲ୍ମକୁ ବାୟୁସେନାର ବିରୋଧ

BookMyShow

ନୂଆଦିଲ୍ଲୀ: ୧୯୯୯ କାର୍ଗିଲ ଯୁଦ୍ଧରେ ଅଂଶଗ୍ରହଣ କରିଥିବା‌ ଭାରତୀୟ ବାୟୁସେନାର ପ୍ରଥମ ମହିଳା ପାଇଲଟ୍‌ ଗୁଞ୍ଜନ ସକ୍‌ସେନାଙ୍କ ଜୀବନୀକୁ ନେଇ ଧର୍ମା ପ୍ରଡକ୍ସନ ପକ୍ଷରୁ ଏକ ଚଳଚ୍ଚିତ୍ର ‘ଗୁଞ୍ଜନ ସକ୍‌ସେନା: ଦି କାର୍ଗିଲ ଗାର୍ଲ’ ନିର୍ମାଣ କରାଯାଇଛି। ମାତ୍ର ଏ ଚଳଚ୍ଚିତ୍ରକୁ ଭାରତୀୟ ବାୟୁସେନା ବିରୋଧ କରିଛି। ଏହି ଚଳଚ୍ଚିତ୍ରରେ ଗୁଞ୍ଜନ ସକ୍‌ସେନା ଏବଂ ଭାରତୀୟ ବାୟୁସେନା ସମ୍ପର୍କରେ ନକରା‌ତ୍ମକ ଚିତ୍ରଣ କରାଯାଇଥିବା ଦର୍ଶାଇ ଭାରତୀୟ ବାୟୁସେନା ‘ସେଣ୍ଟ୍ରାଲ ବୋର୍ଡ ଅଫ୍‌ ଫିଲ୍ମ ସାର୍ଟିଫିକେସନ’କୁ ଚିଠି ଲେଖିଛନ୍ତି।

ସେନ୍‌ସର ବୋର୍ଡ ତୁରନ୍ତ ଏ ଫିଲ୍ମ ଉପରେ କଟକଣା ଲଗାନ୍ତୁ ବୋଲି ଭାରତୀୟ ବାୟୁସେନା ଦାବି କରିଛି। ଅପରପକ୍ଷେ, ଏହି ଚଳଚ୍ଚିତ୍ର ଭାରତୀୟ ବାୟୁସେନାର ବୀରତ୍ବକୁ ନେଇ ନିର୍ମାଣ କରାଯାଇଛି ଏବଂ ଏହା ଭାରତର ଗୌରବ ବଢ଼ାଇବ ବୋଲି ଧର୍ମା ଫିଲ୍ମ ପ୍ରଯୋଜନା ସଂସ୍ଥା ପକ୍ଷରୁ କୁହାଯାଇଛି। ସୂଚନାଯୋଗ୍ୟ, ଏହି ଫିଲ୍ମର ଟ୍ରେଲର ଶୋ’ ଏହା ମଧ୍ୟରେ ରିଲିଜ ହୋଇଛି। ମାତ୍ର, ଏଥିରେ ଭାରତୀୟ ବାୟୁସେନାର ନକରାତ୍ମକ ଚିତ୍ରଣ କରାଯାଇଛି ବୋଲି ବାୟୁସେନା ପକ୍ଷରୁ କୁହାଯାଇଛି। ଏ ଫିଲ୍ମର କେତେକ ସଂଳାପ ଏବଂ ଦୃଶ୍ୟ ଆପତ୍ତିଜନକ ବୋଲି ବାୟୁସେନା କହିଛି। ଗୁଞ୍ଜନ ସକ୍‌ସେନା ୧୯୯୯ କାର୍ଗିଲ ଯୁଦ୍ଧରେ ଭାରତୀୟ ବାୟୁସେନାର ପ୍ରଥମ ମହିଳା ପାଇଲଟ ଭାବେ ଆକାଶରେ ଯୁଦ୍ଧବିମାନ ଉଡ଼ାଇଥିଲେ। ଏହାପରେ ଗୁଞ୍ଜନଙ୍କୁ ଶୌର୍ଯ୍ୟବୀର ପୁରସ୍କାର ମିଳିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe