ବାୟୁସେନା ମାଗିଥିବା ସହାୟତାଠୁ ଅଧିକ ଦିଆଯାଇଥିଲା: ଷ୍ଟାଲିନ୍‌

Advertisment

ଗତକାଲି ଚେନ୍ନାଇର ମରିନା ବିଚ୍‌ରେ ବାୟୁସେନାର ‘ଏୟାର୍‌ ସୋ’ ବେଳେ ପ୍ରବଳ ଗରମରୁ  ସୋ ଦେଖିବା ପାଇଁ ଉପସ୍ଥିତ ବ୍ୟକ୍ତିଙ୍କ ମଧ୍ୟରୁ ୫ ଜଣଙ୍କର ମୃତ୍ୟୁ ହୋଇଛି। ଏହି ଘଟଣାକୁ ନେଇ ତାମିଲନାଡ଼ୁରେ ଶାସକ ଓ ବିରୋଧୀ ଦଳ ମଧ୍ୟରେ ପରସ୍ପର ଦୋଷାରୋପ ଆରମ୍ଭ ହୋଇଯାଇଛି।

ଗତକାଲି ଚେନ୍ନାଇର ମରିନା ବିଚ୍‌ରେ ବାୟୁସେନାର ‘ଏୟାର୍‌ ସୋ’ ବେଳେ ପ୍ରବଳ ଗରମରୁ  ସୋ ଦେଖିବା ପାଇଁ ଉପସ୍ଥିତ ବ୍ୟକ୍ତିଙ୍କ ମଧ୍ୟରୁ ୫ ଜଣଙ୍କର ମୃତ୍ୟୁ ହୋଇଛି। ଏହି ଘଟଣାକୁ ନେଇ ତାମିଲନାଡ଼ୁରେ ଶାସକ ଓ ବିରୋଧୀ ଦଳ ମଧ୍ୟରେ ପରସ୍ପର ଦୋଷାରୋପ ଆରମ୍ଭ ହୋଇଯାଇଛି।

sffhshffhfh

Sangbad Pratidin

ଚେନ୍ନାଇ: ଗତକାଲି ଚେନ୍ନାଇର ମରିନା ବିଚ୍‌ରେ ବାୟୁସେନାର ‘ଏୟାର୍‌ ସୋ’ ବେଳେ ପ୍ରବଳ ଗରମରୁ  ସୋ ଦେଖିବା ପାଇଁ ଉପସ୍ଥିତ ବ୍ୟକ୍ତିଙ୍କ ମଧ୍ୟରୁ ୫ ଜଣଙ୍କର ମୃତ୍ୟୁ ହୋଇଛି। ଏହି ଘଟଣାକୁ ନେଇ ତାମିଲନାଡ଼ୁରେ ଶାସକ ଓ ବିରୋଧୀ ଦଳ ମଧ୍ୟରେ ପରସ୍ପର ଦୋଷାରୋପ ଆରମ୍ଭ ହୋଇଯାଇଛି। ଡିଏମ୍‌କେ ନେତା ତଥା ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମ୍‌କେ ଷ୍ଟାଲିନ୍‌ କହିଛନ୍ତି, ବାୟୁସେନା ଯେତିକି ସହାୟତା ମାଗିଥିଲା, ତା’ଠାରୁ ଅଧିକ ଦିଆଯାଇଥିଲା। 

ଆଜି, ‘ଏୟାର୍‌ ସୋ’ରେ ମୃତ୍ୟୁ ଘଟିଥିବା ବ୍ୟକ୍ତିଙ୍କ ନିକଟ ସମ୍ପର୍କୀୟଙ୍କୁ ୫ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରି ମୁଖ୍ୟମନ୍ତ୍ରୀ ଷ୍ଟାଲିନ୍‌ କହିଛନ୍ତି, ଲୋକମାନେ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ପାର୍କିଂରେ ଥିବା ଗାଡ଼ି ନିକଟରେ ପହଞ୍ଚିବା ସମସ୍ୟା ସର୍ବାଧିକ ଥିଲା। ଆୟୋଜକଙ୍କ ପକ୍ଷରୁ ଏହି ଦିଗ‌କୁ ଯଥେଷ୍ଟ ଗୁରୁତ୍ବ ଦିଆଯାଇନଥିଲା। ବାୟୁସେନା ଯେତିକି ସହାୟତା ଲୋଡ଼ିଥିଲା ତା’ଠାରୁ ଅଧିକ ଦିଆଯାଇଥିଲା। ଅନୁମାନ ଠାରୁ ଅଧିକ ଲୋକ ସେଠାରେ ଉପସ୍ଥିତ ଥିଲେ।  ତେବେ ଭବିଷ୍ୟତରେ ଯେତେବେଳେ ଏଭଳି କାର୍ଯ୍ୟକ୍ରମ ଆୟୋଜନ କରାଯିବ ସେତେବେଳେ ସମସ୍ତ ସୁବିଧା ଉପରେ ଗୁରୁତ୍ବ ଦିଆଯିବ। ଅନ୍ୟପକ୍ଷରେ ବିଜେପି ଓ ଏଆଇଡିଏମ୍‌କେ ଶାସକ ଦଳର ଅପରାଗତାକୁ ସମାଲୋଚନା କରିଛନ୍ତି। ଏଆଇଡିଏମ୍‌କେ ମୁଖ୍ୟ ଇଏ ପାଲାନିସ୍ବାମୀ ମୃତ୍ୟୁ ଓ‌ ଲୋକଙ୍କ ସମସ୍ୟା ନିମନ୍ତେ ସିଧାସଳଖ ଷ୍ଟାଲିନ୍‌ଙ୍କୁ ଦାୟୀ କରିଛନ୍ତି। ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସିଆର୍‌ କେଶବନ୍‌ ମଧ୍ୟ ସମାଲୋଚନା କରି ରାଜ୍ୟ ସରକାରଙ୍କ ଅସାବଧାନତା ଓ ଦୂରଦୃଷ୍ଟିହୀନତା ଯୋଗୁ ଏଭଳି ଘଟିଲା ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe