ଆହୁରି ଶକ୍ତିଶାଳୀ ହେବ ବାୟୁସେନା: ଯୁଦ୍ଧ ବିମାନ, କ୍ଷେପଣାସ୍ତ୍ର ବ୍ୟବସ୍ଥା କ୍ରୟ ପାଇଁ ୩୮,୯୦୦ କୋଟି ମଂଜୁର

ଆହୁରି ଶକ୍ତିଶାଳୀ ହେବ ବାୟୁସେନା: ଯୁଦ୍ଧ ବିମାନ, କ୍ଷେପଣାସ୍ତ୍ର ବ୍ୟବସ୍ଥା କ୍ରୟ ପାଇଁ ୩୮,୯୦୦ କୋଟି ମଂଜୁର

MiGFlug.com

ନୂଆଦିଲ୍ଲୀ: ଭାରତ-ଚୀନ୍‌ ସୀମାରେ ଉତ୍ତେଜନା ଜାରି ରହିଥିବା ବେଳେ ସରକାର ବାୟୁସେନାକୁ ଅଧିକ ଶକ୍ତିଶାଳୀ କରିବା ପାଇଁ କେତେକ ଜରୁରୀ ପଦକ୍ଷେପ ଗ୍ରହଣ କରିଛନ୍ତି। ଶକ୍ତିଶାଳୀ ଯୁଦ୍ଧ ବିମାନ ଏବଂ କ୍ଷେପଣାସ୍ତ୍ର ବ୍ୟବସ୍ଥା କ୍ରୟ ପାଇଁ ସରକାର ୩୮ ହଜାର ୯୦୦ କୋଟି ଟଙ୍କା ମଂଜୁର କରିଛନ୍ତି। ଏଥିରୁ ୩୧ ହଜାର କୋଟି ଟଙ୍କାର ସାମଗ୍ରୀ ଭାରତୀୟ ଉଦ୍ୟୋଗରୁ ଖରିଦ୍‌ କରାଯିବ। ଆଜି ପ୍ରତିରକ୍ଷା ଅଧିଗ୍ରହଣ ପରିଷଦର ବୈଠକରେ ୨୧ଟି ମିଗ୍‌ ୨୯ ବିମାନ ଏବଂ ୧୨ଟି ସୁଖୋଇ-୩୦ ଏମ୍‌କେଆଇ ଯୁଦ୍ଧ ବିମାନ କିଣିବା ପାଇଁ ପ୍ରସ୍ତାବକୁ ମଂଜୁରି ଦିଆଯାଇଛି। ଏହା ସହିତ ୫୯ଟି ମିଗ୍‌ ୨୯ ଯୁଦ୍ଧ ବିମାନର ଉନ୍ନୀତକରଣ କରାଯିବାକୁ ମଧ୍ୟ ମଂଜୁରି ମିଳିଛି।

ମିଗ୍‌ ୨୯ ଯୁଦ୍ଧ ବିମାନ ରୁଷ୍‌ରୁ କ୍ରୟ କରାଯିବ। ଏ ବାବଦରେ ପ୍ରାୟ ୭ ହଜାର ୪୧୮ କୋଟି ଟଙ୍କା ଖର୍ଚ୍ଚ ହେବ। ଅନ୍ୟପକ୍ଷରେ ଏସ୍‌ୟୁ-୩୦ ଏମ୍‌କେଆଇ ଯୁଦ୍ଧ ବିମାନକୁ ହାଲ୍‌ଠାରୁ କ୍ରୟ କରାଯିବ। ଏ ବାବଦରେ ୧୦ ହଜାର ୭୩୦ କୋଟି ଟଙ୍କା ଖର୍ଚ୍ଚ ହେବ। ଏହା ସହିତ ଭାରତ ୨୪୮ଟି ଏଷ୍ଟ୍ରୋ କ୍ଷେପଣାସ୍ତ୍ର କ୍ରୟ ପାଇଁ ମଂଜୁରି ଦେଇଛି ଯାହାକୁ ବାୟୁସେନା ଏବଂ ନୌସେନା ଉଭୟେ ବ୍ୟବହାର କରିବେ। ଆଗାମୀ ୨୭ ତାରିଖ ଦିନ ଫ୍ରାନ୍ସରୁ ୬ଟି ରାଫେଲ୍‌ ଯୁଦ୍ଧ ବିମାନ ମଧ୍ୟ ଭାରତ ପହଞ୍ଚିବ। ଏହା ଦ୍ବାରା ଭାରତାର ସାମରିକ ଶକ୍ତିରେ ବଡ଼ ବୃଦ୍ଧି ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe