‘ହିନ୍ଦୁଫୋବିକ୍’ ପ୍ରସ୍ତାବ ବର୍ଜନ ପାଇଁ ଆମେରିକୀୟ ହିନ୍ଦୁ ସମାଜର ଦାବି

Advertisment
‘ହିନ୍ଦୁଫୋବିକ୍’ ପ୍ରସ୍ତାବ ବର୍ଜନ ପାଇଁ ଆମେରିକୀୟ ହିନ୍ଦୁ ସମାଜର ଦାବି

https://www.indiatoday.in/

ୱାସିଂଟନ: ଆମେରିକା କଂଗ୍ରେସ ସଦସ୍ୟା ଇଲହାନ ଓମାର ଅନୈତିକ ଓ ଅସାଧୁ ଉପାୟରେ ଗୃହୀତ କରାଇଥିବା ‘ହିନ୍ଦୁଫୋବିକ୍’ ପ୍ରସ୍ତାବକୁ ପ୍ରତ୍ୟାହାର କରିବା ପାଇଁ ଆମେରିକୀୟ ହିନ୍ଦୁ ସମାଜ ଦାବି କରିଛି। କଂଗ୍ରେସ ସଦସ୍ୟ ରଶିଦା ତ‌ାଲିବ ଓ ଜୁଆନ ବର୍ଗସଙ୍କ ସହଯୋଗରେ ଓମାର ଗୃହୀତ କରାଇଥିବା ପ୍ରସ୍ତାବ ଅନୁସାରେ ଆମେରିକା ବୈଦେଶିକ ବିଭାଗ ଆମେରିକା ଆଭ୍ୟନ୍ତରୀଣ ଧାର୍ମିକ ସ୍ବାଧୀନତା ଆୟୋଗ (ୟୁଏସ୍‌ସିଆଇଆର୍‌ଏଫ୍‌)ର ସୁପାରିସ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଏବଂ ଅନ୍ତର୍ଜାତୀୟ ଧାର୍ମିକ ସ୍ବାଧୀନତା ଆଇନ ଅନୁଯାୟୀ ଭାରତକୁ କଣ୍ଟ୍ରି ଅଫ୍ ପର୍ଟିକୁଲାର କନସର୍ନ (ସିପିସି) ଭାବେ ଘୋଷଣା କରିବାକୁ କୁହାଯାଇଛି।

ଏସ୍‌ସିଆଇଆର୍‌ଏଫ୍‌ର ସୁପାରିସକୁ ମାନିବା ପାଇଁ ବିଦେଶ ବିଭାଗ ବାଧ୍ୟ ନୁହେଁ ଏବଂ ଗତ ଅନେକ ବର୍ଷ ହେଲା ଆମେରିକା ପ୍ରଶାସନ ଏହି ସୁପାରିସକୁ ଉପେକ୍ଷା କରିଚାଲିଛି। ହିନ୍ଦୁ ସମାଜର ଦାବି ହେଉଛି ଭାରତକୁ ସିପିସି ଘୋଷଣା କରିବାକୁ ପ୍ରସ୍ତାବ ଦେଇଥିବା ଇଲହାନ ଓମାର ଜମାତ-ଇ-ଇସଲାମି ଓ ଅନ୍ୟ ମୁସଲମାନ ସଂଗଠନକୁ ସମର୍ଥନ କରନ୍ତି ଯାହା ଜଣେ କଂଗ୍ରେସ ସଦସ୍ୟା ଭାବେ ଶୋଭନୀୟ ନୁହେଁ। ଓମାର ଜଣେ ବିବାଦୀୟ ଡେମୋକ୍ରାଟିକ୍ କଂଗ୍ରେସ ସଦସ୍ୟା ଯେ କି ଇହୁଦୀଙ୍କ ପ୍ରତି ଘୃଣା ବ୍ୟଞ୍ଜକ ଭାଷଣ ପାଇଁ ଅନ୍ତର୍ଜାତୀୟ ସ୍ତରରେ ସମାଲୋଚିତା ହୋଇଛନ୍ତି। ତେଣୁ ଏପରି କଂଗ୍ରେସ ସଦସ୍ୟାଙ୍କ ପ୍ରସ୍ତାବକୁ ବର୍ଜନ କରିବା ପାଇଁ ଆମେରିକୀୟ ହିନ୍ଦୁ ସମାଜ ଦାବି କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe