ଚୀନ୍‌ରେ ଯୁବଗୋଷ୍ଠୀ ତାତିଲେ, କୋଭିଡ଼ କଟକଣା ବିରୋଧୀ ଆନ୍ଦୋଳନ ତୀବ୍ର

ଲକ୍‌ଡାଉନ୍‌ ନୁହେଁ, ସ୍ବାଧୀନତା ଲୋଡ଼ା, ରାଷ୍ଟ୍ରପତି ଜିନ୍‌ପିଙ୍ଗ୍‌ ଇସ୍ତଫା ଦିଅନ୍ତୁ

ଚୀନ୍‌ରେ ଯୁବଗୋଷ୍ଠୀ ତାତିଲେ, କୋଭିଡ଼ କଟକଣା ବିରୋଧୀ ଆନ୍ଦୋଳନ ତୀବ୍ର

ସାଂଘାଇ : ଚୀନ୍‌ରେ କୋଭିଡ୍ କଟକଣା ବିରୋଧରେ ରବିବାର ସାଂଘାଇ ଓ ବେଜିଂ ସମେତ ୨୦ରୁ ଅଧିକ ସହରରେ ପ୍ରବଳ ଜନ-ଆନ୍ଦୋଳନ ଦେଖିବାକୁ ମିଳିଛି। କୋଭିଡ୍ ମହାମାରୀ ଆବିର୍ଭାବ ହେବାର ଇତିମଧ୍ୟରେ ତିନିବର୍ଷ ପୂରିବାକୁ ବସିଥିବା ବେଳେ ଏବଂ ପୃଥିବୀର ଅଧିକାଂଶ ଦେଶରେ ଏହା ନିୟନ୍ତ୍ରିତ ଅବସ୍ଥାକୁ ଆସି କୋଭିଡ୍ କଟକଣା ହଟି ସାରିଥିବା ବେଳେ ଚୀନ୍‌କୁ ମହାମାରୀ ଛାଡ଼ିବାକୁ ଚାହୁନାହିଁ। ଏହା କବଳରୁ ମୁକ୍ତି ପାଇବା ପାଇଁ ଚୀନ୍ ସରକାର ବ୍ୟାପକ କଟକଣା ଲାଗୁ କରିଛନ୍ତି। କିନ୍ତୁ କୋଭିଡ୍ ହେଲେ ଲୋକଙ୍କୁ ଯେତିକି କଷ୍ଟ ଭୋଗିବାକୁ ପଡ଼ନ୍ତା, କଟକଣା ଯୋଗୁ ତା’ଠାରୁ ଅଧିକ କଷ୍ଟ ଭୋଗିବାକୁ ପଡ଼ୁଛି। ସାଂଘାଇ ଓ ବେଜିଂରେ କଠୋର କଟକଣା ଯୋଗୁଁ ଜନସାଧାରଣ ଘୋର ଆର୍ଥିକ କ୍ଷତିର ସମ୍ମୁଖୀନ ହୋଇଛନ୍ତି। ହଜାର ହଜାର ସଂଖ୍ୟାରେ ଛାତ୍ରଛାତ୍ରୀ କମ୍ୟୁନିଷ୍ଟ୍‌ ପାର୍ଟି ବିରୋଧରେ ରାସ୍ତାକୁ ଓହ୍ଲାଇବା ସହ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ୍‌ଙ୍କ ଇସ୍ତଫା ଦାବି କରିଛନ୍ତି। ଚୀନ୍‌ର ୨୦ରୁ ଅଧିକ ସହରରେ ଯୁବଗୋଷ୍ଠୀ ତୀବ୍ର ଆନ୍ଦୋଳନ ଆରମ୍ଭ କରିଥିବାରୁ ଜିନ୍‌ପିଙ୍ଗ୍‌ଙ୍କ ଅଡ଼ୁଆ ବଢ଼ିଛି।

ଗୁରୁବାର ସିଜିଆଙ୍ଗ ପ୍ରଦେଶର ରାଜଧାନୀ ଉରୁମ୍‌କିର ଏକ ବହୁତଳ ପ୍ରସାଦରେ ୧୦ ଜଣ ଲୋକଙ୍କ ମୃତ୍ୟୁ ଯୋଗୁ ଉତ୍ତେଜନା ବୃଦ୍ଧି ପାଇଥିଲା। ଲୋକଙ୍କ ଅଭିଯୋଗ ଅନୁସାରେ ନିଆଁ ଲାଗିଥିବା ଏହି କୋଠାରୁ ଆଂଶିକ ଲକ୍‌ଡାଉନ୍ ଯୋଗୁ ଲୋକମାନେ ଜୀବନରକ୍ଷା ପାଇଁ ବାହାରିପାରି ନ ଥିଲେ। ଏହାକୁ ନେଇ ଅଞ୍ଚଳରେ ପ୍ରବଳ ବିଦ୍ରୋହ ଦେଖାଦେଇଥିଲା। ଲୋକମାନେ ଦେଶର ସବୁ ଅଞ୍ଚଳରୁ ଲକ୍‌ଡାଉନ୍ ଉଠାଇ ଦେବାକୁ ଦାବି କରି ଆନ୍ଦୋଳନ କରୁଛନ୍ତି। ବିଦ୍ରୋହୀମାନେ ରାଷ୍ଟ୍ରପତି ସି ଜିନପିଙ୍ଗ ଓ ତାଙ୍କ କମ୍ୟୁନିଷ୍ଟ ଦଳ ବିରୋଧରେ ସ୍ଲୋଗାନମାନ ଦେଉଛନ୍ତି। ସରକାର ପୁଲିସ ଲଗାଇ ବିଦ୍ରୋହ ଦମନ କରିବାକୁ ଚେଷ୍ଟା କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe