ଇରାନରେ ଭୟଙ୍କର ରୂପ ନେଉଛି ହିଜାବ ବିରୋଧୀ ଆନ୍ଦୋଳନ, ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ୫୦ରୁ ଅଧିକ ମଲେଣି

Advertisment
ଆନ୍ଦୋଳନକାରୀଙ୍କୁ ମୃତ୍ୟୁଦଣ୍ଡ ଦେଉଛି ଇରାନ

India Today

ତେହରାନ : ଇରାନରେ ହିଜାବ ବିରୋଧୀ ଆନ୍ଦୋଳନ ଅତି ଭୟଙ୍କର ରୂପ ନେଉଛି। ହିଜାବ ପିନ୍ଧିନଥିବାରୁ ପୁଲିସ ନିର୍ଯାତନାରେ ୨୨ ବର୍ଷୀୟା ମହସା ଆମିନୀଙ୍କ ମୃତ୍ୟୁକୁ ବିରୋଧ କରି ଦେଶବ୍ୟାପୀ ‌ଯେଉଁ ଆନ୍ଦୋଳନ ହୋଇଛି ତା’ ବିରୋଧରେ ଇରାନ ସୁରକ୍ଷାକର୍ମୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ ଯୋଗୁଁ ଇରାନ୍‌ରେ ୫୦ରୁ ଅଧିକ ଆନ୍ଦୋଳନକାରୀଙ୍କ ମୃତ୍ୟୁ ହେଲାଣି। ୬୦ ମହିଳା ସମେତ ୭୦୦ରୁ ଅଧିକ ଲୋକ ଗିରଫ ‌ହେଲେଣି।

ଇତି ମଧ୍ୟରେ ଜାତିସଂଘ ସାଧାରଣ ସଚିବ ଆଣ୍ଟୋନିଓ ଗଟର୍ସ ସରକାର ବିରୋଧୀ ଆନ୍ଦୋଳନକାରୀଙ୍କ ବି‌ରୋଧରେ ଅନାବଶ୍ୟକ କାର୍ଯ୍ୟାନୁଷ୍ଠାନ ବନ୍ଦ କରିବାପାଇଁ ଅନୁରୋଧ କରିଛନ୍ତି। ହିଜାବ ବିରୋଧୀ ଆନ୍ଦୋଳନ ମଧ୍ୟ‌ରେ ଇରାନରେ ଇଣ୍ଟରନେଟ୍‌ ସେବା ବନ୍ଦ ରହିଛି। ଆନ୍ଦୋଳନକାରୀମାନେ ଇରାନର ସର୍ବୋଚ୍ଚ ଧାର୍ମିକ ନେତା ଖାମେନେଇଙ୍କ ଏକ ପ୍ରତିମୂର୍ତ୍ତି ଜାଳି ଦେଇଛନ୍ତି। ଇତି ମଧ୍ୟରେ ସରକାରଙ୍କୁ ସମର୍ଥନ କରି ମଧ୍ୟ ଗତକାଲିଠାରୁ ରାଲି ଆରମ୍ଭ ହୋଇଛି। ତେହରାନରେ ଗତକାଲି ସରକାରଙ୍କୁ ସମର୍ଥନ କରି ରାଲି ହୋଇଥିଲା। ଏହି ସମୟରେ ଆମେରିକା ଏବଂ ଇସ୍ରାଏଲ ବିରୋଧରେ ସ୍ଲୋଗାନ ଦିଆଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe