ଗିରଫ ୟୁପି ପୁଲିସ କର୍ମଚାରୀ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ: ସୁରକ୍ଷା ଏବଂ ସିବିଆଇ ତଦନ୍ତ ଦାବି

ମଦ ଦୋକାନ ଲଟେରି ପ୍ରସଙ୍ଗ : ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ଝଟ୍‌କା

Image Source: Zee News

ନୂଆଦିଲ୍ଲୀ: କାନପୁରର ଦୁର୍ଦ୍ଦାନ୍ତ ଅପରାଧୀ ବିକାଶ ଦୁବେ ସହ ସମ୍ପୃକ୍ତି ଥିବା ଏବଂ ବିକାଶ ଦୁବେକୁ ଆଗୁଆ ପୁଲିସ କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ଜଣାଇଥିବା ମାମଲାରେ ଗିରଫ ହୋଇଥିବା ପୁଲିସ୍‌ ଏସ୍‌ଆଇ କେକେ ଶର୍ମା ଆଜି ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ତାଙ୍କ ବିରୋଧରେ ପୁଲିସ ଏନ୍‌କାଉଣ୍ଟରର ସମ୍ଭାବନା ଥିବା ଅଭିଯୋଗ କରି ସେ ନିଜ ପାଇଁ ସୁରକ୍ଷା ଚାହିଛନ୍ତି। ଶର୍ମା ଏବଂ ତାଙ୍କ ପତ୍ନୀ ବିନିତା ଶିରୋହିଙ୍କ ଦ୍ବାରା ଏନେଇ ସୁପ୍ରିମକୋର୍ଟରେ ଏକ ପିଟିସନ୍‌ ଦାଖଲ ହୋଇଥିବା ବେଳେ ସେମାନେ ବିକାଶ ସମେତ ତା'ର ୬ ସହ‌ଯୋଗୀଙ୍କ ଏନ୍‌କାଉଣ୍ଟର ଘଟଣାରେ ସିବିଆଇ ତଦନ୍ତ ଦାବି କରିଛନ୍ତି। ଆବେଦନରେ ଏହା ଦର୍ଶାଯାଇଛି ଯେ, ଉତ୍ତରପ୍ରଦେଶ ପୁଲିସ ଆଇନରୁ ବାହାରକୁ ଯାଇ ଅଭିଯୁକ୍ତମାନଙ୍କୁ ହତ୍ୟା କରୁଛି।

ପୁଲିସ ଆଇନକୁ ନିଜ ହାତକୁ ନେଇ ଅଭିଯୁକ୍ତକୁ ଗିରଫ କରିବା ମାତ୍ରେ ହିଁ ହତ୍ୟା କରିଦେଉଛି। ତେଣୁ ସେମାନେ ଉକ୍ତ ଏନ୍‌କାଉଣ୍ଟର ଘଟଣାରେ ନିରପେକ୍ଷ ତଦନ୍ତ ଦାବି କରିଛନ୍ତି। ଉଲ୍ଲେଖଯୋଗ୍ୟ ଗତ ୨-୩ ତାରିଖ ରାତିରେ କାନପୁର ସ୍ଥିତ ବିକ୍ରୁ ଗ୍ରାମରେ ପୁଲିସର ଚଢ଼ଉ ଯୋଜନା ଏବଂ ଦୁବେକୁ ଗିରଫ ସଂକ୍ରାନ୍ତ ଯୋଜନା ସମ୍ପର୍କରେ ଶର୍ମା ଆଗୁଆ ଦୁବେକୁ ସୂଚନା ଦେଇଥିଲେ। ଫଳରେ ଦୁବେ ଏବଂ ତା‌' ସହଯୋଗୀମାନେ ପୁଲିସ ଉପରେ ଆକ୍ରମଣ ପାଇଁ ଆଗୁଆ ପ୍ରସ୍ତୁତ ହୋଇଥିଲେ ଏବଂ ଏଥିରେ ସଫଳ ହୋଇଥିଲେ। ଏହି ମାମଲାରେ ଶର୍ମା ପ୍ରଥମେ ନିଲମ୍ବିତ ହୋଇଥିଲେ ଏବଂ ପରେ ଗିରଫ ହେଲେ। ଅନ୍ୟ ଜଣେ ପୁଲିସ କର୍ମଚାରୀ ମଧ୍ୟ ଏହି ମାମଲାରେ ଗିରଫ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe