ଭାରତୀୟ ଦୂତାବାସ ଉପରେ ଆକ୍ରମଣ ସମ୍ପୂର୍ଣ୍ଣ ଅଗ୍ରହଣୀୟ: ବ୍ରିଟେନ ବିଦେଶ ମନ୍ତ୍ରୀ

Advertisment
ଭାରତୀୟ ଦୂତାବାସ ଉପରେ ଆକ୍ରମଣ ସମ୍ପୂର୍ଣ୍ଣ ଅଗ୍ରହଣୀୟ: ବ୍ରିଟେନ ବିଦେଶ ମନ୍ତ୍ରୀ

Wikipedia

ଲଣ୍ଡନ : ଜୁଲାଇ ୮ରେ ଇଂଲଣ୍ଡର ଖଲିସ୍ତାନୀ-ସପକ୍ଷବାଦୀ ଓ ଭାରତବିରୋଧୀ ଗୋଷ୍ଠୀ ଲଣ୍ଡନସ୍ଥିତ ଭାରତୀୟ ଦୂତାବାସକୁ ତଥାକଥିତ ‘କିଲ୍ ଇଣ୍ଡିଆ’ ରୢାଲି କରିବା ପାଇଁ ଯୋଜନା କରୁଥିବା ନେଇ ରିପୋର୍ଟ ପ୍ରକାଶ ପାଇବା ପରେ ବ୍ରିଟିସ ବୈଦେଶିକ ମନ୍ତ୍ରୀ ଜେମ୍ସ କ୍ଳେଭର୍ଲି ଗୁରୁବାର କହିଛନ୍ତି ଭାରତୀୟ ଦୂତାବାସ ଉପରେ କୌଣସି ପ୍ରକାର ଆକ୍ରମଣ ଗ୍ରହଣୀୟ ନୁହେଁ। ଅନେକ ଟ୍ବିଟର ଆକାଉଣ୍ଟରେ ଉକ୍ତ ରୢାଲି ନେଇ ସୂଚନା ପ୍ରକାଶ ପାଇଥିଲା। ଗତମାସରେ କାନାଡ଼ାରେ ଭାରତ ଦ୍ବାରା ଆତଙ୍କବାଦୀ ଘୋଷିତ ବିଚ୍ଛିନ୍ନତାବାସୀ ଖଲିସ୍ତାନୀ ନେତା ହରଦୀପ ସିଂହ ନିଜାରଙ୍କୁ ହତ୍ୟା କରାଯାଇଥିଲା। ଏହି ହତ୍ୟା ପଛରେ ଭାରତର ହାତ ଅଛି ବୋଲି ଅଭିଯୋଗ କରି ତାହା ବିରୋଧରେ ଉକ୍ତ ରୢାଲିର ଆୟୋଜନ କରାଯାଇଥିବା ଜଣାପଡ଼ିଛି।

ଏହା ପୂର୍ବରୁ କାଲିଫର୍ଣ୍ଣିଆର ସାନ୍ ଫ୍ରାନ୍ସିସ୍କୋରେ ଭାରତୀୟ ବାଣିଜ୍ୟ ଦୂତାବାସ ଉପରେ ଆକ୍ରମଣ କରାଯାଇଥିଲା ଏବଂ ଅଷ୍ଟ୍ରେଲିଆ, କାନାଡ଼ା ଓ ଆମେରିକାର ଭାରତୀୟ କୂଟନୀତିଜ୍ଞମାନଙ୍କୁ ଖଲିସ୍ତାନୀ ପୋଷ୍ଟର ମାଧ୍ୟମରେ ଧମକ ଦିଆଯାଇଥିଲା। ଏହି ପ୍ରସଙ୍ଗରେ କାନାଡ଼ା ରାଷ୍ଟ୍ରଦୂତଙ୍କୁ ଭାରତର ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ସମନ ଜାରି କରାଯାଇଥିଲା। ବ୍ରିଟିସ ବୈଦେଶିକ ମନ୍ତ୍ରୀ ଗୁରୁବାର ଟ୍ବିଟ୍ କରି କହିଛନ୍ତି, ଲଣ୍ଡନସ୍ଥିତ ଭାରତୀୟ ଦୂତାବାସ ଉପରେ କୌଣସି ପ୍ରକାର ସିଧାସଳଖ ଆକ୍ରମଣ ଆଦୌ ଗ୍ରହଣୀୟ ନୁହେଁ। ଭାରତୀୟ ଉଚ୍ଚାୟୁକ୍ତ ଭି ଦୋରାଇସ୍ବାମୀ ଓ ଭାରତ ସରକାରଙ୍କୁ ଆମେ ସ୍ପଷ୍ଟ କରିବାକୁ ଚାହୁଁ ଯେ, ଭାରତୀୟ ଦୂତାବାସ କର୍ମଚାରୀଙ୍କ ସୁରକ୍ଷା ଆମର ପ୍ରମୁଖ ଦାୟିତ୍ବ। ଗତ ମାର୍ଚ୍ଚ ୧୯ ତାରିଖରେ ଲଣ୍ଡନସ୍ଥିତ ଭାରତୀୟ ଦୂତାବାସର ବାଲ୍‌କୋନିରେ ଚଢ଼ି ଖଲିସ୍ତାନୀ ସମର୍ଥକମାନେ ଭାରତର ଜାତୀୟ ପତାକାକୁ ତଳେ ପକାଇଦେଇଥିଲେ। ଭାରତ ଇଂଲଣ୍ଡ ଆଗରେ ଏହାର ଦୃଢ଼ ପ୍ରତିବାଦ କରିଥିଲା। ପ୍ରତିବାଦସ୍ବରୂପ ଦିଲ୍ଲୀସ୍ଥିତ ବ୍ରିଟିସ ଦୂତାବାସର ସୁରକ୍ଷା ବ୍ୟବସ୍ଥା କୋହଳ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe