ଆକ୍ରମଣକାରୀର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଟ୍ରମ୍ପଙ୍କୁ ହତ୍ୟା: ଆକ୍ରମଣକାରୀ ଥୋମାସ ମାଥ୍ୟୁ କ୍ରୁକ୍ସ ଜଣେ ରିପବ୍ଲିକାନ

ଆକ୍ରମଣକାରୀର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଟ୍ରମ୍ପଙ୍କୁ ହତ୍ୟା: ଆକ୍ରମଣକାରୀ ଥୋମାସ ମାଥ୍ୟୁ କ୍ରୁକ୍ସ  ଜଣେ ରିପବ୍ଲିକାନ

ବଟ୍‌ଲର: ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ହତ୍ୟା ଉଦ୍ୟମରେ ସମ୍ପୃକ୍ତ ଥିବା ୨୦ ବର୍ଷୀୟ ଥୋମାସ ମାଥ୍ୟୁ କ୍ରୁକ୍ସ ବାବଦରେ ଆମେରିକାର ତଦନ୍ତକାରୀ ସଂସ୍ଥା ଏଫ୍‌ବିଆଇ କେତେକ ସୂଚନା ସାର୍ବଜନୀନ କରିଛି। ଆକ୍ରମଣକାରୀର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଟ୍ରମ୍ପ୍‌ଙ୍କୁ ହତ୍ୟା କରିବା ଏବଂ ରୢାଲିସ୍ଥଳରେ ବିତ୍ପାତ ମଚାଇବା। ଏଥି‌ପାଇଁ ସେ ନିଜକୁ ପ୍ରସ୍ତୁତ କରିଥିଲା ଏବଂ ରୢାଲିସ୍ଥଳଠାରୁ ପ୍ରାୟ ୪୦୦ ମିଟର ଦୂରରେ ଅବସ୍ଥିତ ଏକ କୋଠାର ଛାତକୁ ବ୍ୟବହାର କରିଥିଲା।

ସେ ସ୍ବୟଂଚାଳିତ ବନ୍ଧୁକ ବ୍ୟବହାର କରିଥିଲା ଏବଂ ସୁରକ୍ଷା ବାହିନୀ ଦ୍ବାରା ନିପାତ ହେବା ପୂର୍ବରୁ ୫ରୁ ୮ରାଉଣ୍ଡ ଗୁଳି ଚଳାଇଥିଲା। ୨୦ ବର୍ଷୀୟ ଆକ୍ରମଣକାରୀ ଜ‌ଣେ ଗ୍ରାଜୁଏଟ ଏବଂ ସେ ରିପବ୍ଲିକାନ ଦଳରେ ନିଜ ନାମ ପଞ୍ଜିକୃତ କରାଇ ଟ୍ରମ୍ପ୍‌ଙ୍କ ରୢାଲି ଉପରେ ନଜର ରଖିଥିଲା। ଗୁଳିମାଡ଼ରେ ରୢାଲିସ୍ଥଳରେ ଜଣେ ଟ୍ରମ୍ପ୍‌ ସମର୍ଥକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୨ ଜଣ ଆହତ ହୋଇଛନ୍ତି। ଥୋମାସ ବ୍ୟବହାର କରିଥିବା ବନ୍ଧୁକ ଏବଂ ତା’ର ପୂର୍ବ ଗତିବିଧି ସଂପର୍କରେ ବ୍ୟାପକ ଖୋଳତାଡ଼ ଜାରି ରହିଛି। ଆମେରିକୀୟ ସିକ୍ରେଟ୍ ସର୍ଭିସ୍ ଥୋମାସର କେତେକ ସହଯୋଗୀଙ୍କ ଉପରେ ମଧ୍ୟ ନଜର ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe