କରୋନାର ବିଏଫ୍‌.୭ ଭାରିଆଣ୍ଟ ୯୧ଟି ଦେଶରେ ଦୁଇବର୍ଷ ହେଲା ଅଛି

Advertisment
କରୋନାର  ବିଏଫ୍‌.୭ ଭାରିଆଣ୍ଟ ୯୧ଟି ଦେଶରେ ଦୁଇବର୍ଷ ହେଲା ଅଛି

HerZindagi

ପୁଣେ : ଚୀନ୍‌ରେ ବର୍ତ୍ତମାନ ସଂକ୍ରମଣ ବୃଦ୍ଧି ମୂଳରେ ଅଛି ଓମିକ୍ରନ୍‌ର ଉପକିସମ ବିଏଫ୍‌.୭। ତେବେ ଏହା ଏକ ନୂଆ ଭୂତାଣୁ କିସମ ନୁହେଁ। ଏହା ପ୍ରାୟ ୨ ବର୍ଷ ହେଲା ପୃଥିବୀର ବିଭିନ୍ନ ଦେଶରେ ଦେଖିବାକୁ ମିଳଛି। କିନ୍ତୁ ଚୀନ୍‌ରେ ଏହା ଯେପରି ଆତଙ୍କ ସୃଷ୍ଟି କରିଛି ଅନ୍ୟ ଦେଶଗୁଡ଼ିକରେ ତାହା ସେପରି କ୍ଷତି ଘଟାଇ ପାରିନାହିଁ।

ସ୍କ୍ରିପ୍ସ ରିସର୍ଚ୍ଚ ଇନ୍‌‌ଷ୍ଟିଚ୍ୟୁଟ୍‌ର ତଥ୍ୟ ଅନୁସାରେ, ଫେବ୍ରୁଆରି ୨୦୨୧ରୁ ୯୧ଟି ଦେଶରେ ଏହି ଭୂତାଣୁର ସମାନ ଗୁଣ-ବିଶିଷ୍ଟ ଭୂତାଣୁ ଥିବା ପରୀକ୍ଷାରୁ ଜଣାପଡ଼ିଛି। ତେବେ ଶେଷରେ ଏହାର ନାମକରଣ କରାଯାଇଛି ବିଏଫ୍‌.୭ ଯାହା ବିଏ.୫.୧.୭ର ଏକ ସଂକ୍ଷିପ୍ତ ରୂପ। ଏହା ହେଉଛି ଓମିକ୍ରନ୍ ବିଏ.୫ର ଏକ ସବ୍‌ଲାଇନେଜ୍। ତେବେ ସାରା ବିଶ୍ବରେ ଏହାର ଉପସ୍ଥିତି ଥିବା ବେଳେ ଚୀନ୍‌ରେ କାହିଁକି ଏହା ଆତଙ୍କ ଖେଳାଇଲା ତାହାର କାରଣ ଗବେଷକମାନେ ଖୋଜି ପାଉନାହାନ୍ତି। ଗତବର୍ଷ ଫେବ୍ରୁଆରି ୨୬ରେ ଏହା ପ୍ରଥମେ ଚିହ୍ନଟ ହୋଇଥିବା ବେଳେ ସମଗ୍ର ବିଶ୍ବରେ ଏହାଦ୍ବାରା ୪୭,୮୮୧ ଲୋକ ସଂକ୍ରମିତ ହୋଇଥିବା ଗବେଷକମାନେ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe