ବିହାର ସ୍ବତନ୍ତ୍ର ପାହ୍ୟା ଦାବିକୁ ପ୍ରତ୍ୟାଖ୍ୟାନ କଲେ ସରକାର: ନୀତୀଶ କୁମାରଙ୍କ ଇସ୍ତଫା ଦାବି କଲା ଆରଜେଡି

Advertisment
ବିହାର ସ୍ବତନ୍ତ୍ର ପାହ୍ୟା ଦାବିକୁ ପ୍ରତ୍ୟାଖ୍ୟାନ କଲେ ସରକାର: ନୀତୀଶ କୁମାରଙ୍କ ଇସ୍ତଫା ଦାବି କଲା ଆରଜେଡି

ନୂଆଦିଲ୍ଲୀ: ଏନ୍‌ଡିଏ ସରକାରଙ୍କ ପ୍ରମୁଖ ସହଯୋଗୀ ଦଳ ଜେଡିୟୁକୁ ଆଜି ବଡ଼ ଝଟ୍‌କା ଲାଗିଛି। ବିହାରକୁ ସ୍ୱତନ୍ତ୍ର ପାହ୍ୟା ମାନ୍ୟତା ଦେବା ପାଇଁ ଦଳର ଅନ୍ୟତମ ପ୍ରମୁଖ ଦାବିକୁ ସୋମବାର କେନ୍ଦ୍ର ସରକାର ପ୍ରତ୍ୟାଖ୍ୟାନ କରିଛନ୍ତି। ସରକାର ଏ ବାବଦରେ ଆଭିମୁଖ୍ୟ ସ୍ପଷ୍ଟ କରିବା ପରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବିଜେପିକୁ ସ୍ବତନ୍ତ୍ର ପାହ୍ୟ ପ୍ରସଙ୍ଗରେ ଦଳର ପୂର୍ବ ସର୍ତ୍ତ କଥା ମନେ ପକାଇ ଦେଇଛନ୍ତି। ଅନ୍ୟପକ୍ଷରେ ଏହି ପ୍ରସଙ୍ଗରେ ବିହାର ରାଜନୀତି ସରଗରମ ହୋଇଛି। ଆରଜେଡି ଏହାକୁ ନେଇ ନୀତୀଶ କୁମାରଙ୍କୁ ଟାର୍ଗେଟ୍‌ କରିବା ସହ ତାଙ୍କର ବିଫଳତା ପାଇଁ ତୁରନ୍ତ ଇସ୍ତଫା ଦାବି କରିଛି।

ଆର୍‌ଜେଡି ଏହି ପ୍ରସଙ୍ଗରେ ବିଜେପି-ଜେଡିୟୁ ମେଣ୍ଟକୁ ସମାଲୋଚନା କରି କହିଛି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବିହାରକୁ ‘ସ୍ୱତନ୍ତ୍ର ପାହ୍ୟା’ ମାନ୍ୟତା ଦେବା ବଦଳରେ ପ୍ରତାରଣା କରିଛନ୍ତି। ଦଳ ପକ୍ଷରୁ କୁହାଯାଇଛି ଯେ ନୀତୀଶ କୁମାର ବିଜେପି ଆଗରେ ମୁଣ୍ଡ ନୁଆଁଇ ରାଜ୍ୟବାସୀଙ୍କ ନିମନ୍ତେ ଘୋର ନୈରାଶ୍ୟ ଆଣିଛନ୍ତି। ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ ଲୋକସଭାରେ ଆଜି ଏକ ଲିଖିତ ଉତ୍ତରରେ କହିଛନ୍ତି ସ୍ବତନ୍ତ୍ର ପାହ୍ୟା ହାସଲ କରିବା ପାଇଁ ବିହାର ଆବଶ୍ୟକ ସର୍ତ୍ତ ପୂରଣ କରୁନାହିଁ। ପାହାଡ଼ିଆ ଏବଂ ଦୁର୍ଗମ ଅଞ୍ଚଳ, କମ୍ ଜନସଂଖ୍ୟା ଘନତା, ପଡ଼ୋଶୀ ଦେଶ ସହ ସୀମାରେ ରଣନୈତିକ ଅବସ୍ଥିତି ଏବଂ ସର୍ବାଧିକ ଆର୍ଥିକ ଅନଗ୍ରସରତା ଆଦି ବୈଶିଷ୍ଟ୍ୟ ବିହାର କ୍ଷେତ୍ରରେ ନାହିଁ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe