ନିର୍ବାଚନର ୭୨ ଘଣ୍ଟା ପୂର୍ବରୁ ବାଇକ୍‌ ରାଲି ବନ୍ଦ

Advertisment
ନିର୍ବାଚନର ୭୨ ଘଣ୍ଟା ପୂର୍ବରୁ ବାଇକ୍‌ ରାଲି ବନ୍ଦ

ନୂଆଦିଲ୍ଲୀ : ନିର୍ବାଚନର ୭୨ ଘଣ୍ଟା ପୂର୍ବରୁ ଏବଂ ନିର୍ବ‌ାଚନ ଦିନ ସମସ୍ତ ରାଜ୍ୟରେ ବାଇକ୍‌ ରୢାଲିକୁ ବନ୍ଦ କରିଛନ୍ତି ନିର୍ବାଚନ କମିସନ୍‌। କିଛି ଅସାମାଜିକ ବ୍ୟକ୍ତି ନିର୍ବାଚନ ପୂର୍ବରୁ ଭୋଟର ମାନଙ୍କୁ ଭୟଭୀତ କରିବାପାଇଁ ମୋଟର ବାଇକ୍‌ର ବ୍ୟବହାର କରୁଛନ୍ତି। ଏହି କାରଣ ପାଇଁ ନିର୍ବାଚନ କମିସନ୍‌ ନିର୍ବାଚନର ୭୨ ଘଣ୍ଟା ପୂର୍ବରୁ ବାଇକ୍‌ ରୢାଲିକୁ ନିଷିଦ୍ଧ କରିଛନ୍ତି। ପଶ୍ଚିମବଙ୍ଗ, କେରଳ, ତାମିଲନାଡ଼ୁ, ଆସାମ ଏବଂ ପୁଡ଼ୁଚେରୀର ମୁଖ୍ୟ ନିର୍ବାଚନ ଅଧିକାରୀମାନଙ୍କୁ ଏକ ନିର୍ଦ୍ଦେଶାବଳୀ ଜାରି ହୋଇଛି। ଏହି ନିୟମର କଡ଼ାକଡ଼ି ପାଳନ ପାଇଁ ଇସି ସମସ୍ତ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ କହିଛନ୍ତି। ନିର୍ବାଚନ କମିସନ୍‌ ଏ ସଂକ୍ରାନ୍ତରେ ସମସ୍ତ ପକ୍ଷ, ରାଜନୈତିକ ଦଳ ଏବଂ ପ୍ରାର୍ଥୀଙ୍କ ସମେତ କମିସନ୍‌ର ପର୍ଯ୍ୟବେକ୍ଷକଙ୍କୁ ସତର୍କ କରିବାପାଇଁ କୁହାଯାଇଛି। ଉଲ୍ଲେଖଯୋଗ୍ୟ ଆସନ୍ତା ୨୭ ତାରିଖରୁ ୫ ରାଜ୍ୟରେ ନିର୍ବାଚନ ଆରମ୍ଭ ହେବ। ମେ’ ୨ ତାରିଖରେ ଫଳାଫଳ ଆସିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe