ମୋତେ ହତ୍ୟା ପାଇଁ ବିଜେପି ଷଡ଼ଯନ୍ତ୍ର କରିଛି: ମମତା

Advertisment
ମୋତେ ହତ୍ୟା ପାଇଁ ବିଜେପି ଷଡ଼ଯନ୍ତ୍ର କରିଛି: ମମତା

www.newindianexpress.com

କୋଲକାତା: ପଶ୍ଚିମବଙ୍ଗ ନିର୍ବାଚନ ରଣାଙ୍ଗନରେ ଆଜି ପୁଣି ତୃଣମୂଳ ସୁପ୍ରିମୋ ମମତା ବାନାର୍ଜୀ ଏବଂ ବିଜେପିର ହେଭିୱେଟ୍‌ ନେତାଙ୍କ ମଧ୍ୟରେ ଆକ୍ରମଣ ପ୍ରତିଆକ୍ରମଣ ହୋଇଛି। ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ନିର୍ବାଚନୀ ସଭା କରିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ, କେନ୍ଦ୍ର ରକ୍ଷାମନ୍ତ୍ରୀ ରାଜନାଥ ସିଂହ, ବିଜେପି ସଭାପତି ଜେ ପି ନଡ୍ଡା ଏବଂ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ସମାନ୍ତରାଳ ଭାବେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି ବାଙ୍କୁରାରେ ଆୟୋଜିତ ଏକ ସଭାକୁ ହ୍ବିଲ୍‌ ଚେୟାରରେ ବସି ସମ୍ବୋଧିତ କରିଥିଲେ। ସେ ସିଧାସଳଖ ଅମିତ ଶାହଙ୍କ ବି‌ରୋଧରେ ବିଷୋଦ୍‌ଗାର କରି କହିଥିଲେ, ମୋତେ ହତ୍ୟା କରବିାକୁ ବିଜେପି ଷଡ଼ଯନ୍ତ୍ର କରିଛି।

ଶାହଙ୍କ ସଭାରେ ହାତଗଣତି ଲୋକଙ୍କ ଉପସ୍ଥିତି ନେଇ ସେ ହତାଶ ହୋଇ ପଡ଼ୁଛନ୍ତି। ଦେଶ କଥା‌ ନ ବୁଝି ପଶ୍ଚିମବଙ୍ଗରେ ଆସନ ଜମାଇଛନ୍ତି। ତୃଣମୂଳ ନେତାଙ୍କ ବିରୋଧରେ ଷଡ଼ଯନ୍ତ୍ର କରିବା ସହ ହତୋତ୍ସାହିତ କରୁଛନ୍ତି। ନନ୍ଦୀଗ୍ରାମରେ ଆହତ ହେବାଘଟଣାକୁ ନେଇ ମମତା କହିଲେ, ସେମାନେ କ’ଣ ଚାହୁଁଛନ୍ତି? ମୋତେ ହତ୍ୟା କରିବାକୁ? ମୋତେ ହତ୍ୟା କଲେ ସେମାନେ ନିର୍ବାଚନ ଜିତିବେ? ଅସମ୍ଭବ। ଭୋଟ୍‌ ପ୍ୟାନେଲ୍‌ କାର୍ଯ୍ୟଶୈଳୀରେ ଯଦି ବିଜେପି ହସ୍ତକ୍ଷେପ କରେ ତେବେ ନିର୍ବାଚନ କମିସନ୍‌ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯିବ ବୋଲି ମମତା ଧମକ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe