ସବୁ ପଛରେ ରହିଛି ବିଜେପିର ହାତ, ଇଡିର କାର୍ଯ୍ୟାନୁଷ୍ଠାନ ଡରରେ ଧୋକା ଦେଇଛନ୍ତି ସିନ୍ଦେ: ସଞ୍ଜୟ ରାଉତ

Advertisment
ସବୁ ପଛରେ ରହିଛି ବିଜେପିର ହାତ, ଇଡିର କାର୍ଯ୍ୟାନୁଷ୍ଠାନ ଡରରେ ଧୋକା ଦେଇଛନ୍ତି ସିନ୍ଦେ: ସଞ୍ଜୟ ରାଉତ

ମୁମ୍ବାଇ: ମହାରାଷ୍ଟ୍ରରେ ଶାସନ କରୁଥିବା ଉଦ୍ଧବ ଠାକରେ ସରକାର ପ୍ରତି ବିପଦ ଘନେଇ ଆସୁଛି । ବିଦ୍ରୋହୀ ଏକନାଥ ସିନ୍ଦେଙ୍କୁ ମନାଇବାରେ ଶିବସେନାର ଉଦ୍ୟମ ବିଫଳ ହେବାରେ ଲାଗିଛି । ବିଜେପି ପକ୍ଷରୁ ବିଧାୟକମାନଙ୍କୁ ବଳପୂର୍ବକ ଅପହରଣ କରାଯାଇଛି ଓ ଗୁଜୁରାଟ ପୁଲିସ ସେମାନଙ୍କୁ ବନ୍ଧକ ରଖିଛି ବୋଲି ଶିବସେନା ପକ୍ଷରୁ ଅଭିଯୋଗ କରାଯାଇଛି । ଏହା ସହ ଶିବସେନା ନେତା ସଞ୍ଜୟ ରାଉତ ଦଳକୁ ଧୋକା ଦେଇଥିବା ନେତା ଏକନାଥ ସିନ୍ଦେଙ୍କ ସହ କଥା ହୋଇଥିବା କହିଛନ୍ତି।

ସଞ୍ଜୟ ରାଉତ କହିଛନ୍ତି ଯେ, ଏହି ସବୁ ପଛରେ ବିଜେପିର ହାତ ଅଛି। ଇଡିର କାର୍ଯ୍ୟାନୁଷ୍ଠାନକୁ ଡରି ଏକନାଥ ସିନ୍ଦେ ବିଦ୍ରୋହୀ ହୋଇଛନ୍ତି। ଅନେକ ବିଧାୟକ ଆମ ସହିତ ଯୋଗାଯୋଗ କରି କହିଛନ୍ତି ଯେ ସେମାନଙ୍କୁ ଜବରଦସ୍ତ ଉଠାଇ ନେଇ ଅଟକ ରଖାଯାଇଛି। ଆମର ଜଣେ ବିଧାୟକ ନିଜେ ରାତିରେ ସୁରଟରୁ ମୁମ୍ବାଇ ଆସିବାକୁ ଚେଷ୍ଟା କରୁଥିଲେ। ତାଙ୍କ ସହିତ ଆଉ ଚାରିଜଣ ବିଧାୟକ ମଧ୍ୟ ଥିଲେ କିନ୍ତୁ ଗୁଜୁରାଟ ପୁଲିସ ଆମର ବିଧାୟକମାନଙ୍କୁ ଛାଡ଼ିନଥିଲେ। ଯଦି ମହାରାଷ୍ଟ୍ର ପୁଲିସ ଗୁଜରାଟ ଯିବାର ସୁଯୋଗ ପାଇବ ତେବେ ଆମେ ସମସ୍ତଙ୍କୁ ଫେରାଇ ଆଣିବୁ। ଆମର ବିଧାୟକଙ୍କୁ ଅପହରଣ କରି ବିଜେପି, ଆମ ସରକାରକୁ ହଟାଇବାକୁ ଚେଷ୍ଟା କରୁଛି। ଏହା ହେଉଛି ବିଜେପିର ଅପରେସନ୍ ଲୋଟସ୍। ମଧ୍ୟପ୍ରଦେଶରେ ବିଜେପି ମଧ୍ୟ ସମାନ କାମ କରିଥିବା ବେଳେ ବର୍ତ୍ତମାନ ମହାରାଷ୍ଟ୍ରରେ ମଧ୍ୟ ସମାନ କାମ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe