ଅଲ୍‌କାଏଦା ଧମକ ପରେ ଯଦି କିଛି ହୁଏ ବିଜେପି ଦାୟୀ ରହିବ: ସଞ୍ଜୟ ରାଉତ

Advertisment
ଅଲ୍‌କାଏଦା ଧମକ ପରେ ଯଦି କିଛି ହୁଏ ବିଜେପି ଦାୟୀ ରହିବ: ସଞ୍ଜୟ ରାଉତ

dnaindia

ମୁମ୍ବାଇ: ପ୍ରଫେଟ୍‌ ବୟାନକୁ ନେଇ ବିବାଦ ବଢ଼ୁଥିବାରୁ ଶିବସେନା ନେତା ସଞ୍ଜୟ ରାଉତ ଗୁରୁବାର ବିଜେପିକୁ ସମାଲୋଚନା କରିଛନ୍ତି। ରାଉତ କହିଲେ ଯେ, ବିଜେପି ଚାହୁଛି ଦେଶରେ ଲୋକଙ୍କ ଭିତରେ ଲଢ଼େଇ ହେଉ। ନୂପୁର ଶର୍ମାଙ୍କ ମନ୍ତବ୍ୟକୁ ନେଇ ଅଲ୍‌କାଏଦା ଗୁଜରାଟ, ଉତ୍ତରପ୍ରଦେଶ, ମୁମ୍ବାଇ ଓ ଦିଲ୍ଲୀରେ ଆତ୍ମଘାତୀ ଆକ୍ରମଣ କରିବ ବୋଲି ଧମକ ଦେଇଥିବା ବେଳେ କିଛି ହେଲେ ସେଥିପାଇଁ ବିଜେପି ଦାୟୀ ରହିବ ବୋଲି ରାଉତ କହିଛନ୍ତି।

ଗତକାଲି ସେନା ଏମ୍‌ପି ପ୍ରିୟଙ୍କା ଚତୁର୍ବେଦୀ କହିଥିଲେ, ପ୍ରଫେଟ୍‌ଙ୍କ ଉପରେ ମନ୍ତବ୍ୟକୁ ଯେଉଁ ପଶ୍ଚିମ ଏସୀୟ ଦେଶଗୁଡ଼ିକ ବିରୋଧ କରୁଛନ୍ତି ସେମାନେ ଅଲ୍‌କାଏଦାର ଧମକକୁ ଏକସ୍ବରରେ ନିନ୍ଦା କରିବା ଉଚିତ। ଏଆଇଏମ୍‌ଆଇଏମ୍ ମୁଖ୍ୟ ଅସଉଦ୍ଦିନ ଅୱେସୀ ଗତକାଲି କହିଥିଲେ, ରସୁଲ ମହମ୍ମଦ ଅତି ମହାନ୍ ଏବଂ ସେ ଅଲ୍‌କାଏଦା ପରି ଆତଙ୍କବାଦୀଙ୍କ ସୁରକ୍ଷା ଆବଶ୍ୟକ କରନ୍ତି ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe