ଦିଲ୍ଲୀରେ ବିଜେପିର ବିଜୟ ଉତ୍ସବ, କରୋନା ସମୟରେ ନର୍ବାଚନ ସହଜ ନଥିଲା

Advertisment

ଦେଶର ବିକାଶ ହିଁ ରାଜ୍ୟର ବିକାଶ, ବିଜୟରେ ଉନ୍ମାଦ ନାହିଁ କି ପରାଜୟରେ ଅବସୋସ ନାହିଁ

ଦେଶର ବିକାଶ ହିଁ ରାଜ୍ୟର ବିକାଶ, ବିଜୟରେ ଉନ୍ମାଦ ନାହିଁ କି ପରାଜୟରେ ଅବସୋସ ନାହିଁ

ଦିଲ୍ଲୀରେ ବିଜେପିର ବିଜୟ ଉତ୍ସବ, କରୋନା ସମୟରେ ନର୍ବାଚନ ସହଜ ନଥିଲା

India TV News

ନୂଆଦିଲ୍ଲୀ: ବିହାରରେ ଏନ୍‌ଡିଏ ପୁଣି ଥରେ କ୍ଷମତା ଦଖଲ କରିବାକୁ ଯାଉଛି ଏବଂ ବିଭିନ୍ନ ରାଜ୍ୟରେ ୫୯ଟି ଆସନରେ ହୋଇଥିବା ଉପନିର୍ବାଚନରେ ବିଜେପିର ବିପୁଳ ବିଜୟ ହୋଇଥିବାରୁ ଦିଲ୍ଲୀ ବିଜେପି ମୁଖ୍ୟାଳୟରେ ଆଜି ବିଜୟ ଉତ୍ସବ ପାଳନ ହୋଇଛି। ଏହି ଅବସରରେ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ କରୋନା ସମୟରେ ନିର୍ବାଚନ କରାଇବା ସହଜ ନଥିଲା ଏବଂ ଏହି କଠିନ କାର୍ଯ୍ୟକୁ ଆମର ସଶକ୍ତ ଗଣତାନ୍ତ୍ରିକ ବ୍ୟବସ୍ଥା ସଫଳତାର ସହ ସଂପନ୍ନ କରାଇଛି। କରୋନାର ଏତେ ବଡ଼ ସଙ୍କଟ ଭିତରେ ବି ବଡ଼ ନିର୍ବାଚନ ସୁରୁଖୁରୁରେ କରାଇ ଭାରତ ବିଶ୍ବକୁ ନିଜ ଶକ୍ତିର ପରିଚୟ ଦେଇଛି। ଦେଶ ଆଜି ସବୁଠାରୁ ଅଧିକ ଭରସା ବିଜେପି ଉପରେ କରୁଛି। ଏହି ଭରସା ପ୍ରଧାନ ସେବକ ପାଇଁ ସବୁଠାରୁ ବଡ଼ ପୁଂଜି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ପରିବାର ନିୟନ୍ତ୍ରଣରେ ଥିବା ଦଳମାନେ ଦେଶ ପାଇଁ ବିପଦ

ନିର୍ବାଚନୀ ସଫଳତା ପାଇଁ ପ୍ରଧାନମନ୍ତ୍ରୀ ଏନ୍‌ଡିଏର ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ଅଭିନନ୍ଦନ ଜଣାଇ କହିଛନ୍ତି ଯେ ଦେଶର ବିକାଶ ଏବଂ ଲୋକଙ୍କ ବିକାଶକୁ ନିଜର ମୂଳ ଲକ୍ଷ୍ୟ କରି ଏନ୍‌ଡିଏ ଅଗ୍ରସର ହେଉଛି । ଏବେ ଦେଶରେ କେବଳ ସେହିମାନଙ୍କୁ ସେବା କରିବାକୁ ସୁଯୋଗ ମିଳିବ ଯେଉଁମାନେ ଦେଶର ବିକାଶକୁ ଲକ୍ଷ୍ୟରେ ରଖି ନିଷ୍ଠାପର ଏବଂ ସ୍ବଚ୍ଛ ନୀତିରେ କାମ କରିବେ। ଦେଶର ବିକାଶ ହିଁ ରାଜ୍ୟର ବିକାଶ ବୋଲି ଲୋକେ ବାର୍ତ୍ତା ଦେଇ ସାରିଛନ୍ତି ଏବଂ ଆଗାମୀ ଦିନରେ ଆସୁଥିବା ନିର୍ବାଚନରେ ମଧ୍ୟ ଏହା ଆଧାର ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଯେଉଁମାନେ ଏହାକୁ ବୁଝିପାରିବେ ନାହିଁ ସେମାନେ ଅମାନତ ହରାଇବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଦେଶରେ ପରିବାରମାନଙ୍କ ନିୟନ୍ତ୍ରଣରେ ଥିବା ଦଳ ଗଣତନ୍ତ୍ର ପାଇଁ ବିପଦ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏକ ଜାତୀୟ ଦଳ (କଂଗ୍ରେସ) ମଧ୍ୟ ଏବେ ପରିବାରର ଦଳ ପାଲଟିଯାଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ବିଜୟରେ ଉନ୍ମାଦ ନହେବା କିମ୍ବା ପରାଜୟର ଅବସୋସ୍‌ ନ ରଖିବା ଆମର ମନ୍ତ୍ର ହେଉ ବୋଲି ମୋଦୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe