IndiaTV News
ଲକ୍ଷ୍ନୌ : ବୁଧବାର ଉତ୍ତରପ୍ରଦେଶର ଲଖିମପୁରରେ ଦୁଇଜଣ ନାବାଳିକା ଭଉଣୀଙ୍କ ମୃତଦେହ ଏକ ଗଛରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି। ଏହା ହତ୍ୟା କି ଆତ୍ମହତ୍ୟା ତାହା ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ଜଣାପଡ଼ିବ ବୋଲି ଜଣେ ପୁଲିସ ଅଧିକାରୀ ପ୍ରକାଶ କରିଛନ୍ତି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି ଏବଂ ଲୋକେ ଜାତୀୟ ରାଜପଥ ଅବରୋଧ କରିଛନ୍ତି। ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବାକୁ ବରିଷ୍ଠ ପୁଲିସ ଅଧିକାରୀମାନେ ଲଖିମପୁରରେ ପହଞ୍ଚିଛି।
ତେବେ ମୃତ ନାବାଳିକାଙ୍କ ମା’ କହିଛନ୍ତି ଯେ ଦୁଇଟି ମୋଟର ସାଇକେଲରେ କିଛି ଅଜଣା ଯୁବକ ଆସି ତାଙ୍କ ଦୁଇ ଝିଅଙ୍କୁ ଉଠାଇ ନେଇଯାଇଥିଲେ। ଗ୍ରାମବାସୀଙ୍କ ସହାୟତାରେ ସେମାନେ ଉଦ୍ଧାର ପାଇଁ ପ୍ରୟାସ କରିଥିଲେ ମଧ୍ୟ ଦୁଇ ଝିଅଙ୍କ କୌଣସି ପତ୍ତା ପାଇନଥିଲେ। ଏହାପରେ ସନ୍ଧ୍ୟାରେ ଝୁଲନ୍ତା ଶବ ଠାବ ହୋଇଥିଲା। ତେବେ ପୁଲିସ ଏହାକୁ ଆତ୍ମହତ୍ୟାର ରୂପ ଦେବାକୁ ଚେଷ୍ଟା କରୁଛି। ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଉଥିବାରୁ ପୁଲିସ ମୁତୟନ ମଧ୍ୟ ବଢ଼ାଇ ଦିଆଯାଇଛି।
Follow Us