ୟୁକ୍ରେନ୍‌ରେ ନିହତ ଭାରତୀୟ ଛାତ୍ରଙ୍କ ଶରୀର ମିଳିଲା: ବୋମାଇ

Advertisment
ୟୁକ୍ରେନ୍‌ରେ ନିହତ ଭାରତୀୟ ଛାତ୍ରଙ୍କ ଶରୀର ମିଳିଲା: ବୋମାଇ

Hindustan Times

ବେଙ୍ଗାଲୁରୁ: ଯୁଦ୍ଧଗ୍ରସ୍ତ ୟୁକ୍ରେନ୍‌ର ଖାରକିଭରେ ନିହତ ଭାରତୀୟ ଛାତ୍ର ନବୀନ ଶେକରାପ୍ପା ଜ୍ଞାନଗୌଦାର (୨୧)ଙ୍କ ମର ଶରୀର ମିଳିଛି ଓ ଏହାକୁ ଭାରତ ଅଣାଯିବ ବୋଲି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇ ମଙ୍ଗଳବାର କହିଛନ୍ତି। ବୋମାଇ କହିଛନ୍ତି ଯେ, ୟୁକ୍ରେନ୍‌ର ଏକ ଶବାଗାରରେ ନବୀନଙ୍କ ଶବ ଠାବ କରାଯାଇଛି। ଏ ବାବଦରେ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କ ସହ ସେ କଥା ହୋଇଛନ୍ତି। ଏବେ ବି ଉକ୍ତ ଅଞ୍ଚଳରେ ରୁଷିଆର ବୋମାମାଡ଼ ଜାରି ରହିଥିବାରୁ ଯୁଦ୍ଧବିରତି ଘୋଷଣା ହେଲେ ଶବକୁ ସେଠାରୁ ଭାରତ ଅଣାଯିବାର ବ୍ୟବସ୍ଥା କରାଯିବ। ଶବାଗାର କର୍ତ୍ତୃପକ୍ଷଙ୍କ ସହ ଭାରତୀୟ ଦୂତାବାସ କର୍ମଚାରୀମାନେ ଯୋଗାଯୋଗରେ ଅଛନ୍ତି ଏବଂ ଯଥାଶୀଘ୍ର ସମ୍ଭବ ଏହା କରାଯିବ ବୋଲି ବୋମାଇ କହିଛନ୍ତି। ୟୁକ୍ରେନ୍‌ରେ ଭାରତର ୨୦୦ ଛାତ୍ର ଏବେ ବି ଖାରକିଭରେ ବଙ୍କର ଭିତରେ ଆଶ୍ରୟ ନେଇଛନ୍ତି। ସେମାନଙ୍କୁ ଫେରାଇ ଆଣିବା ବ୍ୟବସ୍ଥା କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe