ମୁମ୍ବାଇ: ରିପବ୍ଲିକ୍ ଟିଭି ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ବାମୀଙ୍କୁ ମଧ୍ୟବର୍ତ୍ତୀକାଳୀନ ଜାମିନ୍ ପ୍ରଦାନ କରିବାକୁ ବମ୍ବେ ହାଇାକୋର୍ଟ ମନା କରିଦେଇଛନ୍ତି। ତେବେ ଆସନ୍ତାକାଲି ହାଇକୋର୍ଟରେ ଏହି ମାମଲାର ଶୁଣାଣି ହେବ । ସୂଚନାଯୋଗ୍ୟ, ୨୦୧୮ ନଭେମ୍ବର ୧୮ରେ ଇଣ୍ଟେରିଅର ଡିଜାଇନର ଅନଭୟ ନାଏକଙ୍କ ଆତ୍ମହତ୍ୟା ମାମଲାରେ ମହାରାଷ୍ଟ୍ର ପୁଲିସ ଗତକାଲି ଅର୍ଣ୍ଣବଙ୍କୁ ଗିରଫ କରିଥିଲା ଏବଂ ତାଙ୍କୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ରାଜ୍ୟ ସରକାର ଏବଂ ଅଭିଯୋଗକାରୀଙ୍କଠାରୁ କିଛି ନ ଶୁଣିବା ପୂର୍ବରୁ ଅର୍ଣ୍ଣବଙ୍କୁ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରାଯାଇ ପାରିବ ନାହିଁ ବୋଲି ବିଚାରପତି ଏସ୍.ଏସ୍. ସିନ୍ଦେ ଏବଂ ଏମ୍.ଏସ୍. କାର୍ଣ୍ଣିକଙ୍କୁ ନେଇ ଗଠିତ ଖଣ୍ଡପୀଠ ପ୍ରକାଶ କରିଛି। ଆସନ୍ତାକାଲି ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ ଜାମିନା ସଂକ୍ରାନ୍ତ ଯଥୋଚିତ ପଦକ୍ଷେପ ନିଆଯିବ ବୋଲି ଖଣ୍ଡପୀଠ କହିଛନ୍ତି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us